Flood Review Sparks Face-Off Between MP and MLA in Jajpur Over Meeting Invitation
#ଘାଇକୁ_ନେଇ_ସାଂସଦ_ବିଧାୟିକା_ମୁହାଁମୁହିଁ
ହଳଦୀ ଢିଅ ଘାଇକୁ ନେଇ ସାଂସଦ–ବିଧାୟିକା ମୁହାଁମୁହିଁ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ହଳଦୀଢିଅ ଘାଇ ଓ ବନ୍ୟା ପରିସ୍ଥିତିକୁ ନେଇ ରାଜନୀତି ତେଜିଛି। ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା ପାଇଁ ଆସିଥିବା ସାଂସଦ ରବୀନ୍ଦ୍ର ବେହେରା ଓ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ମଧ୍ୟରେ ଆମନ୍ତ୍ରଣକୁ ନେଇ ମୁହାଁମୁହିଁ ପରିସ୍ଥିତି। ସାଂସଦ ପ୍ରଥମେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକରେ ନେଇଥିଲେ। କିନ୍ତୁ ତାଙ୍କ ଫେରିବା ପରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ। ସମୀକ୍ଷା ବୈଠକ ସଂମ୍ପର୍କରେ ତାଙ୍କୁ ଅବଗତ କରାଯାଇନଥିବାକୁ ନେଇ ପ୍ରଶାସନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସ୍ଥାନୀୟ ଜନପ୍ରତିନିଧି ହୋଇ ତାଙ୍କୁ ଅନ୍ଧାରରେ ରଖାଯାଇଥିବା ଅଭିଯୋଗ କରିଥିଲେ। ବିଧାୟିକା ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନଙ୍କୁ ରିଲିଫ୍ ବଣ୍ଟନ, ବନ୍ୟା ପରିଚାଳନାକୁ ସରକାରଙ୍କ ପଦକ୍ଷେପ ନେଇ ପ୍ରଶ୍ନ କରିଥିଲେ। ଏହି ସମୟରେ ବ୍ଲକ ପରିସରରେ ସାଂସଦ ଓ ବିଧାୟିକାଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ପରେ ପୋଲିସ ଓ ପ୍ରଶାସନର ହସ୍ତକ୍ଷେପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।... ବିଧାୟିକାଙ୍କ ଅଭିଯୋଗ ନେଇ ସାଂସଦ କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳପାରିନାହିଁ ।
#Jajpur#FloodPolitics#Binjharpur#FloodReview#OdishaNews#RabindraBehera#PramilaMallik#FloodRelief#OdishaTV#OTV
A political confrontation erupted in Odisha’s Jajpur district over the Haladidhia embankment breach and the flood situation in Binjharpur block. During a flood review visit, MP Rabindra Narayan Behera inspected the affected areas and later attended a review meeting with the District Collector. However, Binjharpur MLA Pramila Mallik alleged that she was not informed about the meeting despite being the local elected representative, expressing strong displeasure over the administration’s handling of the matter.
The MLA questioned officials over flood management, relief distribution and rehabilitation measures. Tension escalated as supporters of both the MP and the MLA confronted each other at the block office premises. The situation was later brought under control following the intervention of the police and district administration. No response has yet been received from MP Rabindra Narayan Behera or the state government regarding the MLA’s allegations.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।