Flood in Odisha: ଟ୍ରାକ୍ଟରରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ

Jul 29, 2026 - 22:03
Flood in Odisha: ଟ୍ରାକ୍ଟରରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ

"ଜଗତସିଂହପୁର (ଶୁଭକାନ୍ତ ପଢ଼ିଆରୀ): ଲଘୁଚାପଜନିତ ବର୍ଷାରେ ସମଗ୍ର ଓଡ଼ିଶା ପ୍ରଭାବିତ ହୋଇଛି।

ଗତ ୨୬ ତାରିଖରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି।

ଏପରି ସ୍ଥିତିରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଜେ ସୋନାଲ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତର କୋଟକଣ, ମଣିଜଙ୍ଗା ପଞ୍ଚାୟତର ଗୋପାଳ ସାହି ଓ ତିର୍ତ୍ତୋଲ ପଞ୍ଚାୟତର ଆଦିବାସୀ ସାହି ପରିଦର୍ଶନ କରିଥିଲେ।

Advertisment ରାହାମା ବଜାରରେ ବ୍ରିଜ ନିକଟରେ ଓ କୁଜଙ୍ଗ ବ୍ଲକ ହରିପୁର ଠାରେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଟ୍ରାକ୍ଟର ଯୋଗେ ଯାଇ ପରିଦର୍ଶନ କରିଥିଲେ।

ପ୍ରଶାସନ ପକ୍ଷରୁ ପ୍ରାୟ ୧୨୦ ପ୍ରଭାବିତଙ୍କୁ ନିକଟସ୍ଥ ଆଶ୍ରଯ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି।

ଆଶ୍ରୟ ସ୍ଥଳୀରେ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ସହ ପାନୀୟ ଜଳ, ଆବଶ୍ୟକୀୟ ଔଷଧ, ପଲିଥିନ୍ ଆଦି ଯୋଗାଇ ଦିଆଯାଇଛି।

ଜିଲ୍ଲାପାଳ ପ୍ରଭାବିତମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବାସହ ଅଞ୍ଚଳ ବାସୀ ଭୟଭୀତ ନ ହୋଇ ଆଶ୍ରୟସ୍ଥଳୀରେ ରହିବାକୁ ପରାମର୍ଶ ଦେଇଛନ୍ତି।

ପ୍ରଭାବିତଙ୍କ ସହ ପ୍ରତ୍ୟକ୍ଷ କଥାବାର୍ତ୍ତା ପରେ ସେମାନଙ୍କ ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ସେମାନଙ୍କ ପାଇଁ ଗୋଖାଦ୍ୟ, ପଶୁଖାଦ୍ୟ ପାନୀୟ ଜଳ ବ୍ୟବସ୍ଥା ଓ ଆବଶ୍ୟକ ସ୍ଥଳେ ଔଷଧ ବ୍ୟବସ୍ଥା କରିବାକୁ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Assam flood: ଆସାମ ବନ୍ୟା ବିପର୍ଯ୍ୟୟ ମୃତ୍ୟୁ ସଂଖ୍ୟା ୭୫କୁ ବୃଦ୍ଧି, ୭ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ବର୍ଷା ଜନିତ ଫସଲ କ୍ଷୟକ୍ଷତିର ଆକଳନ ରିପୋର୍ଟ ଦାଖଲ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ଆଦିବାସୀ ସାହି ନିକଟସ୍ଥ ଅଞ୍ଚଳ ରେ ଡ୍ରେନେଜ୍‌ର ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରିବାପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ବିଡ଼ିଓ, ତହସିଲଦାର, ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।