Flood: ନଈବଢ଼ିର ଅସରନ୍ତି ଦୁଃଖ: ସପ୍ତାହକ‌ରେ ଚାଲିଗଲା ୭ ଜୀବନ, ଉଜୁଡ଼ିଗଲା ୫୦ଲକ୍ଷର ଅମୃତଭଣ୍ଡା ଚାଷ

Aug 04, 2026 - 04:07
Flood: ନଈବଢ଼ିର ଅସରନ୍ତି ଦୁଃଖ: ସପ୍ତାହକ‌ରେ  ଚାଲିଗଲା ୭ ଜୀବନ, ଉଜୁଡ଼ିଗଲା ୫୦ଲକ୍ଷର ଅମୃତଭଣ୍ଡା ଚାଷ

"ମନୋଜ ରାଉଳ ଯାଜପୁର: ବନ୍ୟା ଛାଡ଼ିଯାଇଛି କିନ୍ତୁ ଦେଇଯାଇଛି ଅସରନ୍ତି ଦୁଃଖ।

ଶତ ସତର୍କତା ଓ ସଚେତନତା ସତ୍ତ୍ବେ ବଢ଼ିପାଣି ନେଇଯାଇଛି ୭ ଜୀବନ।

ବିଭିନ୍ନ ନଦୀନାଳରେ ଭାସି/ବୁଡ଼ି ୭ଜଣଙ୍କ ମୃତ୍ୟୁ ଘଟିଛି।

ଗୋଟିଏପଟେ ସାପ/କୁମ୍ଭୀରଙ୍କ ଭୟ; ଅନ୍ୟପଟେ ଫସଲହାନି ଜିଲ୍ଲାବାସୀଙ୍କ ଜୀବନଜୀବିକାକୁ ବିପର୍ଯ୍ୟସ୍ତ କରିଦେଇଛି।

ଯାଜପୁର ବ୍ଲକ୍‌ରେ ଏକରଏକର ଜମିରେ ଅମୃତଭଣ୍ଡା ଚାଷ ନଷ୍ଟ ହୋଇଛି।

କେବଳ ସିମିଳିଆ ପଞ୍ଚାୟତରେ ୧୦ହଜାରରୁ ଅଧିକ ଅମୃତଭଣ୍ଡା ଗଛ ନଷ୍ଟ ହୋଇଛି।

ଗୌଡ଼ସାହି ଗୋବିନ୍ଦପୁରର ଚାଷୀ ଶ୍ୟାମସୁନ୍ଦର ନାୟକଙ୍କ ୨ହଜାର ଗଛ, ତାଳପଦାର ରାଜକିଶୋର ଜେନାଙ୍କ ୫ଶହ ଗଛ, ଆଶୁତୋଷ ପଣ୍ଡାଙ୍କ ୫ଶହ ଗଛ, ଅନନ୍ତ ପୋଲାରଙ୍କ ୫ଶହରୁ ଅଧିକ ଗଛ ପାଣିରେ ବୁଡ଼ିରହିବା ପରେ ମରିଗଲାଣି।

ସେହିପରି ଚାଷୀ ସୁବାସ ପଣ୍ଡା, ସରୋଜ ପତି, ଗେଡ଼ ପତି, ସୁଜ୍ଞାନ ପତି ଓ ନବଘନ ଜେନାଙ୍କ ସମେତ ଅନ୍ୟ ଚାଷୀଙ୍କର ୬ହଜାରରୁ ଅଧିକ ଅମୃତଭଣ୍ଡା ଗଛ ନଷ୍ଟ ହୋଇଯାଇଛି।

ଚାଷୀଙ୍କ ସୂଚନା ଅନୁସାରେ ସିମିଳିଆ ପଞ୍ଚାୟତରେ ପ୍ରାୟ ୫୦ଲକ୍ଷ ଟଙ୍କାର ଅମୃତଭଣ୍ଡା ଚାଷ ନଷ୍ଟ ହୋଇଛି।

ଏହାବାଦ୍‌ ବହୁ ପନିପରିବା ଫସଲ କ୍ଷତିଗ୍ରସ୍ତ ହୋଇଛି।Advertisment Flood In Bhadrak: ବନ୍ୟା ପରେ ଭଙ୍ଗା ଘରେ ଆଶ୍ରୟ ଖୋଜୁଛି ଅସହାୟ ମଣିଷ ଉଜୁଡ଼ିଗଲା ୫୦ଲକ୍ଷର ଅମୃତଭଣ୍ଡା ଚାଷବନ୍ୟାଜଳ ଭିତରେ କୁମ୍ଭୀର, ସାପ ସହ ଲଢ଼େଇ ପାଣିରେ ବୁଡ଼ି ମୃତ୍ୟୁ ସଂଖ୍ୟା ୧୦ରୁ ଅଧିକ ଥିଲାବେଳେ କେବଳ ନଈବଢ଼ିରେ ମୃତ୍ୟୁସଂଖ୍ୟା ୭ ରହିଛି।

