First Test wicket: ପ୍ରଥମ ଟେଷ୍ଟ ୱିକେଟ୍‌କୁ ମନେ ପକାଇଲେ କୁମ୍ବଲେ

Aug 10, 2026 - 06:19
First Test wicket: ପ୍ରଥମ ଟେଷ୍ଟ ୱିକେଟ୍‌କୁ ମନେ ପକାଇଲେ କୁମ୍ବଲେ

"ନୂଆଦିଲ୍ଲୀ: ଭାରତୀୟ ସ୍ପିନ୍‌ ଜଗତର କିଂବଦନ୍ତି ପୁରୁଷ ଅନିଲ କୁମ୍ବଲେ ରବିବାର ୩୬ ବର୍ଷ ତଳେ ନେଇଥିବା ନିଜ ପ୍ରଥମ ଟେଷ୍ଟ୍‌ ୱିକେଟ୍‌କୁ ମନେ ପକାଇଛନ୍ତି।

ଏହା ନିଶ୍ଚିତ ଭାବେ ଏକ ସ୍ବତନ୍ତ୍ର ଅନୁଭବ ବୋଲି କହିଛନ୍ତି।

କୁମ୍ବଲେ ଆଜକୁ ଠିକ୍‌ ୩୬ ବର୍ଷ ତଳେ ଭାରତୀୟ କ୍ରିକେଟ୍‌ରେ ପାଦ ଥାପିଥିଲେ।

୧୯୯୦ ଅଗଷ୍ଟ ୯ ତାରିଖରେ ମାଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଭାରତ ପାଇଁ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।

ନିଜର ଏହି ସ୍ମରଣୀୟ ଦିନକୁ ମନେ ପକାଇ ସେ ଏହାକୁ ଅବିସ୍ମରଣୀୟ ଓ ଅସାଧାରଣ ଯାତ୍ରା ଭାବେ ଅଭିହିତ କରିଛନ୍ତି। "ଏକ୍ସ"ରେ କୁମ୍ବଲେ ଲେଖିଛନ୍ତି, ଠିକ୍‌ ୩୬ ବର୍ଷ ତଳେ ମୁଁ ଭାରତ ପାଇଁ ୧୯୨ ନମ୍ବର ଖେଳାଳି ଭାବେ ମୋର ପ୍ରଥମ ଟେଷ୍ଟ୍‌ କ୍ୟାପ୍‌ ପାଇଥିଲି।

ଆଲାନ୍‌ ଲାମ୍ବଙ୍କ ୱିକେଟ୍‌ ନେବା ମୋର ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଯାତ୍ରାର ଆରମ୍ଭ ଥିଲା।

ଆଜି ମଧ୍ୟ ମୁଁ ଏହି ଯାତ୍ରାକୁ ଗଭୀର ଭାବେ ସମ୍ମାନ କରେ।

ଏହି ଯାତ୍ରାର ଅଂଶ ହୋଇଥିବା ପ୍ରତ୍ୟେକଙ୍କ ପାଇଁ ମୁଁ ଅତ୍ୟନ୍ତ କୃତଜ୍ଞ।

ସୂଚନାଯୋଗ୍ୟ ଯେ କୁମ୍ବଲେ ନିଜ ପଦାର୍ପଣ ଟେଷ୍ଟ୍‌ରେ ୩ ୱିକେଟ୍‌ ନେଇଥିଲେ।

Advertisment Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ ଇଂଲଣ୍ଡର ପ୍ରଥମ ପାଳିରେ ୪୩ ଓଭର ବୋଲିଂ କରି ୧୦୫ ରନ୍‌ ଦେଇ ଏହି ତିନିଟି ଯାକ ୱିକେଟ୍‌ ନେଇଥିଲେ ସେ।

ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ଶିକାର ହୋଇଥିଲେ ଆଲାନ୍‌ ଲାମ୍ବ।

ତେବେ ଦ୍ବିତୀୟ ପାଳିରେ ୧୭ ଓଭର ବୋଲିଂ କରିଥିଲେ ମଧ୍ୟ କୁମ୍ବଲେ କୌଣସି ୱିକେଟ୍‌ ପାଇନଥିଲେ।

ଭାରତୀୟ କ୍ରିକେଟ୍‌ର ଏହି ମହାନ ସ୍ପିନର୍‌ ଟେଷ୍ଟ୍‌ କ୍ରିକେଟ୍‌ରେ ଭାରତ ପକ୍ଷରୁ ସର୍ବାଧିକ ୬୧୯ଟି ୱିକେଟ୍‌ ନେଇ କ୍ୟାରିୟର ଶେଷ କରିଥିଲେ।

ସେହିଭଳି ୨୭୧ଟି ଦିନିକିଆରୁ କୁମ୍ବଲେ ୩୩୭ ୱିକେଟ୍‌ କରାୟତ୍ତ କରିଥିଲେ।

୧୯୯୯ରେ ଦିଲ୍ଲୀରେ ପାକିସ୍ତାନ ବିପକ୍ଷ ଟେଷ୍ଟର ଗୋଟିଏ ପାଳିରେ ସମସ୍ତ ୧୦ ୱିକେଟ୍‌ ନେଇ ଐତିହାସିକ ରେକର୍ଡ କରିଥିଲେ।

ସେ ମଧ୍ୟ ୨୦୧୬ରୁ ୨୦୧୭ ପର୍ଯ୍ୟନ୍ତ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଥିଲେ।

ଭାରତ ତାଙ୍କ ପ୍ରଶିକ୍ଷଣ ସମୟରେ ୱେଷ୍ଟଇଣ୍ଡିଜ୍‌, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ବାଂଲାଦେଶ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍‌ ସିରିଜ୍‌ ଜିତିଥିଲା।

୨୦୧୫ରେ କୁମ୍ବଲେଙ୍କୁ ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଥିଲା।

Flood in Bhadrak: କମୁଛି ସାଳନ୍ଦୀ-ବୈତରଣୀର ବନ୍ୟାଜଳ, ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media