Food hospitality Expo: କୋଲକାତାରେ ଆୟୋଜନ ହେବ ୨୩ତମ ‘ଇଣ୍ଟରନ୍ୟାସନାଲ୍ ଫୁଡଟେକ୍-୨୦୨୬’

Jul 31, 2026 - 19:22
Food hospitality Expo: କୋଲକାତାରେ ଆୟୋଜନ ହେବ ୨୩ତମ ‘ଇଣ୍ଟରନ୍ୟାସନାଲ୍ ଫୁଡଟେକ୍-୨୦୨୬’

"ଭୁବନେଶ୍ବର: ପୂର୍ବ ଭାରତର ଖାଦ୍ୟ ଓ ଆତିଥ୍ୟ ଶିଳ୍ପ ପାଇଁ ଏକ ବଡ଼ ବ୍ୟବସାୟିକ ମଞ୍ଚ "୨୩ତମ ଇଣ୍ଟରନ୍ୟାସନାଲ୍ ଫୁଡଟେକ୍-୨୦୨୬" ଆସନ୍ତା ୨୧ରୁ ୨୩ ପର୍ଯ୍ୟନ୍ତ କୋଲକାତାର ବିଶ୍ୱ ବାଂଲା ମିଲନ ମେଳା କମ୍ପ୍ଲେକ୍ସ (ଏସି ହଲ୍), ସାଇନ୍ସ ସିଟି ସମ୍ମୁଖରେ ଆୟୋଜନ ହେବ।

ତିନିଦିନିଆ ଏହି ମେଗା ପ୍ରଦର୍ଶନୀରେ ବେକେରି, କନଫେକ୍ସନେରି, ଡେୟରି, ଆଇସ୍କ୍ରିମ୍, ହୋଟେଲ୍, ରେଷ୍ଟୁରାଣ୍ଟ, କାଫେ, କ୍ୟାଟେରିଂ, ବ୍ୟାଙ୍କୁଏଟ୍ ଏବଂ ଫୁଡ୍ ପ୍ରୋସେସିଂ କ୍ଷେତ୍ରର ନୂତନ ପ୍ରଯୁକ୍ତି ଓ ଉନ୍ନତ ସମାଧାନ ପ୍ରଦର୍ଶିତ ହେବ।Advertisment ଭାରତ ଓ ବିଦେଶରୁ ୧୫୦ରୁ ଅଧିକ ପ୍ରତିଷ୍ଠିତ କମ୍ପାନି ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ।

ସେମାନେ ବେକେରି ଓ କନଫେକ୍ସନେରି ଯନ୍ତ୍ରପାତି, ଫୁଡ୍ ଓ ବେଭେରେଜ୍ ପ୍ୟାକେଜିଂ ପ୍ରଯୁକ୍ତି, ସ୍ମାର୍ଟ କିଚେନ୍, କମର୍ସିଆଲ୍ ରେଫ୍ରିଜେରେସନ୍, ଡେୟରି ଓ ଆଇସ୍କ୍ରିମ୍ ତିଆରି ଯନ୍ତ୍ର, ପ୍ରିମିୟମ୍ ଖାଦ୍ୟ ଉପାଦାନ, ଚକୋଲେଟ୍, କ୍ରିମ୍, ସିଜନିଂ, ଆଧୁନିକ ଟେବୁଲୱେର୍, କଫି ଭେଣ୍ଡିଂ ମେସିନ୍, ହସ୍ପିଟାଲିଟି ଆଇଟି ସଲ୍ୟୁସନ୍, ପରିବେଶବନ୍ଧବ ପ୍ୟାକେଜିଂ, ପ୍ରୋସେସ୍ଡ ଫୁଡ୍ ଓ ଅନେକ ନୂଆ ପ୍ରୋଡକ୍ଟ ପ୍ରଦର୍ଶନ କରିବେ।

