War Rattles Global Markets: ଯୁଦ୍ଧ ପରେ ଖସିଲା ମାର୍କେଟ, ତେଲ ବଜାରରେ ନିଆଁ
ପୁଣି ତେଜିଲା ଯୁଦ୍ଧ, ପୁଣି ଖସିଲା ମାର୍କେଟ। ଗତକାଲିଠାରୁ ପୁଣି ଆମେରିକାର ପ୍ରଚଣ୍ଡ ଆକ୍ରମଣ ପରେ ଏହାର ସିଧାସଳଖ ପ୍ରଭାବ ମାର୍କେଟ ଉପରେ ପଡିଛି। ବିଶ୍ବ ତୈଳ ବଜାର ଦରରେ ବଡ଼ ଡିଆଁ ଦେଖିବାକୁ ମିଳିଛି। ୫ ପ୍ରତିଶତ ଦର ବଢ଼ି ବ୍ୟାରେଲ୍ ପିଛା ପହଞ୍ଚିଛି ୭୫ ଡଲାରରେ। ସେପଟେ ତେଲ ବଜାରରେ ଅସ୍ଥିରତାର ପ୍ରଭାବ କ୍ରାସ କରିଛି ବିଶ୍ବ ଷ୍ଟକ ମାର୍କେଟକୁ।
ଭାରତରେ ଗତ ତିନି ମାସରେ ଗତକାଲି ସବୁଠାରୁ ବଡ଼ ଦିନିକିଆ କ୍ଷତି ସହିଛନ୍ତି ନିବେଶକ। ଗତକାଲି ଆମେରିକାର ଆକ୍ରମଣ ପରେ ହଠାତ ଖସିଯାଇଥିଲା ସେୟାର ବଜାର। ମୁମ୍ବାଇ ସୂଚକାଙ୍କ ସେନସେକ୍ସ ୧୨୫୦ ପଏଣ୍ଟ ଖସିଯାଇଥିଲା। ଯୁଦ୍ଧ ପ୍ରଭାବରେ ନିଫଟି ସୂଚାକାଙ୍କ ମଧ୍ୟ ୨୪,୦୦୦ ତଳକୁ ଖସି ଆସିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।