Fire: ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର; ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

Oct 18, 2026 - 01:24
Fire: ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର; ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

"ବନ୍ତ (ରମେଶ ଚନ୍ଦ୍ର ପତି): ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଗଣିଜାଙ୍ଗ ପଞ୍ଚାୟତର ନୂଆସାହି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ସମେତ ସମସ୍ତ ଆସବାବପତ୍ର ଓ ସୁନାଗହଣା ପୋଡ଼ି ପାଉଁଶ ହୋଇଯାଇଛି।

ଏଥିରେ ପ୍ରାୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।Advertisment ବିନୋଦ ମଲ୍ଲିକଙ୍କ ପୁଅ ଶରତ ଓ ଭରତଙ୍କ ପରିବାର ରାତିରେ ଶୋଇଥିବା ସମୟରେ ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି।

ନିଆଁ ଦ୍ରୁତଗତିରେ ବ୍ୟାପିଯିବାରୁ ୫ ବଖରା ଘର ଓ ଘରେ ଥିବା ସମସ୍ତ ଜିନିଷପତ୍ର ଜଳିଯାଇଥିଲା।

ଆଗରପଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁକିଛି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି।ଖବର ପାଇ ଗଣିଜାଙ୍ଗ ରାଜସ୍ୱ ନିରୀକ୍ଷକ ସଂଯୁକ୍ତା ଟୁଡୁ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ।

ଏହି ଘଟଣା ପରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଫୋନ୍‌ ଯୋଗେ ଜିଲ୍ଲାପାଳ, ବନ୍ତ ତହସିଲଦାର ଓ ବିଡିଓଙ୍କ ସହ ଆଲୋଚନା କରିବା ସହ ଅଗ୍ନିବିପନ୍ନ ପରିବାରକୁ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇଦେବାକୁ କହିଥିଲେ।ଏହାସହ ବିଧାନସଭା ନେତା ଡା.

ସୁଧାଂଶୁ ନାୟକ, ବନ୍ତ ମଣ୍ଡଳ ସଭାପତି ସନ୍ତୋଷ କୁମାର ନାୟକ, ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି,ସରପଞ୍ଚ ରଶ୍ମିତା ସେଠୀ, ପଞ୍ଚାୟତ ପ୍ରମୁଖ ବିଜୟ କୁମାର ପ୍ରଧାନ, ଗଣିଜାଙ୍ଗ ସମିତି ସଭ୍ୟ ମନୋରଞ୍ଜନ ସେଠୀ, ସମାଜସେବୀ ଗୟାଧର ଜେନା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ପଣ୍ଡା,ପ୍ରାକ୍ତନ ସରପଞ୍ଚ ରଞ୍ଜନ କୁମାର ସାହୁ, କାମିନୀ ମୁଦୁଲି,ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ପବିତ୍ର ପୃଷ୍ଟି, ପ୍ରଫୁଲ୍ଲ ରାଉତ, ସୁଧାଂଶୁ ଶେଖର ନାୟକ, ଓ ଖଗେଶ୍ୱର ପାତ୍ରଙ୍କ ସମେତ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିବିପନ୍ନ ପରିବାରକୁ ସହଯୋଗର ହାତ ବଢ଼ାଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)