Flood in Odisha: ପୁଣି ବୁଡ଼ିଲା ବରୀ; ମଧ୍ୟାହ୍ନସୁଧା ଅନେକ ଗ୍ରାମ ଜଳବନ୍ଦି
"ବରୀ (ସଂଜୟ କୁମାର ବେହେରା): ଗତ ମାସ ୩୦ ତାରିଖରେ ଆସିଥିବା ବନ୍ୟାରେ ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ବରେ ସୃଷ୍ଟି ହୋଇଥିବା ୪ଗୋଟି ଘାଇର ଅସ୍ଥାୟୀ ମରାମତିକୁ ନେଇ ରାଜନୈତିକ ଛକାପଞ୍ଝା ଜାରି ରହିଛି।
ଘାଇର ଅସ୍ଥାୟୀ ମରାମତିରେ ବିଳମ୍ବ କାରଣରୁ ରବିବାର ଆସିଥିବା ବନ୍ୟାର ଆରମ୍ଭରୁ ପୁଣି ବରୀ ଜଳାର୍ଣ୍ଣବ ହୋଇଯାଇଛି।
Advertisment ବନ୍ୟାରେ ସୃଷ୍ଟି ହୋଇଥିବା ଘାଇ ଗୁଡ଼ିକର ଅସ୍ଥାୟୀ ମରାମତିକୁ ଗୁରୁତ୍ବ ନଦେଇ କେଉଁ ଦଳର ନେତାଙ୍କ କଥାରେ କେଉଁ ଠିକାଦାର କାମ କରିବ ତାକୁ ନେଇ ରାଜନିତୀ ଆରମ୍ଭ ହୋଇ ଯାଇଥିଲା।
ଘାଇର ମରାମତି ଗୁରୁତ୍ବ ବହନ କରୁଥିଲା ବେଳେ ସଂପୃକ୍ତି ବିଭାଗ ରାଜନେତିକ ଚାପ ଆଗରେ ଚାପି ହୋଇ ପଡ଼ିଥିଲା।
ଦୀର୍ଘ ୧୦ ଦିନରୁ ଅଧିକ ସମୟ ଠିକାଦାର ଚୟନରେ ସମୟ ବିତିଯାଇଥିଲା ବେଳେ ଅରୁଆଳ ଘାଇକୁ ଗୋଟିଏ ଦଳର ଚନ୍ଦନପୁର ଘାଇର ମରାମତି କାମ ଅନ୍ୟ ଗୋଟିଏ ଦଳର ଚୟନ ଠିକାଦାରକୁ ସମର୍ପି ଦେଇଥିଲା ଜଳସଂପଦ ବିଭାଗ।
ଏପରି ଏକ ଗୁରୁତ୍ବ ପୂର୍ଣ୍ଣ କାର୍ଯ୍ୟକୁ ଅଭିଜ୍ଞ ଠିକାଦାର ବଦଳରେ ଦଳିୟ ଭିତିରେ ଦିଆଯାଇଥିଲା ବେଳେ ସଠିକ୍ ସମୟ ମଧ୍ୟରେ ଅସ୍ଥାୟୀ ମରାମତି କାର୍ଯ୍ୟ ମଧ୍ୟ ହୋଇ ପାରିନଥିଲା।
ଯାହାଫଳରେ ରବିବାର ବନ୍ୟା ଆସୁଆସୁ ଘାଇ ଗୁଡ଼ିକ ପୁର୍ନବାର ବନ୍ୟାପାଣି ବୁଡ଼ାଇ ଦେଇଛି।
ଏପରିକି ବାଙ୍କସାହି ଘାଇ କାମ ନିର୍ଦ୍ଦାରିତ ସମୟ ମଧ୍ୟରେ ଆବଶ୍ୟକ ମୁତାବକ କାମ ହୋଇନଥିବାରୁ ତାହାମଧ୍ୟ ବୁଡ଼ାଇ ବନ୍ୟାତ୍ସୋତ ପ୍ରବାହିତ ହୋଇଛି।ମଧ୍ୟାହ୍ନ ସୁଧା ତିନୋଟି ଘାଇ ଦେଇ ବନ୍ୟାତ୍ସୋତ ପ୍ରବାହିତ ହେଉଥିଲା ବେଳେ ମାଟିଆପଡ଼ା ନଦୀବନ୍ଧ ପ୍ରତି ମଧ୍ୟ ବିପଦ ଦେଖା ଦେଇଛି।
