FIR Tampering Allegation in Angul; ପୋଲିସ ବିରୋଧରେ FIR ବଦଳାଇବା ଅଭିଯୋଗ; ମରଣାନ୍ତକ ଆକ୍ରମଣ ବଦଳରେ କେବଳ ଦୁର୍ବ୍ୟବହାର ଦଫା
ପୋଲିସ ବିରୋଧରେ ଏଫଆଇଆର ବଦଳି ଅଭିଯୋଗ। ମରଣାନ୍ତକ ଆକ୍ରମଣ ଅଭିଯୋଗ ବଦଳରେ ଲାଗିଛି କେବଳ ଦୁର୍ବ୍ୟବହାର ଦଫା। ଏମିତି କିଛି ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ଖମାର ଥାନା ବିରୁଦ୍ଧରେ। ଖମାର୍ ଥାନା ଅନ୍ତର୍ଗତ ଦୂତୀକୃଷ୍ଣପୁର ଗାଁର କୁନି ପ୍ରଧାନଙ୍କ ଘର ନିକଟ ଯୁବକଙ୍କ ସହ ଜମିଜମା ମାମଲାକୁ ନେଇ ବଚସା ହୋଇଥିଲା। ଯାହାକୁ ନେଇ ଯୁବକ ଜଣକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଯେଉଁଥିରେ ତାଙ୍କର ମୁଣ୍ଡ ଓ ହାତରେ ଶକ୍ତ କ୍ଷତ ସହ ହାତ ମଧ୍ୟ ଭାଙ୍ଗି ଯାଇଥିଲା। ଯାହାକୁ ନେଇ ସେ ଥାନାରେ ଏକ ଅଭିଯୋଗ କରିଥିଲେ।
କିନ୍ତୁ ଯେତେବେଳେ ତାଙ୍କୁ FIRର ନକଲ କପି ମିଳିଥିଲା ସେ ଏଥିରେ ଚଞ୍ଚକତା ହେବା ସହ ସମ୍ପୂର୍ଣ FIR ବଦଳି ଥିବା ଦେଖିଥିଲେ। ଯେଉଁଥିରେ ମରଣାନ୍ତକ ଆକ୍ରମଣ ଦଫା ଲାଗିବା ବଦଳରେ କେବଳ ଗାଳି ଗୁଲଜର ଦଫା ଲାଗିଥିବା ଦେଖିବାକୁ ପାଇଥିଲେ। ଯାହାକୁ ନେଇ ସେ କ୍ଷୁବ୍ଧ ହେବା ସହ ଏ ନେଇ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି। ତେବେ ଏତଲାକୁ ନେଇ ମହିଳାଙ୍କ ଅଭିଯୋଗ ଅନୁସାରେ ତଦନ୍ତ ଚାଲିଛି ବୋଲି କହିଛନ୍ତି ପାଲଲହଡ଼ା SDPO।
- ପୋଲିସ ବିରୋଧରେ FIR ବଦଳାଇବା ଅଭିଯୋଗ
- ମରଣାନ୍ତକ ଆକ୍ରମଣ ବଦଳରେ କେବଳ ଦୁର୍ବ୍ୟବହାର ଦଫା
- ଅନୁଗୁଳ ଖମାର ଥାନା ବିରୁଦ୍ଧରେ ଆସିଛି ଅଭିଯୋଗ
- ଥାନା ଆଇଆଇସିଙ୍କ ବିରୋଧରେ ଆସିଛି ଅଭିଯୋଗ
- ତଦନ୍ତ ଚାଲିଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ପ୍ରତିଶ୍ରୁତି