Foreign Woman: ଭାରତୀୟ ସଂସ୍କୃତି, ମା’ ଦୁର୍ଗାଙ୍କ ପ୍ରତି ଭକ୍ତି ଜିତିଲା ରୋମାନିଆ ମହିଳାଙ୍କ ମନ

Oct 18, 2026 - 19:16
Foreign Woman: ଭାରତୀୟ ସଂସ୍କୃତି, ମା’ ଦୁର୍ଗାଙ୍କ ପ୍ରତି ଭକ୍ତି ଜିତିଲା ରୋମାନିଆ ମହିଳାଙ୍କ ମନ

"ମୁମ୍ବାଇ: ଭାରତୀୟ ସଂସ୍କୃତି ଓ ପରମ୍ପରାର ଆକର୍ଷଣ କେବଳ ଭାରତୀୟଙ୍କ ମଧ୍ୟରେ ସୀମିତ ନୁହେଁ।

ଏହା ବିଦେଶୀଙ୍କ ମନକୁ ମଧ୍ୟ ଗଭୀର ଭାବେ ଛୁଇଁପାରେ।

ଏହାର ଏକ ଉଦାହରଣ ମୁମ୍ବାଇରେ ଦେଖିବାକୁ ମିଳିଛି।

ନବରାତ୍ରୀ ଅବସରରେ ଏକ ସପିଂମଲ୍‌ରେ ଗରବା ନୃତ୍ୟ ଦେଖି ଭାବବିହ୍ୱଳ ହୋଇପଡ଼ିଛନ୍ତି ରୋମାନିଆର ମାରିଆ ଆଲେକ୍ସଜାଣ୍ଡ୍ରା।

ତାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।

Advertisment ମୁମ୍ବାଇରେ ରହୁଥିବା ମାରିଆ ଏକ ମଲ୍‌ରେ ନବରାତ୍ରୀ ଉତ୍ସବ ଦେଖିବାକୁ ଯାଇଥିଲେ।

ସେଠାରେ ପାରମ୍ପରିକ ପୋଷାକ ପିନ୍ଧି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଅନେକ ଲୋକ ଗରବା ନୃତ୍ୟ କରୁଥିବା ଦେଖିଥିଲେ।

ସଙ୍ଗୀତର ତାଳେ ତାଳେ ଲୋକଙ୍କ ନୃତ୍ୟ ଓ ଉତ୍ସବର ଆନନ୍ଦମୟ ପରିବେଶ ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା।

ମନ ମୋହିନେଲା ଗରବା ମାରିଆ ନିଜ ଭିଡିଓରେ କହିଛନ୍ତି ଯେ, ଗରବା ନୃତ୍ୟ ତାଙ୍କ ପାଇଁ କେବଳ ମନୋରଞ୍ଜନ ନୁହେଁ।

ଏହା ମା" ଦୁର୍ଗାଙ୍କ ପ୍ରତି ଭକ୍ତି ଓ ଆରାଧନାର ଏକ ରୂପ।

ନୃତ୍ୟ ମାଧ୍ୟମରେ ଲୋକମାନେ ନିଜର ଶ୍ରଦ୍ଧା ଓ ଭକ୍ତି ପ୍ରକାଶ କରୁଥିବା ଦୃଶ୍ୟ ତାଙ୍କୁ ବିଶେଷ ଭାବେ ଛୁଇଁଥିଲା।

ଏହି ଦୃଶ୍ୟ ଦେଖୁଦେଖୁ ମାରିଆଙ୍କ ଆଖିରେ ଲୁହ ଆସିଯାଇଥିଲା।

ତାଙ୍କୁ କାହିଁକି ଏତେ ଭାବପ୍ରବଣ ଲାଗୁଥିଲା, ତାହା ସେ ନିଜେ ମଧ୍ୟ ଠିକ୍ ଭାବେ ବୁଝିପାରିନଥିଲେ।

ଭାରତୀୟ ସଂସ୍କୃତି ପ୍ରତି ଭଲପାଇବା ହେଉ କି ଦିନେ ଭାରତ ଛାଡ଼ି ଚାଲିଯିବାର ଚିନ୍ତା ଏହି ଅନୁଭୂତି ତାଙ୍କୁ ଭାବବିହ୍ୱଳ କରିଥିଲା।

ମାରିଆ କହିଛନ୍ତି ଯେ, ଭବିଷ୍ୟତରେ ଭାରତ ଛାଡ଼ିବା ପରେ ଏଭଳି ଉତ୍ସବ ଓ ଅନୁଭୂତିକୁ ସେ ନିଶ୍ଚୟ ମନେ ପକାଇବେ।

ଏହି ଅନୁଭବ ତାଙ୍କୁ ମନେ ପକାଇଦେଇଥିଲା ଯେ ସେ କାହିଁକି ଭାରତକୁ ଭଲ ପାଇବା ଆରମ୍ଭ କରିଥିଲେ।

ତାଙ୍କ ଏହି ଭାବପ୍ରବଣ ମୁହୂର୍ତ୍ତ ଅନେକଙ୍କ ହୃଦୟ ଜିତିଛି।

Memorable Evening: କୋଲକାତା ଦୁର୍ଗା ପୂଜା ମଣ୍ଡପ ଦୁର୍ଘଟଣାର ପ୍ରକୃତ କାରଣ କ'ଣ ଥିଲା?

ସୋସିଆଲ ମିଡିଆରେ ଭିଡିଓଟିକୁ ଅନେକ ଲୋକ ପସନ୍ଦ କରିବା ସହ ମାରିଆଙ୍କ ଭାରତୀୟ ପରମ୍ପରା ପ୍ରତି ଆଗ୍ରହକୁ ପ୍ରଶଂସା କରିଛନ୍ତି।

କେତେକ ତାଙ୍କୁ ଦୁର୍ଗାପୂଜା ଓ ଦୀପାବଳି ଭଳି ଅନ୍ୟ ଭାରତୀୟ ପର୍ବର ଅନୁଭୂତି ନେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଏହି ଘଟଣା ପୁଣିଥରେ ଦର୍ଶାଇଛି ଯେ ଭାରତର ସାଂସ୍କୃତିକ ବିବିଧତା ଓ ଭକ୍ତିର ଭାବନା ଦେଶର ସୀମା ଅତିକ୍ରମ କରି ଲୋକଙ୍କ ମନକୁ ଛୁଇଁପାରେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)