Flood In Balangir: ଲୋଇସିଂହା ଜଳବନ୍ଦିଙ୍କୁ ରନ୍ଧାଖାଦ୍ୟ ବାଣ୍ଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ

Jul 30, 2026 - 21:30
Flood In Balangir: ଲୋଇସିଂହା ଜଳବନ୍ଦିଙ୍କୁ ରନ୍ଧାଖାଦ୍ୟ ବାଣ୍ଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ

"ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଲୋଇସିଂହାର ବିଭିନ୍ନ ଅଞ୍ଚଳରେ ଅତ୍ୟଧିକ ବର୍ଷା ଯୋଗୁଁ ଜଳବନ୍ଦିରେ ଥିବା ଗ୍ରାମଗୁଡ଼ିକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ ଗସ୍ତ କରି ରନ୍ଧାଖାଦ୍ୟ ବଣ୍ଟନ କରଛନ୍ତି।

Advertisment ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ପରିସ୍ଥିତି ସମୀକ୍ଷା କରିବା ସହିତ କ୍ଷତିଗ୍ରସ୍ତ ଲୋକମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି।

ପ୍ରଭାବିତ ଲୋକମାନେ ଯେପରି ସହାୟତାରୁ ବଞ୍ଚିତ ନହୁଅନ୍ତି, ସେଥି ପ୍ରତି ଧ୍ୟାନ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି।

ଗସ୍ତ ସମୟରେ ଉପସ୍ଥିତ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଥିଲେ।

ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ରନ୍ଧାଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଔଷଧ, ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଏବଂ ରୋଗ ନିରାକରଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମନ୍ତ୍ରୀ ପୁଇଁତଲା ବ୍ଲକର କୁଳେରବାହାଳୀ ,ଲସ୍ତଲା, ଲୋଇସିଂହା ବ୍ଲକର ସେମେଲମୁଣ୍ଡା ,ଲୋଇସିଂହା ଏନଏସି, ଆଗଲପୁର ବ୍ଲକର ଡୁଙ୍ଗୁରିପାଲି, ରଫାଖାଳ, ବିନ୍ଧାପାଲି, କଣ୍ଠିପାଲି, ବାଇଗଣଖାରି ଛକ, ବାବୁ୍ଫାସଡ଼, ଲାଟସର ଗାଁ ବୁଲି ଦେଖିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।