23 JULY 2026

Welcome!

Unlock your personalized experience.
Sign Up

FoundationDay: ଦି ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନିର ପ୍ରତିଷ୍ଠା ଦିବସ

Jul 23, 2026 - 20:36
FoundationDay: ଦି ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନିର ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ସାଧାରଣ ବୀମା କମ୍ପାନି ଦି ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନି ଲିମିଟେଡ୍‌ର ୧୦୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କମ୍ପାନିର ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟରେ ଏକ ସମାରୋହ ଆୟୋଜନ କରାଯାଇଥିଲା। ସେଥିରେ କମ୍ପାନିର ଅଧିକାରୀ, କର୍ମଚାରୀ, ଏଜେଣ୍ଟ, ବ୍ରୋକର, ସର୍ଭେୟର, ତଦନ୍ତକାରୀ ଓ ବିଶିଷ୍ଟ ଅତିଥି ଯୋଗଦେଇଥିଲେ। କମ୍ପାନିର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ଦୁଷ୍ମନ୍ତ କୁମାର ମଲ୍ଲ କମ୍ପାନିର ଗୌରବମୟ ଯାତ୍ରା ଉପରେ ଆଲୋକପାତ କରିଥିଲେ। ସେ ଗ୍ରାହକ, ବ୍ୟବସାୟ ଅଂଶୀଦାର, ମଧ୍ୟସ୍ଥି ଓ କର୍ମଚାରୀମାନଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମ ଶେଷରେ କମ୍ପାନିର ସମସ୍ତ କର୍ମଚାରୀ ନିଷ୍ଠାପର, ପେସାଦାର ମନୋବୃତ୍ତି ଓ ଉତ୍ତମ ଗ୍ରାହକସେବା ବଜାୟ ରଖିବାକୁ ସଂକଳ୍ପ ନେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।