Business: ଆବାସିକ ଘରେ ବ୍ୟବସାୟ: ୪୬୩୨ ବେଆଇନ କୋଠା ଚିହ୍ନଟ, ଏକାଧିକ ଘର ସିଲ୍‌

Aug 04, 2026 - 05:45
Business: ଆବାସିକ ଘରେ ବ୍ୟବସାୟ: ୪୬୩୨ ବେଆଇନ କୋଠା ଚିହ୍ନଟ, ଏକାଧିକ ଘର ସିଲ୍‌

"ଭୁବନେଶ୍ବର: ବିଏମ୍‌ସି ଓ ବିଡିଏଠାରୁ ଆବାସିକ ଘରର ଅନୁମତି ନେଇଥିଲେ।

କିନ୍ତୁ ବର୍ଷ ବର୍ଷ ହେଲାଣି ଏଠାରେ ବ୍ୟବସାୟ ଚାଲିଛି।

ଡାକ୍ତରଖାନା, କ୍ଲିନିକ, ସ୍କୁଲ, ବ୍ୟାଙ୍କ, ହୋଟେଲ, ରେଷ୍ଟୁରାଣ୍ଟ ପାଇଁ ଭଡ଼ାସୂତ୍ରରେ ଦେଇ ଘର ମାଲିକମାନେ ମୋଟା ଅଙ୍କର ଟଙ୍କା ଆଦାୟ କରୁଛନ୍ତି।

ନିଜେ ଘରମାଲିକ ବି କେତେକ ସ୍ଥାନରେ ବ୍ୟବସାୟ ଚଳାଇଛନ୍ତି।

ଏଠି ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ(ଓଡିଏ) ଆଇନକୁ ପାଦରେ ଦଳି ଦିଆଯାଇଛି।

ଘରର ପ୍ଲାନିଂ ଅନୁମୋଦନ ବିନା ବିଏମ୍‌ସିରେ ଏଭଳି ମାଳ ମାଳ ଆବାସିକ କୋଠାକୁ ବ୍ୟବସାୟରେ ଲାଗାଯାଇଛି ଓ ବେପାର ଚାଲିଛି।

ଦିଲ୍ଲୀ ଓ ଲକ୍ଷ୍ନୌରେ ଅଗ୍ନିକାଣ୍ଡରେ ବିଦେଶର ପର୍ଯ୍ୟଟକ ଓ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଏଭଳି ବେଆଇନ୍‌ କୋଠା ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ସୁପ୍ରିମକୋର୍ଟ।

ସବୁ ସହରାଞ୍ଚଳରେ ଏଭଳି କୋଠାକୁ ସିଲ୍‌ କରିବା ସହ ପାଣି, ବିଜୁଳି ସଂଯୋଗ ଆଦି କାଟିବାକୁ ଆଦେଶ ଦେଇଛନ୍ତି।Advertisment ଏକାଧିକ ଘର ସିଲ୍‌ସୁପ୍ରିମ୍‌କୋର୍ଟରେ ୪୮୨ ପୃଷ୍ଠାର ସତ୍ୟପାଠ ଦାଖଲ କଲା ବିଏମ୍‌ସି ସୁପ୍ରିମକୋର୍ଟଙ୍କ ଏହି ଛାଟ ପରେ ଏଭଳି ୪୬୩୨ଟି ବେଆଇନ୍‌ କୋଠାକୁ ଚିହ୍ନଟ କରିଛି ବିଏମ୍‌ସି।

ଯେଉଁଥିରେ ଉତ୍ତର ଜୋନ୍‌ରୁ ୧୭୧୨, ଦକ୍ଷିଣ-ପଶ୍ଚିମ ଜୋନ୍‌ରୁ ୧୫୪୦ ଓ ଦକ୍ଷିଣ-ପୂର୍ବ ଜୋନ୍‌ରୁ ୧୩୮୦ଟି ଘର ରହିଛି।

ବିଏମ୍‌ସି ଏହି ଘର ମାଲିକଙ୍କୁ ପର୍ଯ୍ୟାୟକ୍ରମେ ନୋଟିସ୍‌ ଦେବା ଆରମ୍ଭ କରିଛି।

ଶତାଧିକ ଘରକୁ ବି ୭ ଦିନିଆ ନୋଟିସ୍‌ ଦିଆ ସରିଲାଣି।

ନୋଟିସ୍‌ ପାଇଥିବା ଅନେକଙ୍କ ଘରକୁ ବି ସିଲ୍‌ କରି ଦିଆଯାଇଛି।

ନିକଟରେ ୬୨ ନମ୍ବର ୱାର୍ଡରେ ଆବାସିକ ଘରେ ବ୍ୟବସାୟ ଚଳାଇଥିବା ୮ଜଣ ଘର ମାଲିକଙ୍କୁ ନୋଟିସ୍‌ କରାଯାଇଥିଲା।

ଜବାବ ନ ରଖିବାରୁ ଏଥିରୁ ୪ଜଣଙ୍କ ଘର ସିଲ୍‌ କରି ଦିଆଯାଇଛି।

ସତ୍ୟନଗର, ବାପୁଜୀନଗର, ମଧୁସୂଦନନଗର, ଫରେଷ୍ଟ ପାର୍କ ଅଞ୍ଚଳରେ ବି ଶତାଧିକଙ୍କୁ ଏଭଳି ନୋଟିସ୍‌ ଦିଆଯାଇଛି।

ଅନ୍ୟ ଅଞ୍ଚଳରେ ବି ଏହି ପ୍ରକ୍ରିୟା ଜାରି ରହିଛି।

ଅପରପକ୍ଷେ ମଙ୍ଗଳବାର ଅପରାହ୍ଣ ୨ଟାରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଥିବାବେଳେ ବିଏମ୍‌ସି ପକ୍ଷରୁ ଏ ଉପରେ ୪୮୨ ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଛି।

ଜମି ଓ ଆଇନ ବିଭାଗର ବରିଷ୍ଠ ଅଧିକାରୀମାନେ ବି ଆଜିଠୁ ଦିଲ୍ଲୀରେ ଡେରା ପକାଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।