Theft Case Verdict ରେକର୍ଡ ୧୮ ଦିନରେ ଚୋରି ମାମଲାର ରାୟ, ଆସାମୀକୁ ୧ ବର୍ଷ କାରାଦଣ୍ଡ
"ଭୁବନେଶ୍ବର(ସରିତଦୀପ ଶତପଥୀ): ଚଳିତ ମାସ ୮ତାରିଖ ରାତିରେ ବଡ଼ଗଡ଼ ଥାନା ଅଞ୍ଚଳରେ ହୋଇଥିବା ଏକ ଚୋରି ମାମଲାର ରାୟ ମାତ୍ର ରେକର୍ଡ ୧୮ ଦିନରେ ପ୍ରକାଶ ପାଇଛି।
ଭୁବନେଶ୍ବର ଜେଏମ୍ଏଫ୍ସି-୪ ବିଚାରପତି ସୋମେଶ ସୌମ୍ୟଜିତ ପଣ୍ଡା ମାମଲାର ଶୁଣାଣି ଶେଷ କରି ଆସାମୀ ସୁନୀଲ ସେଠୀକୁ ୧ ବର୍ଷର କାରାଦଣ୍ଡ ସହିତ ୫,୦୦୦ ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି।
Advertisment Villagers Scared: ସିରିଜ ଚୋରି ପରେ ଗ୍ରାମବାସୀ ଭୟଭୀତ: ଘଟଣାର ତଦନ୍ତ କରୁଛି ପୁଲିସ ଏହି ମାମଲାରେ ବଡ଼ଗଡ଼ ଥାନା ପୁଲିସ ମାତ୍ର ୫ଦିନରେ ଚାର୍ଜସିଟ୍ ଦାଖଲ କରିଥିଲା।
କୋର୍ଟରେ ୧୭ତାରିଖରୁ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା।
୯ଜଣ ସାକ୍ଷୀ ଓ ୧୫ଟି ପ୍ରଯୁଜ୍ୟ ଦସ୍ତାବିଜ ଆଧାରରେ କୋର୍ଟ ତ୍ବରିତ ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି।
ସହକାରୀ ପବ୍ଲିକ୍ ପ୍ରସିକ୍ୟୁଟର ନିରଞ୍ଜନ ବେହେରା ଏହି ମାମଲାକୁ ପରିଚାଳନା କରିଥିଲେ।
ATM looting: ପୁରୁଣା ଜଗନ୍ନାଥ ସଡ଼କରେ ଲୁଟେରା ଆତଙ୍କ: ଲୁଟିପାରିଲେନି ଏଟିଏମ୍, ବାଇକ୍ ଚୋରିକରି ଛୁ" ଭୁବନେଶ୍ୱର ଟଙ୍କାପାଣି ରୋଡ୍ ଓ ପୁରୀ ବାଇପାସ୍ ରାସ୍ତା ନିକଟରେ ଅବିନାଶ ପ୍ରୀତମ ନାୟକଙ୍କର ଏକ କାର୍ କେୟାର୍ ସଂସ୍ଥା ରହିଛି।
ସେଠାରେ କାମ କରୁଥିବା ୭/୮ ଜଣ କର୍ମଚାରୀଙ୍କ ଭିତରେ ସୁନୀଲ ମଧ୍ୟ ଥିଲା।
ଅଗଷ୍ଟ ୮ ତାରିଖ ରାତି ପ୍ରାୟ ସାଢ଼େ ୨ଟା ସମୟରେ ସମସ୍ତ କର୍ମଚାରୀ ଶୋଇଥିବା ବେଳେ ସୁନୀଲ ୫ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ବାଇକ୍ ନେଇ ଫେରାର ହୋଇଯାଇଥିଲା।
ପରଦିନ ସକାଳୁ ଅବିନାଶ ବଡ଼ଗଡ଼ ଥାନାରେ ଏତଲା ଦେଇଥିଲେ।
ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା ଏବଂ ସୁନୀଲ ହିଁ ଏହି କାଣ୍ଡ କରିଛି ବୋଲି ଜଣାପଡ଼ିଥିଲା।
୯ ତାରିଖ ଦିନ ବଡ଼ଗଡ଼ ଥାନା ପୁଲିସ ବାଲେଶ୍ଵର ଖଇରା ଥାନା ମୁହଁଚୁଆଁ ଗ୍ରାମରେ ଚଢ଼ଉ କରି ସୁନୀଲକୁ ଗିରଫ କରିଥିଲା ଏବଂ ତା"ଠାରୁ ୫ଟିଯାକ ମୋବାଇଲ୍ ଓ ବାଇକ୍ ଜବତ କରିଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
