First semi-final: ପ୍ରଥମ ସେମିଫାଇନାଲ୍ ଆଜି: ସ୍ପେନ୍ଠୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ଫ୍ରାନ୍ସ
"ଡଲାସ: ଚଳିତ ଫିଫା ବିଶ୍ବକପ୍ର ମଙ୍ଗଳବାର ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲ୍ରେ ଦୁଇ ୟୁରୋପୀୟ ଦଳ କିଲିୟାନ୍ ଏମ୍ବାପେଙ୍କ ଫ୍ରାନ୍ସ ଓ ୟୁରୋପୀୟ ବିଜେତା ସ୍ପେନ୍ ମୁହାଁମୁହିଁ ହେବେ।
ଗତ ସଂସ୍କରଣ ଉପବିଜେତା ଫ୍ରାନ୍ସ ଲଗାତାର ତୃତୀୟ ଥର ଫାଇନାଲ୍ ସ୍ଥାନ ପକ୍କା କରିବା ସହ ସ୍ପେନ୍ଠୁ ୟୁରୋ-୨୦୨୪ ଏବଂ ନେସନ୍ ଲିଗ୍ ସେମିଫାଇନାଲ୍ର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି।
ୟୁରୋପୀୟ ବିଜେତା ସ୍ପେନ୍ ୟୁରୋ-୨୦୨୪ରେ ୨-୧ରେ ଏବଂ ୯ ଦଳ ବିଶିଷ୍ଟ ନେସନ୍ ଲିଗ୍ରେ ୫-୧ରେ ଫ୍ରାନ୍ସକୁ ପରାସ୍ତ କରିଥିଲା।
ୟୁରୋକପ୍ର ପ୍ରଥମ ମ୍ୟାଚ୍ରେ ଏମ୍ବାପେଙ୍କ ନାକ ଫାଟିଯିବାରୁ ସେ ବାଦ୍ ପଡ଼ିଥିଲେ।
ଚଳିତ ବିଶ୍ବକପ୍ରେ କିନ୍ତୁ ସେ ଫ୍ରାନ୍ସର ପ୍ରମୁଖ ଅସ୍ତ୍ର ପାଲଟିଛନ୍ତି।
ଏମ୍ବାପେ ଏକାକୀ ଏପର୍ଯ୍ୟନ୍ତ ୮ଟି ଗୋଲ୍ ଦେଇଥିଲା ବେଳେ ଫ୍ରାନ୍ସ ଦଳର ଅନ୍ୟତମ ତାରକା ଖେଳାଳି ଉସ୍ମାନେ ଡେମ୍ବଲ୍ ମଧ୍ୟ ଚମତ୍କାର ଫର୍ମରେ ଅଛନ୍ତି।
ଏମ୍ବାପେ ଓ ଡମ୍ବେଲ୍ ମିଳିତ ଭାବେ ୧୩ ଗୋଲ୍ ଦେଇଥିଲା ବେଳେ ମାଇକେଲ ଓଲ୍ସି ୫ଟିରେ ସହଯୋଗ କରିଛନ୍ତି।
Advertisment Football League: ଓଡ଼ିଶା ମହିଳା ଫୁଟ୍ବଲ୍ ଲିଗ୍: ନିତା ଫୁଟ୍ବଲ୍ ଏକାଡେମୀ ବିଜେତା ବ୍ରାଡଲି ବାର୍କୋଲା ଓ ଡିସେର୍ ଡୁଏ ମଧ୍ୟ ଚମତ୍କାର ଖେଳୁଥିବାରୁ ଦଳ ସନ୍ତୁଳିତ ରହିଛି।
ତେଣୁ ଏମ୍ବାପେଙ୍କ ନେତୃତ୍ବାଧୀନ ଫ୍ରାନ୍ସ ଦଳ ସ୍ପେନ୍କୁ ସେମିଫାଇନାଲ୍ରେ ଅଟକାଇ ଲଗାତାର ତୃତୀୟ ଥର ବିଶ୍ବକପ୍ ଫାଇନାଲ୍ ଏବଂ ଗତ ୮ ପ୍ରତିଯୋଗିତାରୁ ପଞ୍ଚମ ଥର ଫାଇନାଲ୍ ଖେଳିବାର ସୌଭାଗ୍ୟ ପାଇବାକୁ ଲକ୍ଷ୍ୟ ରଖିଛି।
ଅନ୍ୟପକ୍ଷରେ ସ୍ପେନ୍ ୨ ବର୍ଷ ତଳେ ୟୁରୋ-୨୦୨୪ରୁ ଫ୍ରାନ୍ସକୁ ଏଲିମେଟ୍ କରିଥିବା ବେଳେ ଗତ ବର୍ଷ ସଂଘର୍ଷପୂର୍ଣ୍ଣ ନେସନ୍ ଲିଗ୍ରେ ହରାଇଥିଲା।
