Fire in flight: ମଝି ଆକାଶରେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରେ ନିଆଁ ଲାଗିଲା; ହାଇଦ୍ରାବାଦରେ ଜରୁରୀ ଅବତରଣ

Oct 11, 2026 - 19:40
Fire in flight: ମଝି ଆକାଶରେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରେ ନିଆଁ ଲାଗିଲା; ହାଇଦ୍ରାବାଦରେ ଜରୁରୀ ଅବତରଣ

"ହାଇଦ୍ରାବାଦ: ଦିଲ୍ଲୀରୁ ଚେନ୍ନାଇଗାମୀ ଇଣ୍ଡିଗୋ ଏୟାରଲାଇନ୍ସ ବିମାନରେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରେ ନିଆଁ ଲାଗିଯିବା ପରେ ମଝି ଆକାଶରେ କିଛି ସମୟ ପାଇଁ ଆତଙ୍କ ଖେଳି ଯାଇଥିଲା।

ବିମାନର କ୍ରୁ ସଦସ୍ୟମାନେ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ତୁରନ୍ତ ନିଆଁକୁ ଆୟତ୍ତ ଆଣିଥିଲେ।

ରବିବାର ଏହି ଘଟଣା ଘଟିଥିବାବେଳେ ସୁରକ୍ଷା ଦୃଷ୍ଟିରୁ ଇଣ୍ଡିଗୋ ବିମାନ ୬ଇ ୬୧୧୫ର ମାର୍ଗ ପରିବର୍ତ୍ତନ କରି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରାଯାଇଥିଲା।Advertisment ଏକ ବିବୃତିରେ ଇଣ୍ଡିଗୋ ଏୟାରଲାଇନ୍ସର ଜଣେ ମୁଖପାତ୍ର କହିଛନ୍ତି ଯେ, ବିମାନରେ ଜଣେ ଯାତ୍ରୀଙ୍କ ଇଲେକ୍ଟ୍ରୋନିକ୍ ଉପକରଣରୁ ଧୂଆଁ ବାହାରୁଥିବା ଜଣାପଡ଼ିବା ପରେ ପାଇଲଟମାନେ ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ ବିମାନର ମାର୍ଗ ପରିବର୍ତ୍ତନ କରିଥିଲେ।

ବିମାନ କମ୍ପାନୀ ସମ୍ପୃକ୍ତ ଇଲେକ୍ଟ୍ରୋନିକ୍ ଉପକରଣରୁ ଧୂଆଁ ବାହାରିବାର ସଠିକ୍ କାରଣ ସ୍ପଷ୍ଟ କରିନାହିଁ।

ଏୟାରଲାଇନ୍ସ ପକ୍ଷରୁ ଏହା ଏକ ପାୱାର ବ୍ୟାଙ୍କ କି ନୁହେଁ ତାହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ।

ବିମାନରେ ଥିବା ଜଣେ ଯାତ୍ରୀ ନିଆଁ ଲାଗିଯିବା ପରବର୍ତ୍ତୀ ସମୟର ଭୟଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ।

ସେ କହିଥିଲେ, ଅନେକ ଯାତ୍ରୀ ପ୍ରକୃତ ଘଟଣା ସମ୍ପର୍କରେ କିଛି ଜାଣି ନଥିଲେ ମଧ୍ୟ ନିଆଁକୁ ଦେଖି ଭୟଭୀତ ହୋଇଯାଇଥିଲେ ଓ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ।

Attack in Hormuz: ହର୍ମୁଜ୍ ପ୍ରଣାଳୀରେ ପୁଣି ନିଆଁ, କ୍ଷେପଣାସ୍ତ୍ର ଟ୍ୟାଙ୍କର ଉପରେ ଆକ୍ରମଣ ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାବିମାନ ଅବତରଣ ପରେ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀମାନଙ୍କୁ ଚେନ୍ନାଇ ଯିବା ପାଇଁ ଏକ ବିକଳ୍ପ ବିମାନ ବ୍ୟବସ୍ଥା କରିଥିଲା।

ଏହି ଘଟଣା ଯୋଗୁଁ ହୋଇଥିବା ଅସୁବିଧାକୁ ନେଇ ଏୟାରଲାଇନ୍ସ କ୍ଷମା ପ୍ରାର୍ଥନା କରିଛି।

ତେବେ ସଠିକ୍‌ ଇଲୋକ୍ଟ୍ରୋନିକ୍ସ ଉପକରଣ ଓ ବିମାନରେ କେତେ ଯାତ୍ରୀ ସଂଖ୍ୟା ତା"ର ତଥ୍ୟ ମିଳିପାରିନାହିଁ।

ବିମାନଟି ହାଇଦ୍ରାବାଦରେ ଅବତରଣ କରିବା ପରେ କେତେ ସମୟ ପରେ ଯାତ୍ରୀମାନଙ୍କ ପାଇଁ ବିକଳ୍ପ ବିମାନ ବ୍ୟବସ୍ଥା କରାଯାଇଥିଲା ତା"ର ସୂଚନା ମଧ୍ୟ ଏୟାରଲାଇନ୍ସ ପକ୍ଷରୁ ଦିଆଯାଇନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)