First song: ଦୁଇ ବର୍ଷ ପରେ ପ୍ରଥମ ଗୀତ

ପ୍ରସିଦ୍ଧ କଣ୍ଠଶିଳ୍ପୀ ଅଳକା ୟାଜ୍ଞିକଙ୍କୁ ଦୁଇ ବର୍ଷ ତଳେ ହଠାତ୍ କିଛି ଶୁଭିଲା ନାହିଁ। ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଲା ଯେ ଭୂତାଣୁ ସଂକ୍ରମଣ ଯୋଗୁଁ ସେ ଏକ ବିରଳ ଶ୍ରବଣ ସମସ୍ୟାରେ ପୀଡ଼ିତ! ସେବେଠାରୁ ସେ ଲୋକଲୋଚନରୁ ଏକପ୍ରକାର ଦୂରେଇ ରହିଥିଲେ। ତାଙ୍କ ଗୀତ ଗାଇବା ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ପ୍ରଶଂସକମାନେ ଗତ ମାସରେ ଯାଇ ଅଳକାଙ୍କୁ ରାଷ୍ଟ୍ରପତିଙ୍କ ହାତରୁ ପଦ୍ମଭୂଷଣ ଗ୍ରହଣ କରିବା ବେଳେ ଦେଖିବାକୁ ପାଇଥିଲେ। ଦୁଇ ବର୍ଷର ପ୍ରତୀକ୍ଷା ପରେ ଏହି ସୁପରିଚିତ ଗାୟିକାଙ୍କ କଣ୍ଠରୁ ନୂଆ ଗୀତଟିଏ ଶୁଣିବାକୁ ମିଳିଛି। ଗୀତର ନାମ ‘ଅପନା ଚେହେରା ଦିଖା’।
Digital India: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ସାତ ସପନ
ଏହି ଆଲବମ୍ ଗୀତଟିର ନିର୍ଦେଶକ ଓ ଅନ୍ୟତମ ଗାୟକ ହେଉଛନ୍ତି ଋଷଭ କାନ୍ତ। ତେବେ ଏହି ଗୀତର ଏକ ରୋଚକ ଇତିହାସ ରହିଛି। ଦଶ ବର୍ଷ ତଳର କଥା, ଯେତେବେଳେ ଋଷଭଙ୍କ ପିତାଙ୍କ ଷ୍ଟୁଡିଓରେ ଅଳକା ଗୀତ ରେକର୍ଡ କରୁଥିଲେ। ରେକର୍ଡିଂ ସରିବା ପରେ ଋଷଭଙ୍କ ନିର୍ଦେଶନାରେ ପ୍ରସ୍ତୁତ ଗୀତଟିକୁ ତାଙ୍କ ପିତା ଅଳକାଙ୍କୁ ଶୁଣାଇଥିଲେ। ସେ ଅଳକାଙ୍କୁ ପ୍ରସ୍ତାବ ଦେଇଥିଲେ ଯେ ଗୀତଟି ଯଦି ତାଙ୍କୁ ପସନ୍ଦ ଆସୁଛି ତେବେ ସେ ସେଥିରେ କଣ୍ଠଦାନ କରିପାରିବେ। ଅଳକା ମୁଖଡ଼ା ଶୁଣି ଗାଇବାକୁ ରାଜି ହୋଇଗଲେ। ଏହା ପରେ ମାତ୍ର ୩୦ ମିନିଟ୍ରେ ଅଳକା ଗୀତଟିକୁ ସୁନ୍ଦର ଭାବେ ଗାଇଦେଇଥିଲେ।
Horoscope 2026 July 04: ଜାଣନ୍ତୁ ଆଜିର ରାଶିଫଳ...
ସେତେବେଳେ ସଂଗୀତ ଜଗତରେ ଋଷଭ ସଂପୂର୍ଣ୍ଣ ଅଜଣା ଥିଲେ ଏବଂ ଗୀତଟିକୁ କିପରି ସଜାଇବେ ସେ ନେଇ ତାଙ୍କର ମନରେ ଦ୍ବନ୍ଦ୍ବ ଥିଲା। ତେଣୁ ଏହି ଗୀତଟି ସେବେ ମୁକ୍ତିଲାଭ କରିପାରି ନଥିଲା। ତେବେ ଗତ ବର୍ଷ ‘ସୈୟାରା’ ଚଳଚ୍ଚିତ୍ରର ‘ବରବାଦ’ ଗୀତର ନିର୍ଦେଶନା ପାଇଁ ସେ ରାତାରାତି ପ୍ରସିଦ୍ଧି ଅର୍ଜନ କରିଥିଲେ। ନିକଟରେ ସେ ଅନୁଭବ କଲେ ଯେ ଏହା ହେଉଛି ‘ଅପନା ଚେହେରା ଦିଖା’ ମୁକ୍ତିଲାଭ କରିବାର ଠିକ୍ ସମୟ, କାରଣ ଅଳକାଙ୍କ ନୂଆ ଗୀତ ଶୁଣିବାକୁ ଶ୍ରୋତାମାନେ ଆତୁର ଅଛନ୍ତି।