Vedanta: କଳାହାଣ୍ଡିରେ ବେଦାନ୍ତ ପକ୍ଷରୁ ୩୩୮ଟି ବିଦ୍ୟୁତ୍ଚାଳିତ ସ୍ପ୍ରେୟର ବଣ୍ଟନ

Oct 18, 2026 - 01:07
Vedanta: କଳାହାଣ୍ଡିରେ ବେଦାନ୍ତ ପକ୍ଷରୁ ୩୩୮ଟି ବିଦ୍ୟୁତ୍ଚାଳିତ ସ୍ପ୍ରେୟର ବଣ୍ଟନ

"ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ପ୍ରକଳ୍ପ ସଙ୍ଗମ ଅଧୀନରେ କଳାହାଣ୍ଡି ଜିଲ୍ଲାର ୩୩ଟି ଗ୍ରାମର କୃଷକମାନଙ୍କୁ ୩୩୮ଟିରୁ ଅଧିକ ବିଦ୍ୟୁତ୍ଚାଳିତ ସ୍ପ୍ରେୟର ବଣ୍ଟନ କରାଯାଇଛି।

ଆକ୍ସନ୍ ଫର୍ ଫୁଡ୍ ପ୍ରଡକ୍ସନ୍ (ଏଏଫ୍ପିଆର୍ଓ—AFPRO) ସହଭାଗିତାରେ କାର୍ଯ୍ୟକାରୀ ହେଉଥିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଆଧୁନିକ କୃଷି ଉପକରଣର ବ୍ୟବହାର ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରିବା।

ଏହାଦ୍ୱାରା କୃଷି ଉତ୍ପାଦକତା ବୃଦ୍ଧି, ସମ୍ବଳର ଦକ୍ଷ ଉପଯୋଗ ଏବଂ କୃଷକମାନଙ୍କ ଶାରୀରିକ ପରିଶ୍ରମ ହ୍ରାସ କରିବା ସମ୍ଭବ ହେବ।ବଣ୍ଟନ କରାଯାଇଥିବା ସ୍ପ୍ରେୟରଗୁଡ଼ିକରେ ବ୍ୟାଟେରିଚାଳିତ ଏବଂ ହାତଚାଳିତ—ଉଭୟ ବ୍ୟବସ୍ଥା ରହିଛି।

Advertisment ଏଗୁଡ଼ିକ ପାରମ୍ପରିକ ହାତଚାଳିତ ପିଠିରେ ବୋହିବା ସ୍ପ୍ରେୟରର ବିକଳ୍ପ ଭାବେ କାର୍ଯ୍ୟ କରିଥାଏ।

ପାରମ୍ପରିକ ସ୍ପ୍ରେୟରରେ ଔଷଧ ସିଞ୍ଚନ ପାଇଁ ବାରମ୍ବାର ହାତରେ ପମ୍ପ କରିବାକୁ ପଡ଼ୁଥିବା ବେଳେ ଆଧୁନିକ ଉପକରଣ ଦ୍ୱାରା ଅଧିକ ଦ୍ରୁତ ଓ ସମାନ ଭାବରେ ଔଷଧ ସିଞ୍ଚନ କରାଯାଇପାରିବ।

ଏହାଦ୍ୱାରା କୃଷକଙ୍କ ସମୟ ସଞ୍ଚୟ ହେବା ସହ ଫସଲ ସୁରକ୍ଷା ପଦକ୍ଷେପର ପ୍ରଭାବଶୀଳତା ବୃଦ୍ଧି ପାଇବ।

Vedanta Aluminium: ବେଦାନ୍ତ ଆଲୁମିନିୟମ୍‌ ଲାଭରେ ୨୦୫% ବୃଦ୍ଧି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)