Flood In Jajpur: ଯୁବକଙ୍କୁ ଭସାଇ ନେଲା ବନ୍ୟାପାଣି; କାଣୀ ନଦୀରେ ୮୦ଫୁଟର ଘାଇ
"ଯାଜପୁର: ଉତ୍ତର ଓଡ଼ିଶାରେ ଗତକାଲି ଠାରୁ ପ୍ରବଳ ବର୍ଷା ହୋଇଥିବା ବେଳେ ଏବେ ବନ୍ୟାଜଳ ଲୋକଙ୍କର ଚିନ୍ତା ବଢ଼ାଇଛି।
ଯାଜପୁର ଜିଲ୍ଲାବାସୀ ବନ୍ୟା କାରଣରୁ ବ୍ୟାପକ ପ୍ରଭାବିତ ହୋଇଛନ୍ତି।
ଯାଜପୁର ସଦର ଥାନା ଶିମିଳିଆ ପଂଚାୟତର ଅଙ୍କୁରା ପୋଲରେ ରାସ୍ତା ପାର ହେଉଥିବା ବେଳେ ବନ୍ୟା ପାଣି ସ୍ରୋତରେ ଭାସି ଯାଇଛନ୍ତି।
ନିଖୋଜ ଯୁବକ ଜଣକ ହେଉଛନ୍ତି ମନୋଜ ଜେନା (୩୫)।
ସେ ସଠିଆଟିକିରିରୁ ନିଜ ଗ୍ରାମ ଶିମିଳିଆକୁ ଯାଉଥିଲେ।Advertisment ଜିଲ୍ଲାର ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ପାଟଣା ଠାରେ କାଣୀ ନଦୀ ଅନ୍ୟ ଦୁଇଟି ଘାଇ ସୃଷ୍ଟି ହୋଇଛି।
ପ୍ରଥମ ଘାଇଟି ୭୦ ଫୁଟ ହୋଇଥିବାବେଳେ ଦ୍ୱିତୀୟ ଘାଇଟି ପ୍ରାୟ ୮୦ ଫୁଟରୁ ଅଧିକ ଚଉଡା ହୋଇଛି।
ଘାଇଟି ଗାଁ ଏବଂ ଚାଷ ଜମି ନିକଟରେ ହୋଇଥିବା ଦେଖାଯାଉଛି।
ତରପଦା, କସ୍ପା, ମଲିକାପୁର, ଛାଚିଣା, ଜୟନ୍ତରା, କଟିକଟା, ଦୁଦୁରାଅଣ୍ଟା, କୟାଁ, କମାରଢିଅ ଆଦି ପଞ୍ଚାୟତର ଚାଷ ଜମିକୁ ବନ୍ୟା ଜଳ ପ୍ରବାହିତ ହେଉଛି।
ଅନ୍ୟପକ୍ଷରେ କାଣୀର କଣ୍ଟପଡା ଠାରେ ପ୍ରଥମ ବନ୍ୟାରେ ୭୦ ଫୁଟ ର ମୁକୁଳା ଘାଇ ଦେଇ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଛି.
ବୈତରଣୀ ନଦୀ ଜୟନ୍ତରା ମହାପାତ୍ର ସାହି ଘେରିବନ୍ଧ ମଧ୍ୟ ୧୦୦ ଫୁଟ ର ଘାଇ।ରିପୋର୍ଟ: ଅନୀଲ ପଣ୍ଡା, ଚନ୍ଦ୍ରଶେଖର ସାହୁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।