ବିଶ୍ୱ ରେକର୍ଡ କଲା ଆଦିବାସୀ ଧିମ୍ସା ନୃତ୍ୟ; ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ହେଲା ସାମିଲ

Aug 01, 2026 - 21:27
ବିଶ୍ୱ ରେକର୍ଡ କଲା ଆଦିବାସୀ ଧିମ୍ସା ନୃତ୍ୟ; ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ହେଲା ସାମିଲ

"ଆଦିବାସୀ ସଂସ୍କୃତିର ଅନନ୍ୟ ପରିଚୟ ଧିମ୍ସା ନୃତ୍ୟ ଏବେ ବିଶ୍ୱ ମଞ୍ଚରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।

ଆନ୍ଧ୍ରପ୍ରଦେଶର ଭୋଗାପୁରମସ୍ଥିତ ଅଲ୍ଲୁରୀ ସୀତାରାମ ରାଜୁ ଆନ୍ତର୍ଜାତୀୟ ବିମାନବନ୍ଦର ପରିସରରେ ଏକାସାଙ୍ଗରେ ୧୩ ହଜାର ଆଦିବାସୀ ଛାତ୍ରୀଙ୍କ ଧିମ୍ସା ନୃତ୍ୟ ପ୍ରଦର୍ଶନ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ।Advertisment ଭୋଗାପୁରମ ବିମାନବନ୍ଦର ପରିସରରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ପାଡେରୁ, ସୀତାମ୍ପେଟା, ପାର୍ବତୀପୁରମ ଓ ରାମ୍ପଚୋଡାଭରମ ଆଇଟିଡିଏ ଅଞ୍ଚଳର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ୧୩ ହଜାର ଆଦିବାସୀ ଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ପାରମ୍ପରିକ ଧିମ୍ସା ନୃତ୍ୟ ପରିବେଷଣ କରି ସେମାନେ ଏକ ନୂଆ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ।

Flood In Odisha: ମୁଣ୍ଡଳିରେ ହ୍ରାସ ପାଉଛି ଜଳସ୍ତର; ରାତି ୩ଟା ସୁଦ୍ଧା ପହଞ୍ଚିବ ହୀରାକୁଦ ଜଳଭଣ୍ଡାରରୁ ନିଷ୍ପାସିତ ୨୨ଟି ଗେଟ୍‌ର ଜଳ ସମସ୍ତ ଛାତ୍ରୀ ଗୋଲାପୀ ରଙ୍ଗର ଶାଢ଼ୀ, ସବୁଜ ବର୍ଡର ଓ ସବୁଜ ବ୍ଲାଉଜ୍ ପିନ୍ଧି ଗୋଟିଏରୂପର ପୋଷାକରେ ନଜର ଆସିଥିଲେ ।

୪୩୩ଟି ବୃତ୍ତାକାର ଗୋଷ୍ଠୀରେ ବିଭକ୍ତ ହୋଇ ପ୍ରତ୍ୟେକ ଗୋଷ୍ଠୀରେ ୫୦ ଜଣ ଲେଖାଏଁ ନୃତ୍ୟଶିଳ୍ପୀ ଧିମ୍ସା ନୃତ୍ୟ ପରିବେଷଣ କରିଥିଲେ ।

ସମନ୍ୱିତ ନୃତ୍ୟ ଓ ତାଳମେଳ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

ଲଣ୍ଡନରୁ ଆସିଥିବା ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ପ୍ରତିନିଧିମାନେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ନିରୀକ୍ଷଣ କରିଥିଲେ ।

ପ୍ରଦର୍ଶନ ଶେଷରେ ସେମାନେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଗୁମ୍ମାଡି ସନ୍ଧ୍ୟାରାଣୀଙ୍କୁ ଗିନିଜ୍ ୱାର୍ଲ୍ଡ ରେକର୍ଡ ସାର୍ଟିଫିକେଟ ପ୍ରଦାନ କରିଥିଲେ ।

ଆଦିବାସୀ କଲ୍ୟାଣ ବିଭାଗର ପ୍ରଧାନ ସଚିବ ଏମ୍.ଏମ୍.

ନାଏକ ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି ।

ଏହି ସଫଳତା ପାଇଁ ସମସ୍ତ ଅଧିକାରୀ ଓ ଆୟୋଜନ ସହ ଜଡ଼ିତ ଟିମ୍‌କୁ ସେ ଧନ୍ୟବାଦ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମ କେବଳ ଏକ ବିଶ୍ୱ ରେକର୍ଡ ନୁହେଁ, ବରଂ ଆଦିବାସୀ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଏକ ଗୌରବମୟ ଅଧ୍ୟାୟ ପାଲଟିଛି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।