Floodwaters Wash Away Road: ବୁଡ଼ିଲା ୬୦ ଫୁଟର ରାସ୍ତା, ଯାତାୟତ ବିଚ୍ଛିନ୍ନ
ବିଜୁ ସେତୁ ଲାଗି ଯାତାୟତ ବିଚ୍ଛିନ୍ନ। ବୈତରଣୀ ବନ୍ୟା ପାଣିରେ ବୁଡି ଗଲା ୬୦ ଫୁଟର ଅସ୍ଥାୟୀ ରାସ୍ତା। ଯାଜପୁର ବ୍ଲକ ଚଇନିପୁରରୁ ପଣସା ପଞ୍ଚାୟତକୁ ସଂଯୋଗ ଲାଗି ବେଲେଶ୍ୱରରୁ ବାରଭାଗିଆ ଯାଏ ବିଜୁ ସେତୁ ନିର୍ମାଣ କରାଯାଇଥିଲା। କିନ୍ତୁ ଗତ ବର୍ଷ ବୈତରଣୀ ନଦୀ ବନ୍ୟାରେ ତିନୋଟି ସ୍ପାନ ଦବି ଯିବା କାରଣରୁ ଜିଲ୍ଲା ପ୍ରଶାସନ ତାକୁ ଭାଙ୍ଗି ଦେଇ ସେତୁ ଉପରେ ଯାତାୟତ ବନ୍ଦ କରିଥିଲା।
ସେତେବେଳେ ଅଭିଯୋଗ ହୋଇଥିଲା ନିମ୍ନ ମାନର କାମ ଲାଗି ସେତୁ ଦବିଛି। ଯିବା ଆସିବା ଲାଗି ନଦୀ ନିକଟରେ ଆପ୍ରୋଚ ରୋଡ କରାଯାଇଥିଲା। ହେଲେ ଗତକାଲି ନଦୀରେ ପାଣି ଆସିବା ଦ୍ୱାରା ରାସ୍ତାଟି ସମ୍ପୂର୍ଣ୍ଣ ବୁଡି ଯାଇଛି। ଫଳରେ ଯାତାୟତ ଠପ୍ ହୋଇ ଯାଇଛି। ଏବେ ମାତ୍ର ୧୦୦ ମିଟର ରାସ୍ତା ସମସ୍ୟା ଲାଗି ଗ୍ରାମବାସୀଙ୍କୁ ୧୨ କିମି ବୁଲିବାକୁ ପଡିବ। ସେପଟେ ଜିଲ୍ଲାପାଳ କହିଛନ୍ତି ଲୋକଙ୍କ ସମସ୍ୟା କଣ ତାହାର ତଦନ୍ତ କରି ସମାଧାନ କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।