ଦାମୀ ମୋବାଇ ଫେରାଇବା ପାଇଁ ଲାଞ୍ଚ ନେବା ମାମଲା: ହୋମଗାର୍ଡ ଗିିରଫ,ରିମାଣ୍ଡରେ ଆଣି ପଚରାଉଚରା କରିବ ଭିଜିଲାନ୍ସ
ଭୁବନେଶ୍ୱର, ୩୦/୦୭: ଜବତ ଦାମୀ ମୋବାଇଲ୍ ଫୋନ୍ ଫେରାଇବା ଲାଗି ଲାଞ୍ଚ ନେବା ବେଳେ ମଞ୍ଚେଶ୍ୱର ଥାନାର ଜଣେ ଏଏସଆଇ ରାଜେଶ କୁଲୁ ଏବଂ ହୋମଗାର୍ଡ ଚାଳକ ଜ୍ୟୋତି ରଞ୍ଜନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ଜୁନ୍ ୧୨ ତାରିଖରେ ଗିରଫ କରିଥିଲା । ତେବେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ହୋମଗାର୍ଡ ସରଫରାଜ୍ ଫେରାର୍ ହୋଇଯାଇଥିଲା । ନିକଟରେ ସରଫରାଜ୍ କୋର୍ଟରେ ଆତ୍ମସମର୍ପଣ କରିଛି । ଏବେ ଭିଜିଲାନ୍ସ ଫେରାର ହୋମଗାର୍ଡ ସରଫରାଜ୍କୁ ଗିରଫ କରିଛି। ତାଙ୍କୁ ରିମାଣ୍ଡରେ ଆଣି ଭିଜିଲାନ୍ସ ପଚରାଉଚରା କରିବ ବୋଲି ଜଣାପଡ଼ିଛି ।
ଅଧିକ ପଢ଼ନ୍ତୁ :- Crime News: ବିଜ୍ଞାପନ ନ ଦେବାରୁ ଚରିତ୍ର ସଂହାର, ୫୦ ହଜାର ଦେବାକୁ ବ୍ଲାକ୍ମେଲ୍, ଅଭିଯୁକ୍ତ ୱେବ୍ ପୋର୍ଟାଲ ମାଲିକକୁ ବାନ୍ଧିଲା ପୁଲିସ
ସୂଚନା ଅନୁଯାୟୀ, ୨ଟି ମୋବାଇଲ୍ ଫୋନ୍ ଫେରାଇବା ଏବଂ ମାମଲାରେ ସାହାଯ୍ୟ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୫୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ ଏହି ୩ ଜଣ । ଉକ୍ତ ବ୍ୟକ୍ତିଙ୍କଠାରୁ ୩୦,୦୦୦ ଟଙ୍କା ନେଇ ଗୋଟିଏ ମୋବାଇଲ୍ ଫେରସ୍ତ କରିଥିଲେ । ଦ୍ୱିତୀୟ ମୋବାଇଲ୍ ଫେରସ୍ତ ଲାଗି ଜୁନ୍ ୧୨ରେ ୨୦,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ପ୍ରଥମେ ମଞ୍ଚେଶ୍ୱର ଥାନାର ଜଣେ ଏଏସଆଇ ରାଜେଶ କୁଲୁ ଏବଂ ହୋମଗାର୍ଡ ଚାଳକ ଜ୍ୟୋତି ରଞ୍ଜନ ବେହେରାକୁ ଗିରଫ କରିଥିଲା ଭିଜିଲାନ୍ସ। ଫେରାର ହୋମଗାର୍ଡଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିଲା। ଏହା ଜଣାପଡ଼ିବା ପରେ ଗତକାଲି ହୋମଗାର୍ଡ ସରପରାଜ କୋର୍ଟରେ ଆତ୍ମସମର୍ପଣ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।