Fire: ବଡ଼ବିଲରେ ସର୍ଟ ସର୍କିଟରୁ ଜଳିଗଲା ସ୍କର୍ପିଓ, ଘର ପାଖରେ ହୁତୁହୁତୁ ହୋଇ ଜଳିଲା ଗାଡ଼ି

Oct 13, 2026 - 10:49
Fire: ବଡ଼ବିଲରେ ସର୍ଟ ସର୍କିଟରୁ ଜଳିଗଲା ସ୍କର୍ପିଓ, ଘର ପାଖରେ ହୁତୁହୁତୁ ହୋଇ ଜଳିଲା ଗାଡ଼ି

"ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ୪ ନମ୍ବର ୱାର୍ଡରେ ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଥିବାର ଦେଖିବାକୁ ମିଳିଛି।

ଏଠାରେ ସର୍ଟ ସର୍କିଟରୁ ଜଳିଯାଇଛି ଏକ ସ୍କର୍ପିଓ।

ବିଳମ୍ବିତ ରାତିରେ ସ୍ଥାନୀୟ ବାସିନ୍ଦା ମହାବୀର ପ୍ରସାଦ ସିଂହଙ୍କ ଡ୍ରାଇଭର ପ୍ରତିଦିନ ଭଳି ତାଙ୍କ ସ୍କର୍ପିଓ ନେଇ ଘର ପାଖକୁ ଯାଇଥିଲେ ।

ଘର ପାଖରେ ହଠାତ୍ ଗାଡ଼ିରୁ ଧୂଆଁ ବାହାରି ନିଆଁ ଲାଗିଯାଇଥିଲା ।

ଡ୍ରାଇଭର ପ୍ରଥମେ ନିଜେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ।Advertisment ଗାଡ଼ି ମାଲିକଙ୍କୁ ଖବର ଦେଇଥିଲେ ଡ୍ରାଇଭର ପରେ ସେ ଗାଡ଼ି ମାଲିକଙ୍କୁ ଖବର ଦେଇଥିଲେ ।

ସେତେବେଳକୁ ନିଆଁରେ ସମ୍ପୂର୍ଣ୍ଣ ଜଳିଯାଇଥିଲା ଗାଡ଼ିଟି।

ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ନିକଟରେ ଛିଡ଼ା ହୋଇଥିବା ଏକ ସ୍କର୍ପିଓ ଗାଡ଼ି (ଓଡ଼ି୦୯ଜେଡ୍ - ୦୪୪୦)ରେ ହଠାତ୍ ନିଆଁ ଲାଗିଯାଇଥିଲା।

ଅଳ୍ପ ସମୟରେ ଗାଡ଼ିଟି ସମ୍ପୂର୍ଣ ଜଳିଯାଇଥିଲା।

ଖବର ପାଇ ବଡବିଲ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଯଦିଓ ଗାଡ଼ିଟି ହୁତୁ ହୁତୁ ହୋଇ ଜଳୁଥିଲା, ବିଭାଗ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)