Flood Situation After Massive Rain: ଲଗାଣ ବର୍ଷା ପାଇଁ ବାହ୍ୟ ଜଗତରୁ ବିଚ୍ଛିନ୍ନ, ଯୁଆଡେ ଚାହିଁବ ଖାଲି ପାଣି ଆଉ ପାଣି
ଲଗାଣ ବର୍ଷା ଚାରିଆଡେ ପାଣି ଆଉ ପାଣି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ସମାକେଇ ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳ ଫୁଲି ଉଠିଛି। ଘୁରୁଡ଼ିଆ ନାଳ ପୋଲ ଉପରେ ୧୦ ଫୁଟର ଜଳ ପ୍ରବାହିତ ହେଉଛି। କରଦାଙ୍ଗି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ଯାତାୟତ ବାଧାପ୍ରାପ୍ତ ହୋଇଛି। ସମାକୋଇ ନଦୀର ଜଳ ବଢିବା ଯୋଗୁଁ ସପ୍ଲାଞ୍ଜି, ସରେଇ ବିଛିନ୍ନ ହୋଇଛି।
ବଲାଙ୍ଗିରରେ ଲାଗି ରହିଛି ଲଗାଣ ବର୍ଷା। ସହର ଠୁ ଗାଁ, ସବୁଠି ଜଳବନ୍ଦୀ ଜୀବନ। ବଲାଙ୍ଗିର ସହର ୨୧ ନମ୍ବର ୱାର୍ଡର କୋଶଳ ଛକ ନିକଟରେ ଜଳବନ୍ଦୀ ଜୀବନ ବିତାଉଛନ୍ତି ପନ୍ଦରଟି ପରିବାର। ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସ ନିକଟରେ ଥାଇ ମଧ୍ୟ ଲୋକେ ହଇରାଣ ହରକତ ହେଉଛନ୍ତି।