ଏହି ପ୍ରଦର୍ଶନୀ ଖାଦ୍ୟ ବ୍ୟବସାୟକୁ ଆଗକୁ ନେବାକୁ ଇଚ୍ଛୁକ ଉଦ୍ୟୋଗୀମାନଙ୍କ ପାଇଁ ଏକ ଉତ୍କୃଷ୍ଟ ମଞ୍ଚ।

ଯେଉଁମାନେ ବେକେରି କଫେ, ପୂର୍ଣ୍ଣାଙ୍ଗ ବେକେରି ବ୍ୟବସାୟ କିମ୍ବା QSR ରେଷ୍ଟୁରାଣ୍ଟ ଆରମ୍ଭ କରିବାକୁ ଭାବୁଛନ୍ତି, ସେମାନଙ୍କ ପାଇଁ ଏହା ବହୁତ ଉପକାରୀ ହେବ।

ଏଠାରେ ସଫଳ ଫୁଡ୍ ବିଜନେସ୍ ଚାଳନା ପାଇଁ ଆବଶ୍ୟକ ଧାରଣା ଓ ପ୍ରାୟୋଗିକ ସମାଧାନ ମିଳିବ।

ଏକ ଛାତ ତଳେ ଶିଳ୍ପର ପ୍ରମୁଖ ନିର୍ମାତା ଓ ଯୋଗାଣକାରୀଙ୍କ ସହ ସାକ୍ଷାତ୍ କରିବା, ପ୍ରଡକ୍ଟ ତୁଳନା କରିବା ଓ ନୂଆ ବ୍ୟବସାୟିକ ସୁଯୋଗ ଖୋଜିବାର ସୁବିଧା ମଧ୍ୟ ମିଳିବ।

ଖାଦ୍ୟ ଶିଳ୍ପର ନୂଆ ଟ୍ରେଣ୍ଡ, ପ୍ରଯୁକ୍ତି ଓ ଗ୍ରାହକ ପସନ୍ଦର ପରିବର୍ତ୍ତନ ବିଷୟରେ ଅବଗତ ରହିବାକୁ ଏହି ପ୍ରଦର୍ଶନୀ ଦର୍ଶନ ଅତ୍ୟନ୍ତ ଦରକାରୀ ବୋଲି ଆୟୋଜକମାନେ କହିଛନ୍ତି।

ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଝାରଖଣ୍ଡ, ତ୍ରିପୁରା, ଛତିଶଗଡ଼ ସହ ବାଂଲାଦେଶ ଓ ନେପାଳରୁ ୨୦ ହଜାରରୁ ଅଧିକ ବ୍ୟବସାୟିକ ଦର୍ଶକ ଏହି ପ୍ରଦର୍ଶନୀକୁ ଆସିବେ ବୋଲି ଆଶା କରାଯାଉଛି।

ଓଡ଼ିଶାର ଖାଦ୍ୟ ଉଦ୍ୟୋଗୀମାନେ ଉତ୍ପାଦନ କ୍ଷମତା, ଗୁଣବତ୍ତା, ଖାଦ୍ୟ ସୁରକ୍ଷା ଓ କାର୍ଯ୍ୟଦକ୍ଷତା ବଢ଼ାଇବା ପାଇଁ ଏଠାରେ ନୂଆ ସମାଧାନ ପାଇପାରିବେ।

ଆୟୋଜକମାନେ ଖାଦ୍ୟ ଓ ହସ୍ପିଟାଲିଟି ଶିଳ୍ପ ସହ ଜଡିତ ଉଦ୍ୟୋଗୀ, ବ୍ୟବସାୟୀ ଓ ପେଶାଦାରମାନଙ୍କୁ ଏହି ପ୍ରଦର୍ଶନୀ ଦର୍ଶନ କରି ଭବିଷ୍ୟତର ଖାଦ୍ୟ ପ୍ରଯୁକ୍ତି, ନୂଆ ବ୍ରାଣ୍ଡ, ବିଶେଷଜ୍ଞ ଆଲୋଚନା ଓ ବ୍ୟବସାୟିକ ସୁଯୋଗ ସମ୍ପର୍କରେ ଜାଣିବାକୁ ଆହ୍ୱାନ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।