Foreign investors: ବିଦେଶୀ ନିବେଶକ ଉଠାଇନେଲେଣି ୩.୧୨ ଲକ୍ଷ କୋଟି: ଅକ୍ଟୋବରରେ ୫୨,୧୦୦ କୋଟି ପ୍ରତ୍ୟାହୃତ
"ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରୁ ବିଦେଶୀ ନିବେଶକଙ୍କ ପୁଞ୍ଜି ଉଠାଇ ନେବା ଧାରା ଜାରି ରହିଛି।
୨୦୨୬ ବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍ପିଆଇ)ମାନେ ଭାରତୀୟ ସେୟାର ବଜାରରୁ ମୋଟ ୩.୧୨ ଲକ୍ଷ କୋଟି ଟଙ୍କା ଉଠାଇ ନେଇଛନ୍ତି।
ଅକ୍ଟୋବର ମାସରେ ଏପର୍ଯ୍ୟନ୍ତ ୫୨,୧୦୦ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି।
ଏହା ଫଳରେ ଘରୋଇ ପୁଞ୍ଜି ବଜାରରେ ଚିନ୍ତା ବଢ଼ିଛି।
ସେଣ୍ଟ୍ରାଲ ଡିପୋଜିଟୋରି ସର୍ଭିସେସ୍ ଲିମିଟେଡ୍ (ସିଡିଏସ୍ଏଲ୍)ର ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ମାସରେ ବିଦେଶୀ ନିବେଶକମାନେ ୩୫,୮୬୧ କୋଟି ଟଙ୍କାର ସେୟାର ବିକ୍ରି କରିଥିଲେ।
ଅନ୍ୟପକ୍ଷରେ, ୨୦୨୫ ମସିହାରେ ବିଦେଶୀ ନିବେଶକମାନେ ମୋଟ ୧.୬୬ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଥିଲେ।
ଏଥର କିନ୍ତୁ ୧୦ ମାସରୁ କମ୍ ସମୟ ମଧ୍ୟରେ ଏହି ରାଶି ପ୍ରାୟ ଦୁଇଗୁଣ ହୋଇଛି।Advertisment Neglect: ନବରଂଗପୁର ଜିଲ୍ଲାର ବିକାଶରେ ଲାଗୁନି ଡିଏମଏଫ ପାଣ୍ଠି ଆମେରିକାର ବଣ୍ଡ୍ରୁ ଅଧିକ ଲାଭ ମିଳିବାର ସମ୍ଭାବନା, ଡଲାରର ମୂଲ୍ୟ ବୃଦ୍ଧି ଏବଂ ଅଶୋଧିତ ତୈଳର ଉଚ୍ଚ ଦର ବିଦେଶୀ ନିବେଶକଙ୍କ ମନୋଭାବକୁ ପ୍ରଭାବିତ କରିଛି।
ଏହା ସହିତ ଉତ୍ତର ଏସିଆର ବଜାରରେ କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍କିତ କମ୍ପାନିଗୁଡ଼ିକରେ ନିବେଶ ବଢ଼ୁଥିବାରୁ ଭାରତରୁ ପୁଞ୍ଜି ଅନ୍ୟ ବଜାରକୁ ଯାଉଛି।
କିନ୍ତୁ ଘରୋଇ ସଂସ୍ଥାଗତ ନିବେଶକଙ୍କ କ୍ରୟ ବଜାରକୁ ସମର୍ଥନ ଦେଉଛି।
ବଜାର ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ଅଶୋଧିତ ତୈଳର ଦର, ଆମେରିକାର ସୁଧହାର ଏବଂ ଭାରତୀୟ କମ୍ପାନିଗୁଡ଼ିକର ତ୍ରୈମାସିକ ଆର୍ଥିକ ଫଳାଫଳ ଉପରେ ନିବେଶକଙ୍କ ନଜର ରହିବ।
Weather: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ସକ୍ରିୟ, ଚେନ୍ନାଇରେ ପ୍ରବଳ ବର୍ଷା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
