Foreign Investment: ଜୁଲାଇରେ ନିବେଶ କଲେଣି ୧୫,୧୫୭ କୋଟି
"ମୁମ୍ବାଇ: ଭାରତର ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକମାନଙ୍କ ଭରସା ଫେରିଛି।
ଜୁଲାଇ ମାସରେ ବର୍ତ୍ତମାନ ସୁଦ୍ଧା ବିଦେଶୀ ନିବେଶକମାନେ ଆମ ଦେଶର ପୁଞ୍ଜି ବଜାରରେ ୧୫,୧୫୭ କୋଟି ଟଙ୍କା ନିବେଶ କରିସାରିଲେଣି ବୋଲି ସେଣ୍ଟ୍ରାଲ ଡିପୋଜିଟୋରି ସର୍ଭିସେସ୍ (ଇଣ୍ଡିଆ) ଲିମିଟେଡ ତଥ୍ୟରୁ ଜଣାଯାଇଛି।Advertisment ଲଗାତାର ୪ ମାସ ଧରି ଭାରତ ବଜାରରୁ ବିଦେଶୀ ନିବେଶକମାନେ ମୁହଁ ଫେରାଇ ନେଇଥିଲେ।
ଜୁନ୍ ମାସରେ ୪୯,୩୪୦ କୋଟି, ମେ ମାସରେ ୩୨,୯୬୩ କୋଟି, ଏପ୍ରିଲରେ ୬୦,୮୪୭ କୋଟି ଏବଂ ମାର୍ଚ୍ଚ ମାସରେ ୧.୧୭ ଲକ୍ଷ କୋଟି ଟଙ୍କା ଭାରତୀୟ ବଜାରରୁ ଉଠାଇ ନେଇଥିଲେ।
ପୂର୍ବରୁ ଫେବ୍ରୁଆରି ମାସରେ ସେମାନେ କିନ୍ତୁ ଭାରତୀୟ ଇକ୍ବିଟି ବଜାରରେ ୨୨,୬୧୫ କୋଟି ନିବେଶ କରିଥିଲେ।
ଗତବର୍ଷ ସମାନ ସମୟରେ ସେମାନେ ୧.୬୬ ଲକ୍ଷ କୋଟି ଟଙ୍କାର ନିବେଶ ରାଶି ଫେରାଇ ନେଇଥିଲେ।
ଜୁଲାଇରେ ବର୍ତ୍ତମାନ ସୁଦ୍ଧା ସ୍ଥିତି ଯଦିଓ ଭଲ ଅଛି ତଥାପି ଆଗାମୀ ଦିନରେ ଭାରତ ବଜାର ପ୍ରତି ବିଦେଶୀ ନିବେଶକମାନଙ୍କର ମନୋଭାବ କିଭଳି ରହିବ ତାହା ବିଶ୍ବର ଭୂରାଜନୈତିକ ସ୍ଥିତି ଓ ଅନ୍ୟାନ୍ୟ କାରଣ ଉପରେ ନିର୍ଭର କରିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।