75.60 crore package: ୧୩୭୧ ପରିବାର ପାଇଁ ୭୫.୬୦ କୋଟିର ପ୍ୟାକେଜ୍: ମତ୍ସ୍ୟଜୀବୀଙ୍କ ବିକାଶ ପାଇଁ ୬୫୦ କୋଟି ଭେଟି
"ବ୍ରହ୍ମପୁର: "ଗୋଳାବନ୍ଧ ଅଧିବାସୀଙ୍କ ସଂଘର୍ଷ ଓ ତ୍ୟାଗ ଅସୀମ।
୧୯୮୪ରେ ଆର୍ମି ଏୟାର ଡିଫେନ୍ସ କଲେଜ ପାଇଁ ଜମି ହସ୍ତାନ୍ତର ପରେ ୪ ଦଶନ୍ଧି ଧରି ଅଣଦେଖା ହୋଇ ରହିଥିବା ବେଳେ ଆମ ସରକାର ସେମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିଛନ୍ତି।
ବିଗତ ୨୪ ବର୍ଷର ଶାସନକାଳରେ ଗଞ୍ଜାମ ଜିଲ୍ଲାର ମତ୍ସ୍ୟଜୀବୀ ପରିବାରଙ୍କ ସ୍ୱରକୁ ଚାପି ରଖିଥିଲେ ବିଜେଡି ସରକାର।
ଗଞ୍ଜାମକୁ ନିଜର ଅଭେଦ୍ୟ ଦୁର୍ଗ ଭାବି କେବଳ ରାଜନୀତି କରିଥିଲେ, ହେଲେ ବିସ୍ଥାପିତଙ୍କ ଦୁଃଖ ଶୁଣି ନଥିଲେ।
ବର୍ଷ ବର୍ଷ ଧରି ଫାଇଲ୍ ତଳେ ଗୋଳାବନ୍ଧର ଭବିଷ୍ୟତ ଚାପି ହୋଇ ରହିଥିଲା।
କିନ୍ତୁ "ଡବଲ୍ ଇଞ୍ଜିନ୍" ସରକାର ଆସିବା ପରେ ଏହି ସମସ୍ୟାକୁ ପ୍ରାଥମିକତା ଦିଆଯାଇଛି।
ବହୁ ବର୍ଷର ଅପେକ୍ଷା ଓ ସଂଘର୍ଷ ପରେ ଗୋଳାବନ୍ଧର ବିସ୍ଥାପିତ ମତ୍ସ୍ୟଜୀବୀ ପରିବାରଙ୍କୁ ବଡ଼ ଆଶ୍ବାସନା ମିଳିଛି।" ଗଞ୍ଜାମ ଜିଲ୍ଲା ଗୋଳାବନ୍ଧଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି।
Advertisment Raksha bandhan: ଭାଇଙ୍କୁ ନିଶାମୁକ୍ତ ରଖିବାକୁ ୧୨୦ ଭଉଣୀଙ୍କ ଅଭିନବ ସଂକଳ୍ପ ଏହି ଅବସରରେ ସେ ଗୋଳାବନ୍ଧର ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ ୭୫ କୋଟି ୬୦ ଲକ୍ଷ ୩୦ ହଜାର ଟଙ୍କାର ଏକ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରିବା ସହ ଏହାର ଶୁଭାରମ୍ଭ କରିଛନ୍ତି।
ଏହାସହିତ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ବିସ୍ଥାପିତ ୧୧୨ଟି ପରିବାରଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୬ଟି ପରିବାରକୁ ଘରବାରି (୧୦ ଡେସିମିଲ୍) ଓ ଚାଷଜମି (୨ ଏକର) ପଟ୍ଟା ବଣ୍ଟନ କରାଯାଇଛି।
ଗୋଳାବନ୍ଧର ୧,୩୭୧ଟି ପରିବାରକୁ ଆର୍ଥିକ ସ୍ୱାବଲମ୍ବୀ ପାଇଁ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ମୋଟ ୬୮.୫୫ କୋଟି ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି।
ଘର ନିର୍ମାଣ ସହାୟତା ବାବଦରେ ୪ କୋଟି ୨୫ ଲକ୍ଷ ୧୦ ହଜାର ଟଙ୍କା ଆବଣ୍ଟନ କରାଯାଇଛି।
ଯେଉଁଥିରେ ୯୯୮ଟି ଅସମ୍ପୂର୍ଣ୍ଣ ଗୃହକୁ ସମ୍ପୂର୍ଣ୍ଣ କରାଯିବା ସହ ୧୦ଟି ନୂତନ ଘର ନିର୍ମାଣ ହେବ।
ଏହାବ୍ୟତୀତ ନୂଆ କୀର୍ତ୍ତିପୁର କଲୋନିର ରାସ୍ତା, ଷ୍ଟ୍ରିଟ୍ ଲାଇଟ୍, ଅଙ୍ଗନବାଡ଼ି, ମାର୍କେଟ କମ୍ପ୍ଲେକ୍ସ, ପବ୍ଲିକ୍ ଟଏଲେଟ୍, ବାତ୍ୟା ଆଶ୍ରୟସ୍ଥଳୀ ଓ ମାଛଧରା ଡଙ୍ଗା ରଖିବା ନେଇ ବେଳାଭୂମି ଭିତ୍ତିଭୂମି ବିକାଶ ପାଇଁ ୨.୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରାଯାଇଛି।
