Fishermen Missing in Deep Sea: ଗଭୀର ସମୁଦ୍ରରେ ୧୫ ନିଖୋଜ, ୭ ଦିନ ପରେ ବି ହୋଇପାରୁନି ଯୋଗାଯୋଗ
ଗଭୀର ସମୁଦ୍ରରେ ୧୫ ମତ୍ସ୍ୟଜୀବୀ ନିଖୋଜ। ୨ ତାରିଖରୁ ସମୁଦ୍ରକୁ ମାଛ ଧରିବା ପାଇଁ ୧୫ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ମତ୍ସ୍ୟଜୀବୀଙ୍କ ସହ ଯୋଗାଯୋଗ ମଧ୍ୟ ହୋଇପାରୁନି। ପଶ୍ଚିମବଙ୍ଗର ଶଙ୍କରପୁର ବେଳାଭୂମିରୁ "ମାଆ କାଳୀ" ନାମକ ଟ୍ରଲରରେ ୨ ତାରିଖରେ ସମୁଦ୍ରକୁ ଯାଇଥିଲେ।
୭ ଦିନ ହୋଇଥିଲେ ମଧ୍ୟ ସେମାନଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରୁନି। ପରିବାର ଲୋକେ ଚିନ୍ତାରେ ଥିବା ବେଳେ ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନ ପାଇଁ ତଟରକ୍ଷୀ ବାହିନୀ ହେଲିକପ୍ଟର ସହାୟତା ଲାଗି ଦାବି କରିଛି ଶଙ୍କରପୁର ମତ୍ସ୍ୟଜୀବୀ ସଂଘ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।