Shehzad Poonawalla : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଫଳ : ଶେହଜାଦ ପୁନାୱାଲା ପ୍ରକୃତ ସ୍ବେଚ୍ଛାଚାରୀ ହୋଇପାରିଲେନି

Aug 01, 2026 - 23:22
Shehzad Poonawalla : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଫଳ : ଶେହଜାଦ ପୁନାୱାଲା ପ୍ରକୃତ ସ୍ବେଚ୍ଛାଚାରୀ ହୋଇପାରିଲେନି

"ନୂଆଦିଲ୍ଲୀ : ବିଜେପିର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଡିଓକୁ ନେଇ ଅସନ୍ତୁଷ୍ଟ ଅଛନ୍ତି।

ମୋଦୀ ଏକ ଭିଡିଓ ପୋଷ୍ଟ୍‌ କରି ତାଙ୍କୁ ଗାଳିଗୁଲଜ କରିଥିବା ଆନ୍ଦୋଳନକାରୀଙ୍କୁ କ୍ଷମା କରିଥିବା କହିଛନ୍ତି।

ଏହି ଘଟଣାରେ ଅସନ୍ତୋଷ ପ୍ରକାଶ କରିବା ସହ ବ୍ୟଙ୍ଗାତ୍ମକ ଢଙ୍ଗରେ ପୁନାୱାଲା କହିଛନ୍ତି, ବନ୍ଧୁଗଣ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମୁଁ ସମ୍ପୂର୍ଣ୍ଣ ନିରାଶ , କାରଣ ସେ ଜଣେ ପ୍ରକୃତ ସ୍ୱେଚ୍ଛାଚାରୀ ହୋଇପାରିଲେ ନାହିଁ ।Advertisment ଆହୁରି ପଢନ୍ତୁ : Ayodhya: ଅଯୋଧ୍ୟା ମେଡିକାଲ କଲେଜରୁ ମିିଳିଲା ବିସ୍ଫୋରକ ତିଆରି ସମ୍ବନ୍ଧୀୟ ଦଲିଲ୍‌ , ଛାତ୍ର ଅଟକ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱେଚ୍ଛାଚାରୀ ନୁହନ୍ତି, ବରଂ କ୍ଷମାଶୀଳ ବୋଲି ଦର୍ଶାଇବାକୁ ଚେଷ୍ଟା କରି ଶେହଜାଦ ପୁନାୱାଲା ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍‌ କରି କହିଛନ୍ତି, ୧୨ ବର୍ଷ ବିତିଗଲାଣି, ତଥାପି ସେ ବିଫଳ।

ଜଣେ ସ୍ୱେଚ୍ଛାଚାରୀ କିପରି ହେବାକୁ ହୁଏ, ସେ ତାହା ଜାଣନ୍ତି ନାହିଁ।

ସ୍ୱେଚ୍ଛାଚାରୀ ଭଳି ବ୍ୟବହାର କରିବା ପରିବର୍ତ୍ତେ, ସେ ଗତକାଲି ରାତିରେ ଏକ ଭିଡିଓ ଜାରି କରି ତାଙ୍କୁ, ସାମ୍ବିଧାନିକ ପଦାଧିକାରୀମାନଙ୍କୁ ଏବଂ ତାଙ୍କ ମା"ଙ୍କୁ ଗାଳି ଦେଇଥିବା ପିଲାମାନଙ୍କୁ "ଦୁଷ୍ଟ ପିଲା" କହି ସେମାନଙ୍କୁ କ୍ଷମା କରିଦେଲେ।

ଆହୁରି ପଢନ୍ତୁ : Accident: ଆଇରନ୍‌ ବୋଝେଇ ଟ୍ରକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ; ୨ଜଣ ଗୁରୁତର ବିଜେପି ଛାଡ଼ୁଥିବା ଖବର ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ସମର୍ଥନ ଜଣାଇ ଆସୁଥିବା ଶେହଜାଦ ପୁନାୱାଲା, ମୋଦୀଙ୍କ "କ୍ଷମାଶୀଳ" ଆଚରଣକୁ ନେହେରୁ-ଗାନ୍ଧୀ ପରିବାରର ଆଚରଣ ସହ ତୁଳନା କରିଛନ୍ତି।

ପୁନାୱାଲା କହିଛନ୍ତି, ମୋଦୀଜୀ ରାହୁଲ ଗାନ୍ଧୀ ହେଉଛନ୍ତି ଇନ୍ଦିରା ଗାନ୍ଧୀ ଏବଂ (ଜବାହରଲାଲ) ନେହେରୁଙ୍କ ବଂଶଧର।

ପ୍ରକୃତ ସ୍ୱେଚ୍ଛାଚାର କ"ଣ ଏବଂ ପ୍ରକୃତ ଜରୁରୀକାଳ କ"ଣ ତାଙ୍କଠାରୁ ଶିଖନ୍ତୁ।

ଭିଡିଓ ଶେଷରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ବୋଧନ କରି କହିଥିଲେ, "ଆପଣ ଜଣେ ସ୍ୱେଚ୍ଛାଚାରୀ ହୋଇପାରୁନାହାନ୍ତି।

ଆପଣ ବିଫଳ ହୋଇଛନ୍ତି"।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।