Student Clash Odisha ବିଷମକଟକ ସରକାରୀ ବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳ: ୩ ଆହତ, ୨ ଜଣଙ୍କ ମୁଣ୍ଡ ଫାଟିଲା
"ବିଷମ କଟକ: ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ବିଷମ କଟକ ସରକାରୀ ଉଚ୍ଚବିଦ୍ୟାଳୟ ପରିସର ଉତ୍ତେଜନାମୟ ହୋଇଉଠିଛି ।
ଆଜି (ଶୁକ୍ରବାର)ହୋଇଥିବା ଗଣ୍ଡଗୋଳରେ ୩ ଛାତ୍ର ଆହତ ହୋଇଛନ୍ତି।
Advertisment ରାଜଧାନୀରେ ଛାତ୍ର ଅଶାନ୍ତି ମାମଲା: ବାଳ ସୁଧାରଗୃହ ଗଲେ ମହର୍ଷିର ୬ ଛାତ୍ର ଆଜି ବିଦ୍ୟାଳୟ ପରିସରରେ ନିଶାମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହା ଶେଷ ହେବା ପରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଛୁଟିରେ ଯାଉଥିବା ସମୟରେ କିଛି ଛାତ୍ର ଅନ୍ୟ ଛାତ୍ରମାନଙ୍କୁ ବିଦ୍ୟାଳୟ ପରିସର ବାହାରେ ଅତର୍କିତ ଆକ୍ରମଣ କରିଥିଲେ ।
ଆକ୍ରମଣରେ ୩ଜଣ ଛାତ୍ର ଆହତ ହୋଇଛନ୍ତି।
ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୁଣ୍ଡ ଫାଟି ଯାଇଥିବାରୁ ରକ୍ତ ଜୁଡୁବୁଡି ଅବସ୍ଥାରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଖବର ପାଇ ବିଷମକଟକ ପୁଲିସ୍ ମେଡିକାଲ ରେ ପହଁଚି ଛାତ୍ରମାନଙ୍କୁ ପଚରାଉଚରା କରିଛି।
ଛାତ୍ର ଗଣ୍ଡୋଗଳ ସଂକ୍ରାନ୍ତରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦିପ୍ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ନିୟମିତ ବ୍ୟବଧାନରେ କିଛି ଛାତ୍ର ବିଦ୍ୟାଳୟ ପରିସର ଓ ବାହାରେ ବିଶୃଙ୍ଖଳା କରୁଛନ୍ତି।
ନିଶା ଖାଇ ବିଦ୍ୟାଳୟକୁ ଆସୁଛନ୍ତି ।
ନିଜେ ପାଠ ପଢୁନାହାନ୍ତି କି ଅନ୍ୟ ମାନଙ୍କୁ ପଢିବାକୁ ଦେଉନାହାନ୍ତି ।
ଅବିଭାବକ ମାନଙ୍କୁ ଛାତ୍ର ସଂକ୍ରାନ୍ତରେ ଅବଗତ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ।
ବିଦ୍ୟାଳୟ ଏକ ଦଣ୍ଡ ମୁକ୍ତ ଅଂଚଳ ହୋଇଥିବାରୁ ଛାତ୍ର ଛାତ୍ରୀ ଙ୍କୁ ଦଣ୍ଡଦେବାର ପ୍ରବଧାନ ମଧ୍ୟ ନାହିଁ କି ଉକ୍ତ ବିଶୃଙ୍ଖଳିତ ଛାତ୍ର ମାନଙ୍କ ବିରୋଧରେ କୌଣସି ଶୃଙ୍ଖଳ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରାଯାଇପାରୁନାହିଁ ବୋଲି ପ୍ରକାଶ କରିଛନ୍ତି ।
ଛାତ୍ର ଅଶାନ୍ତିରୁ ଆତଙ୍କରାଜ, ବିଚ୍ ରାସ୍ତାରେ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଏ ଘଟଣା କୁ ଜିଲ୍ଲା ଶିକ୍ଷା ବିଭାଗ ଗୁରୁତ୍ୱର ସହ ନେଇ ବିଦ୍ୟାଳୟ ପରିସରରେ ସୁସ୍ଥ ଶିକ୍ଷଣୀୟ ବାତାବରଣ ସୃଷ୍ଟି କରିବାକୁ ଅଭିଭାବକ ମହଲରୁ ଦାବି ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।