Massive Sand Seizure in Jagatsinghpur; କୋଟିଏ ଟଙ୍କାର ବାଲି ଜବତ; ବେଆଇନ ଗଚ୍ଛିତ ୫୦୦ ଟ୍ରିପ୍ ରୁ ଊର୍ଦ୍ଧ୍ବ ବାଲି ଜବତ
ବାଲି ମାଫିଆଙ୍କୁ ସାବାଡ କରୁଛି ପ୍ରଶାସନ। ଆଜି ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଶଙ୍ଖାରୀସାହିରେ ବଡ ଧରଣର ରେଡ୍। ପ୍ରାୟ କୋଟିଏ ଟଙ୍କାର ବାଲି ଜବତ କରିଛି ଜିଲ୍ଲା ପ୍ରଶାସନ। ବେଆଇନ ଗଚ୍ଛିତ ୫୦୦ ଟ୍ରିପରୁ ଊର୍ଦ୍ଧ୍ବ ବାଲି ଜବତ କରାଯାଇଛି। ଜବତ ବାଲିର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ହେବ । ଜବତ କରିବା ପରେ ଘଟଣାସ୍ଥଳରେ ୧୬୩ ଧାରା ଜାରି କରାଯାଇଛି। ଜବତ ବାଲିକୁ ପ୍ରଶାସନ ନିଲାମ କରିବ ବୋଲି ସୂଚନା ମିଳିଛି।
- କୋଟିଏ ଟଙ୍କାର ବାଲି ଜବତ, ୧୬୩ ଜାରି
- ଜଗତସିଂହପୁର: ବେଆଇନ ଗଚ୍ଛିତ ୫୦୦ ଟ୍ରିପ୍ ରୁ ଊର୍ଦ୍ଧ୍ବ ବାଲି ଜବତ
- ବିରିଡ଼ି ବ୍ଲକ ଶଙ୍ଖାରୀସାହିରେ ଜବତ କଲା ଜିଲ୍ଲା ପ୍ରଶାସନ
- ଜବତ ବାଲିର ଆନୁମାନିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ଵ ସୂଚନା
- ଘଟଣାସ୍ଥଳରେ ୧୬୩ ଜାରି, ଜବତ ବାଲିକୁ ନିଲାମ କରିବ ପ୍ରଶାସନ