ପ୍ରଥମ ବନ୍ୟାରେ ବିଭାଗୀୟ ପୂର୍ବପ୍ରସ୍ତୁତି ଅଭାବରୁ ଘାଇ ସୃଷ୍ଟି ହୋଇଥିଲା ବେଳେ ପରବର୍ତ୍ତୀ ସମୟରେ ଶାସକ ଓ ବିରୋଧୀ ମଧ୍ୟରେ ଠିକା କାମ କିଏ ନେବ କାହା ସମର୍ଥକ ପାଇବେ ତାକୁ ନେଇ ବଳକଷା କଷି ମଧ୍ୟରେ ଦ୍ବିତୀୟ ବନ୍ୟା ଆରମ୍ଭରୁ ବରୀ ବୁଡ଼ିବା ଆରମ୍ଭ ହୋଇ ଗଲାଣି।
BrahmaniRiver: ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳିକା ନିଖୋଜ ଅପରପକ୍ଷରେ ପ୍ରଥମ ବନ୍ୟା ଠାରୁ ଏଥର ଅଧିକ ପାଣି ଆସୁଥିବାରୁ ବନ୍ୟାର ଭୟାବହ ଅଧିକ ରହିବ ବୋଲି ଜଳସଂପଦ ବିଭାଗର ଅଧିକାରୀଙ୍କୁ ଠାରୁ ସୂଚନା ମିଳିଲାଣି।
ବରୀ କଳାମାଟିଆ ରାସ୍ତାର ଅନେକ ସ୍ଥାନରେ ମୁଖ୍ୟରାସ୍ତା ଉପରେ ବନ୍ୟାତ୍ସୋତ ଚାଲିଥିଲା ବେଳେ ବରୀ ତିନିମୁହାଣି ନିକଟରେ ସୃଷ୍ଟି ହୋଇଥିବା ଘୋଳିଆକୁ ସ୍ଥାନୀୟ ଲୋକମାନେ ନିଜେ ମରାମତି କରିବା କାମକୁ ହାତକୁ ନେଇଥିବା ଦେଖିବାକୁ ମିଳିଛି।
ସେପଟେ ବ୍ଲକ ପ୍ରଶାସନ ପକ୍ଷରୁ ଚନ୍ଦନପୁର, କିମ୍ଭିରିଆପାଳ, ଅଙ୍ଗାଳୋ, ସ୍ବାଇଁଖଣ୍ଡ ପଞ୍ଚାୟତର ୪ଟି ସ୍ଥାନରେ ରନ୍ଧାଖାଦ୍ୟ ଓ ୪ଟି ପଞ୍ଚାୟତ କେତକ ଜଳବନ୍ଦି ଗ୍ରାମରେ ସୁଖିଲା ଖାଦ୍ୟ ବଣ୍ଟନ ଆରମ୍ଭ କରିଛି।
ବରୀକୁ ଘନେଇ ଆସୁଥିବା ବନ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ୨ଟି ଓଡୟାପ୍ ଟିମ୍ ବରୀକୁ ଆସିଥିବା ବିଡ଼ିଓ ମିନତୀ ଜଗଦ୍ଦେବ୍ ସୂଚନା ଦେଇଛନ୍ତି।
ପ୍ରଥମ ବନ୍ୟା ଠାରୁ ଏବନ୍ୟା ଅଧିକ ରହିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
