France: ଫ୍ରାନ୍ସ ଅର୍ଥନୀତିରେ ମାନ୍ଦାବସ୍ଥା
ପ୍ୟାରିସ: ଫ୍ରାନ୍ସର ତୃତୀୟ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ସଙ୍କୁଚିତ ହୋଇଛି।
ୟୁରୋ ଜୋନ୍ର ଏହି ଦ୍ବିତୀୟ ବୃହତ୍ ଅର୍ଥନୀତିର ଜିଡିପି ଅଭିବୃଦ୍ଧି ବିଯୁକ୍ତ ୦.୨ ପ୍ରତିଶତ ରହିଛି।
ପ୍ରଥମେ ଏହା ବିଯୁକ୍ତ ୦.୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିଲେ ମଧ୍ୟ ଏହା ବିଯୁକ୍ତ ୦.୨ ପ୍ରତିଶତ ହୋଇଛି ବୋଲି ଫ୍ରାନ୍ସର ପରିସଂଖ୍ୟାନ କାର୍ଯ୍ୟାଳୟ ଆଇଏନ୍ଏସ୍ଇଇ ପକ୍ଷରୁ କୁହାଯାଇଛି।
ଫ୍ରାନ୍ସର ଦ୍ବିତୀୟ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ପୂର୍ବରୁ ୦.୦ ପ୍ରତିଶତ ଥିଲା।
Advertisment ଆହୁରି ପଢନ୍ତୁ : Pickle: ଖାଲି ତରକାରୀ କି ଭଜା କାହିଁକି, ଘରେ ପ୍ରସ୍ତୁତ କରନ୍ତୁ ଫୁଲକୋବି ଆଚାର କିନ୍ତୁ ସଂଶୋଧିତ ଆକଳନ ରେ ଏହା ବିଯୁକ୍ତ ୦.୦୨ ପ୍ରତିଶତ ହୋଇଛି।
ପ୍ରଥମ ତ୍ରୈମାସିକରେ ମଧ୍ୟ ଜିଡିପି ଅଭିବୃଦ୍ଧି ବିଯୁକ୍ତ ୦.୨ ପ୍ରତିଶତ ସଙ୍କୁଚିତ ହୋଇଥିଲା।
ଅର୍ଥାତ୍ ଚଳିତବର୍ଷର ପ୍ରଥମ ୩ଟି ତ୍ରୟମାସରେ ଫ୍ରାନ୍ସ ଅର୍ଥନୀତିର ଜିଡିପି ଅଭିବୃଦ୍ଧି ସଙ୍କୁଚିତ ହୋଇଛି।
ଫ୍ରାନ୍ସ ସରକାର ଚଳିତ ବର୍ଷ ଅର୍ଥନୈତିକ ଅଭିବୃଦ୍ଧି ୦.୫ ପ୍ରତିଶତ ରହିବ ବୋଲି ଲକ୍ଷ୍ୟ ରଖିଥିଲେ।
କିନ୍ତୁ ନୂଆ ତଥ୍ୟ ପରେ ଏହି ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇପଡ଼ିଛି।
ଅର୍ଥନୀତି ର ଏହି ଦୁର୍ବଳ ସ୍ଥିତି ମଧ୍ୟରେ ଚତୁର୍ଥ ତ୍ରୈମାସିକରେ ସାମାନ୍ୟ ଅଭିବୃଦ୍ଧି ହେବ ବୋଲି ଫ୍ରାନ୍ସର କେନ୍ଦ୍ରୀୟ ବ୍ୟାଙ୍କ ଆଶା ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
