Flood: ରାତି ବଢ଼ିଲେ ଦୁଃଖ ବଢ଼ୁଛି: ନଦୀବନ୍ଧ ରାସ୍ତାରେ ୫ଶହ ପରିବାର, ମଣିଷ-ପଶୁ ଗୋଟିଏ ପାଲ ତଳେ

Jul 31, 2026 - 06:32
Flood: ରାତି ବଢ଼ିଲେ ଦୁଃଖ ବଢ଼ୁଛି: ନଦୀବନ୍ଧ ରାସ୍ତାରେ ୫ଶହ ପରିବାର, ମଣିଷ-ପଶୁ ଗୋଟିଏ ପାଲ ତଳେ

"ଗ୍ରାଉଣ୍ଡ ଜିରୋରୁ ଚନ୍ଦ୍ରଶେଖର ସାହୁ ଦଶରଥପୁର: ବୈତରଣୀ ଓ ଏହାର ଶାଖା କାଣୀ ନଦୀରେ ବନ୍ୟା ପରେ ଲୋକଙ୍କ ଦୁର୍ଦଶା ବଢ଼ିବାରେ ଲାଗିଛି।

ରାତିର ଅନ୍ଧକାରରେ ନଦୀବନ୍ଧ ଉପରେ ଶହଶହ ଲୋକ ଆଶ୍ରୟ ନେବା ସହ ଗାଈଗୋରୁ ଓ ମଣିଷ ଗୋଟିଏ ଜାଗାରେ ଶୋଇଥିବା ଦେଖିବାକୁ ମିଳିଛି।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ର କସପା ଓ ତରପଦା ପଞ୍ଚାୟତର ଅଧିକାଂଶ ଗାଁ ପାଣି ଘେରରେ ରହିଛି।

ଦୁଇ ପଞ୍ଚାୟତର ୫୦୦ ପରିବାରର ପ୍ରାୟ ୧୫୦୦ ଲୋକ ବନ୍ଧ ଉପରେ ଅଛନ୍ତି।

ନଦୀବନ୍ଧର ଦୁଇ ପାର୍ଶ୍ୱରେ ବନ୍ୟା ପାଣି।

ବାମପାର୍ଶ୍ୱରେ ନଦୀ ଏବଂ ଡାହାଣ ପାର୍ଶ୍ୱରେ ଘାଇରୁ ନିଷ୍କାସନ ହେଉଥିବା ବନ୍ୟାଜଳ।Advertisment Blood Donation: ରକ୍ତ ନୁହେଁ, ଜଣେ ଯୁବକ ପାଇଁ ଦୌଡ଼ିଲା ମାନବିକତା!

ମଣିଷ-ପଶୁ ଗୋଟିଏ ପାଲ ତଳେସବୁଆଡ଼େ ଅନ୍ଧାର, ସରୀସୃପଙ୍କ ଭୟ ଏହାଛଡ଼ା ବିଷଧର ସାପ ଭୟକୁ ଆଲୋକ ସମସ୍ୟା।

ରୋଗୀଙ୍କଠାରୁ ଆରମ୍ଭ କରି ଛୋଟପିଲା, ଗର୍ଭବତୀଙ୍କ ସହ ଗୋଟିଏ ସ୍ଥାନରେ ଗୃହପାଳିତ ପ୍ରାଣୀଙ୍କୁ ରହିବାକୁ ପଡୁଛି।

କିଛି ପରିବାର ସର୍ବସ୍ୱାନ୍ତ ହେବା ପରେ ଜୀବନ ବଞ୍ଚାଇବା ସବୁଠାରୁ ବଡ଼ ଆହ୍ବାନ ହୋଇଛି।

ବୈତରଣୀ ଓ କାଣୀ ନଦୀବନ୍ଧର ଦୁଇ କିଲୋମିଟର ଅଞ୍ଚଳରେ ଶହଶହ ପରିବାର ରହୁଥିବା ଦେଖିବାକୁ ମିଳିଛି।

ରନ୍ଧାଖାଦ୍ୟ ମିଳିବାରେ ସମସ୍ୟା ଥିବାବେଳେ ରିଲିଫ ସାମଗ୍ରୀ ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଛି।

ଏହାରି ଭିତରେ ମଝିରେ ମଝିରେ ଅସରାଏ ବର୍ଷା ଚିନ୍ତା ବଢ଼ାଉଛି।

Heavy Rain: ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ, ବର୍ତ୍ତିଗଲେ ୭ଜଣ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।