ଗତ ୨୯ ତାରିଖରେ ଜାଫରପୁର ପଞ୍ଚାୟତ ମୁଗଡିହ ଗ୍ରାମର ଚାଷୀ କିଶୋର ସାହୁ (୫୦) ବୁଢ଼ାନଦୀରେ ଭାସିଯାଇଥିଲେ।

ରବିବାର ତାଙ୍କ ମୃତଦେହ ଜାଫରପୁରରୁ ଉଦ୍ଧାର କରାଯାଇଥିଲା।

ବିଂଝାରପୁର ଥାନା ଖରସ୍ରୋତା ନଦୀର ଘଣ୍ଟିଆଳି ସେତୁ ନିକଟରୁ ପ୍ରାୟ ୫୦ ବର୍ଷ ବୟସର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।

ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଉକ୍ତ ବ୍ୟକ୍ତିଙ୍କ ପରିଚୟ ଖୋଜୁଛି।

ସେହିପରି ଧର୍ମଶାଳା ବ୍ଲକ୍‌ ଗଙ୍ଗାଧରପୁର ପଞ୍ଚାୟତ ରଘୁନାଥପୁର ଶାସନର ଛେଳି ଚାଷୀ ପବିତ୍ର ମଲିକ (୬୦) ଓ ଧର୍ମଶାଳା ବ୍ଲକ୍‌ ଚହଟା ଗ୍ରାମର କାଳନ୍ଦୀ ଚରଣ ପ୍ରଧାନ (୭୨)ଙ୍କର ବ୍ରାହ୍ମଣୀ ନଦୀରେ ବୁଡ଼ି ମୃତ୍ୟୁ ହୋଇଛି।

ପାଣିକୋଇଲି ଥାନା ସରସଦା ଗ୍ରାମର ଗୋପାଳ ଚନ୍ଦ୍ର ସାହୁ (୬୮) ଚାଷଜମିକୁ ଯାଇଥିବାବେଳେ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିଲା।

ଖରସ୍ରୋତା ନଦୀରେ କୁମ୍ଭୀର ଆକ୍ରମଣରେ ଜଣକ ଜୀବନ ଯାଇଛି।

ଯାଜପୁର ବ୍ଲକ୍‌ ରିଷିପୁର ଗ୍ରାମର ହରିହର ଜେନା (୫୪) ନଦୀକୁ ଯାଇଥିବାବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା।

ଦୁଇଦିନ ପରେ ତାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା।

ଗତ ୩୦ତାରିଖରେ ବିଞ୍ଝାରପୁର ଥାନା କଲ୍ୟାଣପୁର ପଞ୍ଚାୟତ ରୁଦ୍ରପୁର ଗ୍ରାମର ଜଗବନ୍ଧୁ ସାହୁ (୭୨) ଖରସ୍ରୋତା ବନ୍ୟାରେ ଭାସିଯାଇଥିଲେ।

୨୪ଘଣ୍ଟା ପରେ ତାଙ୍କ ମୃତଦେହ ମିଳିଥିଲା।

ତେବେ ପ୍ରଶାସନ ପକ୍ଷରୁ କେବଳ ଜାଫରପୁରର କିଶୋର ସାହୁ, ସିମିଳିଆର ମନୋଜ ଜେନା ଓ ରିଷିପୁରର ହରିହର ଜେନାଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୫ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି।

ବନ୍ୟା ପରେ ସାପ ଆତଙ୍କ ବଢ଼ିଛି।

ଦଶରଥପୁର ଅଞ୍ଚଳରେ ୫ ଦିନ ମଧ୍ୟରେ ସରୀସୃପ କାମୁଡ଼ାଜନିତ ୬୨ରୁ ଅଧିକ ରୋଗୀ ଚିକିତ୍ସା ‌ହୋଇଛନ୍ତି।

ବନ୍ୟା ମୁକାବିଲା ବେଳେ ପ୍ରଶାସନ ଶୂନ ମୃତାହତ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିଲେ ମଧ୍ୟ ଏହି ଜୀବନହାନି ଅନେକ ପ୍ରଶ୍ନ ଛାଡ଼ିଯାଇଛି।

Greater Rourkela: ବୃହତ୍‌ ରାଉରକେଲା ପାଇଁ ଆଶା ଫିଟିଲା; ଆଉଟର୍‌ ରିଂ ରୋଡ୍‌ ପାଇଁ ୩ଟି ନକ୍ସା ପ୍ରସ୍ତୁତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।