Foreign exchange: ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି

Jul 31, 2026 - 20:39
Foreign exchange: ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି

"ମୁମ୍ବାଇ: ଜୁଲାଇ ୨୪ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ୬.୧୧୮ ବିଲିଅନ ଡଲାର ବୃଦ୍ଧି ଘଟି ୬୮୨.୩୫୪ ବିଲିଅନ ଡଲାରରେ ପହଞ୍ଚିଛି।

ବିଦେଶୀ ମୁଦ୍ରା ଭଣ୍ଡାରରେ ସର୍ବାଧିକ ଯୋଗଦାନ ରଖିଥିବା ବିଦେଶୀ ମୁଦ୍ରା ପରିସମ୍ପତ୍ତି (ଏଫ୍‌ସିଏ) ୪.୮୭୩ ବିଲିଅନ ଡଲାର ବଢ଼ି ୫୫୫.୯୨୯ ବିଲିଅନ ଡଲାର ହୋଇଛି।

ଦେଶକୁ ଅଧିକରୁ ଅଧିକ ବିଦେଶୀ ମୁଦ୍ରା ଆକୃଷ୍ଟ କରିବା ଲାଗି ସରକାର ଓ ରିଜର୍ଭ ବ୍ୟାଙ୍କ ଗତମାସରେ କେତେକ ପଦକ୍ଷେପ ନେଇଥିଲେ।Advertisment ଆହୁରି ପଢନ୍ତୁ :Food hospitality Expo: କୋଲକାତାରେ ଆୟୋଜନ ହେବ ୨୩ତମ "ଇଣ୍ଟରନ୍ୟାସନାଲ୍ ଫୁଡଟେକ୍-୨୦୨୬"  ଏଥିଯୋଗୁ ବର୍ତ୍ତମାନ ସୁଦ୍ଧା ୩୨ ବିଲିଅନ ଡଲାରର ବିଦେଶୀ ମୁଦ୍ରା ଦେଶକୁ ଆସିଛି।

ଜୁଲାଇ ୨୪ ସୁଦ୍ଧା ଗଚ୍ଛିତ ଥିବା ସୁନା ମୂଲ୍ୟ ୧.୩୦୮ ବିଲିଅନ ଡଲାର ବୃଦ୍ଧି ଘଟି ୧୦୩.୦୫୮ ବିଲିଅନ ଡଲାରରେ ରହିଛି।

ଅନ୍ୟପକ୍ଷରେ ସ୍ପେସାଲ ଡ୍ରଇଂ ରାଇଟ୍‌ସ (ଏସ୍‌ଡିଆର୍‌) ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିରେ ଭାରତର ଜମାରାଶି ଯଥାକ୍ରମେ ୫୩ ନିୟୁତ ଡଲାର ଏବଂ ୧୧ ନିୟୁତ ଡଲାର ହ୍ରାସପାଇ ୧୮.୬୧୭ ବିଲିଅନ ଡଲାର ଏବଂ ୪.୭୫ ବିଲିଅନ ଡଲାରରେ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ଜୁଲାଇ ୨୪ର ପୂର୍ବ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୧.୦୮ ବିଲିଅନ ଡଲାର ବୃଦ୍ଧି ଘଟି ୬୭୬.୨୩୭ ବିଲିଅନ ଡଲାରରେ ରହିଥିଲା।

ଆହୁରି ପଢନ୍ତୁ :Flood In Odisha: ହୀରାକୁଦ ଜଳଭଣ୍ଡାରରୁ ୨୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ; ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ସ୍କୁଲ ଛୁଟି  ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଗତ ଫେବ୍ରୁଆରି ୨୭ ବେଳକୁ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ୭୨୮.୪୯୪ ବିଲିଅନ ଡଲାର ସ୍ତରରେ ପହଞ୍ଚିଥିଲା।

କିନ୍ତୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହୋଇଥିବା ହ୍ରାସକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ଡଲାର ବିକ୍ରି କରିବା ଫଳରେ ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ପାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।