Flood: ଭଦ୍ରକ ଜିଲ୍ଲାରେ ସାଳନ୍ଦୀ ଓ ବୈତରଣୀରେ ଦ୍ବିତୀୟ ବନ୍ୟା ପରିସ୍ଥିତି, ସମୀକ୍ଷା କଲେ ଜିଲ୍ଲାପାଳ

Aug 14, 2026 - 11:27
Flood: ଭଦ୍ରକ ଜିଲ୍ଲାରେ ସାଳନ୍ଦୀ ଓ ବୈତରଣୀରେ ଦ୍ବିତୀୟ ବନ୍ୟା ପରିସ୍ଥିତି, ସମୀକ୍ଷା କଲେ ଜିଲ୍ଲାପାଳ

"ଭଦ୍ରକ: ଭଦ୍ରକ ଜିଲ୍ଲାରେ ସାଳନ୍ଦୀ ଓ ବୈତରଣୀରେ ଦ୍ବିତୀୟ ବନ୍ୟା ପରିସ୍ଥିତି।

ପ୍ରବଳ ବର୍ଷା ଓ ନଦୀର  ବନ୍ୟା ପାଣି ଯୋଗୁଁ  ତଳିଆ ଅଞ୍ଚଳରେ ଗତକାଲି ରାତିଠାରୁ ପଢ଼ିଛି ବନ୍ୟା ଜଳ।

ଅନେକ ଅଞ୍ଚଳ ଜଳମଗ୍ନ।Advertisment ଆବଶ୍ୟକ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଆଜି ସକାଳେ ଧାମନଗର ବ୍ଲକରେ ବନ୍ୟା ପରିସ୍ଥିତିର ମୁକାବିଲା ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି।

ବନ୍ୟା ପ୍ରଭାବିତ ଅଞ୍ଚଳ, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା, ଯୋଗାଯୋଗ ଓ ଜରୁରୀ ସେବା ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରି ଆବଶ୍ୟକ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ଅତିରିକ୍ତ ଜ଼ିଲ୍ଲାପାଳ ରବି ନାରାୟଣ ସାହୁ,  ଉପ ଜ଼ିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଧାମନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନବିହାରୀ ଦିଣ୍ଡା, ତହସିଲଦାର ଜ୍ଞାନରଞ୍ଜନ ସାହୁ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Budhabalanga Floods: ବଢ଼ୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର: ବନ୍ୟା ମୁହଁରେ ବେତନଟୀର ୧୬ଗାଁ  ‎"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media