Flood in Nepal: ଭାରତରେ ନେପାଳ ବନ୍ୟାର ପ୍ରଭାବ: ୟୁପିର ମହାରାଜଗଞ୍ଜ ଓ କୁଶୀନଗରରେ ହାଇ-ଆଲର୍ଟ

Aug 26, 2026 - 22:03
Flood in Nepal: ଭାରତରେ ନେପାଳ ବନ୍ୟାର ପ୍ରଭାବ: ୟୁପିର ମହାରାଜଗଞ୍ଜ ଓ କୁଶୀନଗରରେ ହାଇ-ଆଲର୍ଟ

"ଲକ୍ଷ୍ନୌ: ନେପାଳରେ ଆଜି ଅଚାନକ ପ୍ରଳୟଙ୍କରୀ ବନ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ସୀମାନ୍ତ ଜିଲ୍ଲା ଗୁଡ଼ିକରେ ହାଇ-ଆଲର୍ଟ ଜାରି କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଏହି ବିପର୍ଯ୍ୟୟକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।

ନେପାଳ ସୀମାକୁ ଲାଗି ରହିଥିବା ମହାରାଜଗଞ୍ଜ ଏବଂ କୁଶୀନଗର ଜିଲ୍ଲା ପ୍ରଶାସନକୁ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ସାମ୍ନା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ନେପାଳରେ ପ୍ରବାହିତ ବନ୍ୟା ଜଳ ଯୋଗୁଁ ଭାରତର ପଡ଼ୋଶୀ ଜିଲ୍ଲା ଗୁଡ଼ିକ ଦେଇ ଗତି କରୁଥିବା ଗଣ୍ଡକ ଏବଂ ନାରାୟଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ଆରମ୍ଭ କରିଥିବାରୁ ଯୁଦ୍ଧସ୍ତରରେ ମୁକାବିଲା ପଦକ୍ଷେପ ନିଆଯାଉଛି।Advertisment ଆହୁରି ପଢନ୍ତୁ: Earthquake: ସୀମାନ୍ତରେ ୪.୪ ତୀବ୍ରତା ଝଟକାରେ ଭାଙ୍ଗିଲା ବରଫ ପାହାଡ଼ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନଜରରେ ରଖି ନଦୀକୂଳିଆ ଅଞ୍ଚଳରେ ରହୁଥିବା ସାଧାରଣ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ସତର୍କ କରାଯାଇଛି | ଦିନରାତି ନଦୀର ଜଳସ୍ତର ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ଓ ରିଲିଫ୍ ବ୍ୟବସ୍ଥାର ସମୀକ୍ଷା କରାଯାଉଥିବା ବେଳେ ବନ୍ୟା ପ୍ରତିରୋଧକ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ନେପାଳରୁ ଆସୁଥିବା ଜଳପ୍ରବାହକୁ ନିୟନ୍ତ୍ରଣ ଓ ମନିଟରିଂ କରିବା ପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ମଧ୍ୟ ପ୍ରତିଷ୍ଠା କରାଯାଇଛି।

ନେପାଳକୁ ୧୦ ଟନ୍‌ ବନ୍ୟା ରିଲିଫ୍‌, ଔଷଧ ପଠାଇଲା ଭାରତବନ୍ୟା ପ୍ରଭାବିତ ନେପାଳକୁ ସହଯୋଗର ହାତ ବଢ଼ାଇ ଭାରତ ଆଜି ୧୦ ଟନ୍‌ ମାନବୀୟ ସହାୟତା ପଠାଇଛି।

ଏଥିରେ ଅତ୍ୟାବଶ୍ୟକ ମେଡିସିନ୍‌ ମଧ୍ୟ ରହିଛି।

ଏହି ବିପର୍ଯ୍ୟୟ ରିଲିଫ୍‌ ଯୋଗାଣ ସମ୍ପର୍କରେ ଆଜି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି।

ଜୟଶଙ୍କର କହିଛନ୍ତି, ଏଭଳି ଏକ ଜଟିଳ ଏବଂ ଦୁଃଖଦ ସ୍ଥିତିରେ ସରକାର ଲୋକଙ୍କ ସହ ଦୃଢ଼ ଭାବେ ରହିଛନ୍ତି।

