Fire: ଗ୍ରେଟର ନୋଏଡା ଚିପ୍ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ୨ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ
"ନୋଏଡା: ଗ୍ରେଟର ନୋଏଡାର ଏକ ବିଦ୍ୟୁତିକ ଚିପ୍ (ସେମିକଣ୍ଡକ୍ଟର) ଉତ୍ପାଦନ କାରଖାନାରେ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୨ ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
ଇକୋଟେକ୍-୩ ଶିଳ୍ପାଞ୍ଚଳରେ ଅବସ୍ଥିତ ''ଆଇଏଲଜିଆଇଏମ୍'' କମ୍ପାନୀରେ ଏହି ଅଗ୍ନିକାଣ୍ଡ ଘଟିଥିଲା।
ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅତି କମରେ ୬ଟି ଦମକଳ ଗାଡ଼ି ମୋତୟନ କରାଯାଇଥିଲା।Advertisment ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତେବେ ମଙ୍ଗଳବାର ପୁଲିସ ସୂଚନା ଦେଇଛି ଯେ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ କରୁଥିବା ସମୟରେ କାରଖାନା ଭିତରର ଏକ କାନ୍ଥ ଏବଂ ଲୁହା ବିମ୍ ହଠାତ୍ ଭୁଶୁଡ଼ି ପଡ଼ିଥିଲା।
ଏହି ଦୁର୍ଘଟଣାରେ ୫ ଜଣ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିଲେ।
ସେମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଫାୟାରମ୍ୟାନ୍ ରୋହିତ ଯାଦବ ଏବଂ ହେଡ୍ କନଷ୍ଟେବଲ୍ ଡ୍ରାଇଭର ତୀର୍ଥପାଲଙ୍କର ମୃତ୍ୟୁ ଘଟିଥିଲା।
ଆହତ ଅନ୍ୟ ୩ ଜଣ ଅଗ୍ନିଶମ କର୍ମଚାରୀ ହେଡ୍ କନଷ୍ଟେବଲ୍ ଡ୍ରାଇଭର ରାଜପାଲ ସିଂହ, ଫାୟାରମ୍ୟାନ୍ ମନୀଷ କୁମାର ଓ ଅମିତ କୁମାରଙ୍କ ଅବସ୍ଥା ବିପଦମୁକ୍ତ ଥିବା ଏବଂ ସେମାନଙ୍କ ଚିକିତ୍ସା ଜାରି ରହିଥିବା କୁହାଯାଇଛି।
ଘଟଣାସ୍ଥଳରେ ବରିଷ୍ଠ ପୁଲିସ୍ ଅଧିକାରୀ ଓ ଏସଡିଆରଏଫ୍ ଟିମ୍ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।
ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି ଏବଂ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
Ramayan: "ରାମାୟଣ"ରେ ଶୂର୍ପଣଖା ଭୂମିକାରେ କାହିଁକି ଅଭିନୟ କରିବାକୁ ରାଜି ହେଲେ ରକୁଲ ପ୍ରୀତ ସିଂହ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।