Fire: ବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି ବାପା ମୃତ, ଅଳ୍ପକେ ବର୍ତ୍ତିଲେ ପୁଅ

Sep 14, 2026 - 09:59
Fire: ବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି ବାପା ମୃତ, ଅଳ୍ପକେ ବର୍ତ୍ତିଲେ ପୁଅ

"ରାଉରକେଲା: ବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି ହୋଇ ବାପାଙ୍କର ମୃତ୍ୟୁ ହୋଇଛି l ଗତକାଲି ବିଳମ୍ବିତ ରାତିରେ ରେଲୱେ କଲୋନୀ ମଧୁସୂଦନପାଲିରେ ଏହି ଅଘଟଣ ଘଟିଥଲା l ମୃତକ ହେଲେ ଜିତେନ୍ଦ୍ର ସାହା (୫୮)l  ପାଖ ଘରେ ଶୋଇଥିବା ପୁଅ ରୋହିତ ସାହା ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି l ପ୍ଲାଣ୍ଟସାଇଟ ପୁଲିସ ଶବ ଜବତ କରି ଆରଜିଏଚକୁ ପଠାଇଛି l ଘରେ କେମିତି ନିଆଁ ଲାଗିଲା ଜଣାପଡିନିl ପୁଲିସ ଅପମୃତ୍ୟ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି lAdvertisment ଘର ଭିତର ପଟୁ ବନ୍ଦ ଥିବାରୁ ଜିତେନ୍ଦ୍ରଙ୍କୁ ଉଦ୍ଧାର କରିପାରିନଥିଲେ ମଧୁସୂଦନପାଲିରେ ଜିତେନ୍ଦ୍ର, ପତ୍ନୀ ଓ ତାଙ୍କ ପୁଅ ରୋହିତ ରହନ୍ତି l ପତ୍ନୀ ଦେହ ଭଲ ନ ଥିବାରୁ ସେ କିଛି ଦିନ ପୂର୍ବରୁ ଝିଅ ଘରକୁ ଚାଲିଯାଇଥିଲେ l ଜିତେନ୍ଦ୍ର ଓ ତାଙ୍କ ପୁଅ ରୋହିତ ଘରେ ରହୁଥିଲେ l ଗତକାଲି ରାତିରେ ଖାଇ ସାରିବା ପରେ ଜିତେନ୍ଦ୍ର ଗୋଟିଏ ଘରେ ଓ ରୋହିତ ଅନ୍ୟ ଘରେ ଶୋଇବାକୁ ଯାଇଥିଲେ l ରାତି ପ୍ରାୟ ଦେଢଟା ପରେ ଜିତେନ୍ଦ୍ର ଶୋଇଥିବା ଘର ଜଳୁଥିବା ଦେଖି ପଡୋଶୀମାନେ ପାଟି କରିଥିଲେ l ଅଗ୍ନିଶମ କାର୍ଯ୍ୟାଳୟକୁ ଖବର ଦେବା ସହ ନିଆଁକୁ ଆୟତ୍ତ ଓ ଜିତେନ୍ଦ୍ରଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ l ଘର ଭିତର ପଟୁ ବନ୍ଦ ଥିବାରୁ ଜିତେନ୍ଦ୍ରଙ୍କୁ ଉଦ୍ଧାର କରିପାରିନଥିଲେ l ଅଗ୍ନିଶମ ଗାଡି ପହଂଚିବା ପୂର୍ବରୁ ଜିତେନ୍ଦ୍ର ଘର ଭିତରେ ପୋଡି ହୋଇ ମୃତ୍ୟୁବରଣ କରିଥିଲେ l Education: ବିଏଚୟୁରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ପରିବେଶ ପରିଚୟ କାର୍ଯ୍ୟକ୍ରମ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)