Attack: ବଲୁଚିସ୍ତାନରେ ବିଏଲଏର ବଡ଼ ଧରଣର ଆତ୍ମଘାତୀ ବିସ୍ପୋରଣ: ୩୦ ପାକିସ୍ତାନୀ ସୈନିକ ନିହତ

ଇସଲାମାବାଦ: ପାକିସ୍ତାନର ବଲୁଚିସ୍ତାନର ଏକ ବିଚ୍ଛିନ୍ନତାବାଦୀ ସଶସ୍ତ୍ର ଗୋଷ୍ଠୀ, ବଲୁଚିସ୍ତାନ ଲିବରେସନ ଆର୍ମି(ବିଏଲଏ)ଗ୍ୱାଦରରେ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଏକ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ କରିଛି। ଏକ ବିବୃତିରେ, ବିଏଲଏ ଗ୍ୱାଦରରେ ପାକିସ୍ତାନ ତଟରକ୍ଷୀ ଶିବିର ଉପରେ ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି।
ବିଏଲଏ ଦାବି କରିଛି,୩୦ ରୁ ଅଧିକ ପାକିସ୍ତାନୀ ଅର୍ଦ୍ଧସାମରିକ ବାହିନୀ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ବହୁ ଲୋକ ଗୁରୁତର ଆହତ ହୋଇଥିବାବେଳେ ଭଙ୍ଗା କୋଠା ତଳେ ଅନେକ ପୋତି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି ସଂଗଠନ ଦାବି କରିଛି।
ବିଏଲଏ ଏକ ବିବୃତିରେ କହିଛି, ଏକ ବିସ୍ଫୋରକ ଭର୍ତ୍ତି ଟ୍ରକ ଜିୱାନିର ପାନୱାନ୍ ତଟରକ୍ଷୀ ଘାଟିକୁ ସୁଚିନ୍ତିତ ଅଭିଯାନ ଅନ୍ତର୍ଗତ ଟାର୍ଗେଟ କରିଥିଲା। ବେଲୁଚିସ୍ତାନ ପୋଷ୍ଟ ରିପୋର୍ଟ କରିଛି, ବିଏଲଏର ଖାସ୍ ମାଜିଦ୍ ବ୍ରିଗେଡ୍ ଦ୍ୱାରା ଶୁକ୍ରବାର ସନ୍ଧ୍ୟାରେ ଏହି ଆତ୍ମଘାତୀ ଆକ୍ରମଣ କରାଯାଇଥିଲା।
ଆତାଉଲ୍ଲା ବଲୁଚ୍ ଓରଫ ଅଜମଲ ନାମକ ଜଣେ ଆତ୍ମଘାତୀ ଆକ୍ରମଣକାରୀ ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ବିସ୍ଫୋରକ ଭର୍ତ୍ତି ଏକ ମାଜଦା ଟ୍ରକକୁ ତଟରକ୍ଷୀ ଶିବିର ଭିତରରେ ଧସାଇ ପଶି ବିସ୍ଫୋରଣ ଘଟାଇଥିଲେ ବୋଲି ବିଏଲଏ ମୁଖପାତ୍ର ଜିଆନ୍ଦ୍ ବଲୁଚ୍ କହିଛନ୍ତି।
Airstrike: ପାକିସ୍ତାନକୁ ଆଫଗାନିସ୍ତାନର କଡ଼ା ଜବାବ: ବେଲୁଚିସ୍ତାନରେ ଆଇଏସଆଇଏସ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍
ବିଏଲଏର ମିଡିଆ ୱିଙ୍ଗ, ହକ୍କାଲ, ଏକ ଭିଡିଓ କ୍ଲିପ୍ ଜାରି କରିଛି ଯେଉଁଥିରେ ବିସ୍ଫୋରଣ ପୂର୍ବରୁ ଏକ ବିସ୍ଫୋରକ ଭର୍ତ୍ତି ଟ୍ରକ୍ ଶିବିର ଭିତରକୁ ପ୍ରବେଶ କରୁଥିବାର ଦେଖାଯାଇଛି ଏବଂ ତା’ପରେ ଏକ ବଡ଼ ବିସ୍ଫୋରଣ ଘଟୁଛି। ଚ୍ୟାନେଲଟି ପରେ ଏକ ଦ୍ୱିତୀୟ ଭିଡିଓ ସେୟାର କରିଛି ଯେଉଁଥିରେ ଶିବିରର ଏକ ବଡ଼ ଅଂଶ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବା ଦେଖାଯାଉଛି।