ଆହୁରି ପଢନ୍ତୁ: Jio: ୧୦ ବର୍ଷରେ ଡିଜିଟାଲ ପ୍ରଯୁକ୍ତି କମ୍ପାନିରେ ରୂପାନ୍ତରିତ ଜିଓ; ୬ଜି ଓ ଏଆଇ ଉପରେ ପ୍ରାଧାନ୍ୟ ନେପାଳରେ ଫସିଛନ୍ତି ପଶ୍ଚିମବଙ୍ଗର ୬୫ ପର୍ଯ୍ୟଟକ, ତାମିଲନାଡ଼ୁରୁ ୩୭ ଜଣଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନିନେପାଳ ବନ୍ୟାରେ ଅନେକ ଜୀବନହାନି ହୋଇଛି।

ଅନେକ ଭାରତୀୟ ଏହି ବନ୍ୟାରେ ଭାସି ଯାଇଥିବା ଅନୁମାନ କରାଯାଉଛି।

ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନି।

ନେପାଳ ପର୍ଯ୍ୟଟନ ଯୁଗ୍ମ ସଚିବ ଜୟ ନାରାୟଣ ଆଚାର୍ଯ୍ୟ କହିଛନ୍ତି, ୧୩୩ ଭାରତୀୟ ଏବଂ ୫୯ ନେପାଳୀଙ୍କ ସମେତ ମୋଟ୍‌ ୩୯୮ ପର୍ଯ୍ୟଟକଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନି।

ସେମାନଙ୍କ ଟୁର୍‌ ଅପରେଟରଙ୍କ ସହ ସେମାନେ ଯୋଗାଯୋଗରେ ନ ଥିବା ଆଚାର୍ଯ୍ୟ କହିଛନ୍ତି।

ଇତି ମଧ୍ୟରେ ଜାଣିବାକୁ ମିଳିଛି ଯେ ତାମିଲନାଡ଼ୁରୁ ନେପାଳ ଯାଇଥିବା ୩୭ ଜଣ ପର୍ଯ୍ୟଟକଙ୍କର ଖୋଜଖବର ମିଳୁନି।

ସେମାନେ ହିମାଳୟର ଏକ ମନ୍ଦିରକୁ ଯାଇଥିଲେ।

ଆହୁରି ପଢନ୍ତୁ: Eid Milad-un-Nabi ଭଦ୍ରକରେ ମହମ୍ମଦ ଜୟନ୍ତୀ: ପରିକ୍ରମା କଲା ୮୪ ଚିତ୍ତାକର୍ଷକ ଜୁଲୁସ ଓ କାଫେଲା ଥାଞ୍ଜାଭୁର ଜିଲ୍ଲାପାଳ ଆର୍‌ ‌ରେବତୀ କହିଛନ୍ତି, ଜିଲ୍ଲାର ୫୭ ପର୍ଯ୍ୟଟକ ନେପାଳ ଯାଇଥିଲେ।

ସେମାନଙ୍କ ମଧ୍ୟରୁ କେବଳ ୨୦ ଜଣଙ୍କ ସହ ଯୋଗାଯୋଗ ହୋଇପାରିଛି।

ଅନ୍ୟମାନଙ୍କର କିଛି ଖବର ନାହିଁ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ଆରାମବାଗରୁ ୬୫ ପର୍ଯ୍ୟଟକଙ୍କର ଏକ ଗୋଷ୍ଠୀ ନେପାଳରେ ଫସିଛନ୍ତି।

ଏହି ପର୍ଯ୍ୟଟକମାନେ ଅଗଷ୍ଟ ୨୪ ତାରିଖରେ ନେପାଳ ଯାଇଥିଲେ ଏବଂ ସେମାନେ ଏବେ ଚେତନପାର୍କରେ ରହୁଛନ୍ତି।

ବିପର୍ଯ୍ୟୟପ୍ରବଣ ଅଞ୍ଚଳଠାରୁ ଏହା ପ୍ରାୟ ୧୨୦ କିମି ଦୂର।

ସେମାନଙ୍କ ସହ ଆଜି ଦିନରେ କୌଣସି ଯୋଗାଯୋଗ ହୋଇପାରି ନ ଥିଲା।

କିନ୍ତୁ ପରେ ସନ୍ଧ୍ୟାରେ ସେମାନଙ୍କ ସହ ଯୋଗାଯୋଗ ହୋଇପାରିଛି।

କେରଳରୁ ମଧ୍ୟ ଏକ ୩୬ ଜଣିଆ ଟିମ୍‌ ନେପାଳ ଗସ୍ତ କରିଥିବାବେଳେ ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)