Flood News: ବନ୍ୟାଞ୍ଚଳ ପରିଦର୍ଶନ କଲେ ପିସିସି ସଭାପତି; ବିପନ୍ନଙ୍କୁ ଭେଟିଲେ

Nov 05, 2026 - 18:49
Flood News: ବନ୍ୟାଞ୍ଚଳ ପରିଦର୍ଶନ କଲେ ପିସିସି ସଭାପତି; ବିପନ୍ନଙ୍କୁ ଭେଟିଲେ

ଛତ୍ରପୁର (ବସନ୍ତ ମହାରଣା): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି।

ଏହି ଅବସରରେ ସେ ବିଭିନ୍ନ ଅଞ୍ଚଳର ବନ୍ୟା ବିପନ୍ନଙ୍କୁ ଭେଟି ସେମାନଙ୍କ ଦୁର୍ଦ୍ଦଶା ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

Advertisment ବାତ୍ୟା 'ଅର୍ଣ୍ଣବ' ପରବର୍ତ୍ତୀ ବନ୍ୟା ଯୋଗୁଁ ଜିଲ୍ଲାର ଚାଷୀ, ବ୍ୟବସାୟୀଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଥିବା ସେ ପରିଦର୍ଶନ ସମୟରେ ଅନୁଧ୍ୟାନ କରିଥିଲେ।

ପ୍ରଥମେ ଜିଲ୍ଲା ସଦର ମହକୁମା ଛତ୍ରପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ଅନ୍ୟ ନିର୍ବାଚନମଣ୍ଡଳୀର ବନ୍ୟାଞ୍ଚଳ ମଧ୍ୟ ପରିଦର୍ଶନ କରିଥିଲେ।

ଏହି ଗସ୍ତ ସମୟରେ ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ା, ଓଡ଼ିଶାର ସେବା ଦଳ ମୁଖ୍ୟ ଶୁଭେନ୍ଦୁ ମହାନ୍ତି, ବ୍ରହ୍ମପୁର କଂଗ୍ରେସ ସାଂସଦ ପାର୍ଥୀ ତଥା ଗଞ୍ଜାମ ଜ଼ିଲ୍ଲା (ପୂର୍ବ) କଂଗ୍ରେସ କମିଟି ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ, ପୂର୍ବତନ ଗୋପାଳପୁର ବିଧାୟକ ତ୍ରିନାଥ ବେହେରା, ଗଞ୍ଜାମ କଂଗ୍ରେସ (ପଶ୍ଚିମ) ସଭାପତି ଦଣ୍ଡପାଣି ପାତ୍ର, ଛତ୍ରପୁର ବିଧାୟକ ପ୍ରାର୍ଥୀ ଭାଗିରଥି ବେହେରା, ବରିଷ୍ଠ କଂଗ୍ରେସ ନେତା ଅଶୋକ ପଟନାୟକ, ମନମୋହନ ସାହୁ, ଗଞ୍ଜାମ କଂଗ୍ରେସ (ପଶ୍ଚିମ) ମହିଳା ସଭାପତି ଅଞ୍ଜନା ତ୍ରିପାଠୀ, ଭୋକାଲି ସେଠୀ, ସାକା ସୁଜିତ ବୃନ୍ଦାବନ ଖଟେଇ, ରଜନୀ ପାଢ଼ୀ, ସୁନାରାମ ସାବତ, ବଳରାମ ନାୟକ, ଲଲିତ ନାରାୟଣ ନାୟକଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେl Flood: ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ୁଛି: ଘର ଭିତରେ ପାଣି; ଖଟିଆ, ପଟା ପକାଇ ବସୁଛନ୍ତି ଶିଶୁଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା ଉପରେ ଗୁରୁତ୍ୱ ବାତ୍ୟା 'ଅର୍ଣ୍ଣବ' ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ଶିଶୁ ଓ କିଶୋରୀମାନଙ୍କ ସ୍ଥିତି ଅନୁଧ୍ୟାନ କରିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର।

ଦୁଇଦିନିଆ ଗଞ୍ଜାମ ଗସ୍ତରେ ଆସି ସେ ସାନଖେମୁଣ୍ଡି, ଶେରଗଡ଼, ଧରାକୋଟ, ଆସିକା ଓ ଛତ୍ରପୁର ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ବିପନ୍ନ ଶିଶୁମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।

ବନ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)