ଆସନ୍ତାବର୍ଷ ଶେଷ ସୁଦ୍ଧା ଛେଳିଗଡ଼ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୬ ହଜାର ହେକ୍ଟରରୁ ଅଧିକ ଜମି ଜଳସେଚିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ଗୋଳାବନ୍ଧ ଅଧିବାସୀଙ୍କ ସଂଘର୍ଷ ଓ ତ୍ୟାଗ ଅସୀମ: ମୁଖ୍ୟମନ୍ତ୍ରୀଛେଳିଗଡ଼ ପ୍ରକଳ୍ପର ୧୧୨ ବିସ୍ଥାପିତ ପରିବାରକୁ ଘର ଓ ଚାଷଜମି ପଟ୍ଟାମତ୍ସ୍ୟଜୀବୀଙ୍କ ବିକାଶ ପାଇଁ ୬୫୦ କୋଟି ଭେଟି"ପୂର୍ବ ସରକାର ବିସ୍ଥାପିତଙ୍କ ଦୁଃଖ ବୁଝି ନଥିଲେ"୨ବର୍ଷରେ ୫ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ଗଞ୍ଜାମ ଜିଲ୍ଲାର ନୀଳ ଅର୍ଥନୀତି, ଆର୍ଯ୍ୟପଲ୍ଲୀ ମାଛଧରା ବନ୍ଦର ନବୀକରଣ, ୨୮ଟି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର, ଗୋପାଳପୁର ବନ୍ଦର ସମ୍ପ୍ରସାରଣ ଏବଂ ବାହୁଦାରେ ୨୧,୫୦୦ କୋଟି ଟଙ୍କାର ନୂତନ ବୃହତ୍ ବନ୍ଦର ନିର୍ମାଣ ଯୋଜନା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଲୋକପାତ କରିଥିଲେ।
ଗୋପାଳପୁର ଶିଳ୍ପପାର୍କରେ ୪୦ ହଜାର କୋଟିରୁ ଅଧିକ ନିବେଶ ମାଧ୍ୟମରେ ୧୮ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ।
ରାଜ୍ୟରେ ଆଗାମୀ ଦୁଇ ବର୍ଷରେ ୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବାକୁ ଯାଉଥିବାରୁ ଯୁବଗୋଷ୍ଠୀଙ୍କୁ ଦକ୍ଷ ଓ ପ୍ରଶିକ୍ଷିତ ହେବାକୁ ସେ ଆହ୍ୱାନ ଦେଇଛନ୍ତି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବହୁବର୍ଷ ଧରି ଅଟକି ରହିଥିବା ଏହି ପୁନର୍ବାସ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ଧ୍ୟାନ ଦେଇଛି।
ଗୋଳାବନ୍ଧ ଓ ଛେଳିଗଡ଼ର ବିସ୍ଥାପିତଙ୍କୁ ଯଥାଶୀଘ୍ର ସମସ୍ତ ସୁବିଧାସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି।
ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୋପାଳପୁର ଶିଳ୍ପପାର୍କ ଓ ବାହୁଦା ବନ୍ଦର ନିର୍ମାଣ ସଂପର୍କରେ କହିଥିଲେ।
ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସାମୁଦ୍ରିକ ଅର୍ଥନୀତିର ବିକାଶ ସଂପର୍କରେ କହିଥିଲେ।
Rourkela circuit house: ପ୍ରକାଶ ପାଶୱାନଙ୍କୁ କୋର୍ଟଚାଲାଣ; ବିହାରର ରେଳ ଷ୍ଟେସନ୍ରୁ ଧରାପଡ଼ିଥିଲେ ଅଭିଯୁକ୍ତ କାର୍ଯ୍ୟକ୍ରମରେ ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ, ବ୍ରହ୍ମପୁର ସାଂସଦ ଡ.ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଖଲିକୋଟ ପୂର୍ଣ୍ଣଚନ୍ଦ୍ର ସେଠୀ, ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଡ.ଅରବିନ୍ଦ ପାଢ଼ୀ, ଦକ୍ଷିଣାଞ୍ଚଳ ଆରଡିସି ସଂଗ୍ରାମ କେଶରୀ ମହାପାତ୍ରଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