ଏପରିକି ଉଭୟ ଦଳ ମଧ୍ୟରେ ୩୮ ମ୍ୟାଚ୍ ଖେଳାଯାଇଥିଲା ବେଳେ ସ୍ପେନ୍ ୧୮ଟି ଜିତିବା ସହ ୭ଟି ଅମୀମାଂସିତ ରଖି ଆଗରେ ରହିଛି।
ୟୁରୋ ଜିତିବା ପରେ ଲୁଇସ୍ ଡି"ଲା ଫୁଏଣ୍ଟଙ୍କ ଦଳ ମାନସିକ ଭାବେ ବହୁତ ଦୃଢ଼ ରହିଛି।
ସ୍ପେନ୍ ବିଶ୍ବକପ୍ର ଚଳିତ ସଂସ୍କରଣରେ ମାତ୍ର ଗୋଟିଏ ଗୋଲ୍ ବରଣ କରିବା ଏହାକୁ ସ୍ବତନ୍ତ୍ର କରିଛି।
ଦଳ ଏହି ଗୋଲ୍ଟି ବେଲ୍ଜିୟମ୍ ବିପକ୍ଷରେ ବରଣ କରିଥିଲ।
ବିଶେଷ କରି ସ୍ପେନ୍ର ପ୍ରତିରକ୍ଷା ବିଭାଗ ବହୁତ ଭଲ ରହିଛି।
ଦଳକୁ ୟୁରୋ ବିଜେତା କରିବାରେ ପ୍ରମୁଖ ଭୂମିକା ନେଇଥିବା ଯୁବ ଖେଳାଳି ଲାମିନେ ୟାମାଲ, ପର୍ତ୍ତୁଗାଲ ବିପକ୍ଷ ରାଉଣ୍ଡ-୧୬ ଓ ବେଲ୍ଜିୟମ୍ ବିପକ୍ଷ କ୍ବାର୍ଟରରେ ଦଳକୁ ବିଜୟୀ କରାଇଥିବା ମାଇକେଲ ମେରିନୋ ଓ ମିଡ୍ଫିଲ୍ଡର ରେଡ୍ରୋଙ୍କୁ ନେଇ ଦଳ ଆଗକୁ ବଢ଼ିବାରେ ଆଶା ରଖିଛି।
ତେଣୁ ସେମିଫାଇନାଲ୍ରେ ୨୦୧୦ ବିଜେତା ସ୍ପେନ୍ ପ୍ରତିଦ୍ବନ୍ଦ୍ବୀକୁ ସ୍ପେନ୍କୁ ଅଟକାଇ ଦ୍ବିତୀୟ ଥର ଫାଇନାଲ୍ ଖେଳିବାକୁ ଲକ୍ଷ୍ୟ ରଖିଛି।
Football: ୧୦ ବିଶ୍ବକପ୍ ନକ୍ଆଉଟ୍ ମ୍ୟାଚ୍ରେ ମାତ୍ର ଗୋଟିଏ ଗୋଲ୍ ଦକ୍ଷିଣ ଆଫ୍ରିକା ବିଶ୍ବକପ୍ ତାରକାଙ୍କ ରହସ୍ୟମୟ ମୃତ୍ୟୁକେପ୍ଟାଉନ୍: ଦକ୍ଷିଣ ଆଫ୍ରିକା ଫୁଟ୍ବଲ୍ ଦଳର ମିଡ୍ଫିଲ୍ଡର ଜେଡେନ୍ ଆଡାମ୍ସଙ୍କ ମୃତଦେହ ସଂଦିଗ୍ଧ ଅବସ୍ଥାରେ ମିଳିଛି।
ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା।
ତାଙ୍କ ମୃତ୍ୟୁ ନେଇ ଦକ୍ଷିଣ ଆଫ୍ରିକାର କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ଗେଟନ୍ ମ୍ୟାକେଞ୍ଜି ଶୋକ ପ୍ରକାଶ କରିବା ସହ କହିଛନ୍ତି ଯେ ମୃତ୍ୟୁର କାରଣ ଜଣାପଡ଼ିନାହିଁ।
ଶନିବାର କେପ୍ଟାଉନ ଉପକଣ୍ଠ ସୋତ୍ସେ କ୍ଲୁଫ ନାମକ ସ୍ଥାନରେ ଥିବା ଏକ ଘରୁ ତାଙ୍କ ମୃତଦେହ ମିଳିଥିଲା।
ଏ ନେଇ କେପ୍ଟାଉନ୍ ପୁଲିସ ତଦନ୍ତ ଚଳାଇଛି ଓ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।