Special SC/ST Atrocities Courts ରାଜ୍ୟରେ ଖୋଲିବ ୬ଟି ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା କୋର୍ଟ
"ଭୁବନେଶ୍ବର: ଅନୁସୂଚିତ ଜାତି ଓ ଜନଜାତିଙ୍କ ସଶକ୍ତୀକରଣ ନିମନ୍ତେ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ୬ଟି ସ୍ବତନ୍ତ୍ର ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା କୋର୍ଟ ସ୍ଥାପନ କରିଛନ୍ତି।
ଏହି କୋର୍ଟଗୁଡ଼ିକରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ହେଉଥିବା ନିର୍ଯାତନା ମାମଲାର ଫୈସଲା କରାଯିବ।
Advertisment ଭୁବନେଶ୍ୱରରୁ ଦେଶର ଅନୁସୂଚିତ ଜାତି ଓ ଜନଜାତି ବିକାଶର ରୋଡ୍ମ୍ୟାପ୍: "ପ୍ରସ୍ତୁତ ହେବ ଏକକ ଏଜେଣ୍ଡା" ରାଜ୍ୟ ସରକାରଙ୍କ ଗୃହ ବିଭାଗ ଆଜି (ବୁଧବାର) ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି।
ରାଜ୍ୟ ଉଚ୍ଚନ୍ୟାୟାଳୟଙ୍କ ପରାମର୍ଶ ଓ ପ୍ରାରମ୍ଭିକ ଅନୁମୋଦନ ପରେ ବିଜ୍ଞପ୍ତି (୧୬୩୯୫/ହୋମ୍-ସିଏଚ୍ଆର୍-ସିଆର୍ଟିଏନ୍୨-୦୦୦୧-୨୦୧୫/ସିପିଆଣ୍ଡ୍ ଏମ୍) ପ୍ରକାଶ ପାଇଥିଲା।
ଏହି ବିଜ୍ଞପ୍ତି ଆଧାରରେ ଗଞ୍ଜାମ (ବ୍ରହ୍ମପୁର), ଖୋର୍ଦ୍ଧା, ପୁରୀ, ଯାଜପୁର, କେନ୍ଦ୍ରପଡ଼ା ଓ ଭଦ୍ରକରେ କୋର୍ଟ ସ୍ଥାପନ କରାଯିବ।
ଏହି କୋର୍ଟଗୁଡ଼ିକ ଅନୁସୂଚିତ ଜାତି ଓ ଜନଜାତି (ନିର୍ଯାତନା ନିରାକରଣ) ଆଇନ ୧୯୮୯ର ମାମଲାଗୁଡ଼ିକ ବିଚାର କରିବେ।
Supreme Court: ହିନ୍ଦୁ-ଶିଖ୍-ବୌଦ୍ଧ ବ୍ୟତୀତ ଅନ୍ୟ ଧର୍ମ ଗ୍ରହଣକାରୀ ଅନୁସୂଚିତ ଜାତି ମାନ୍ୟତା ପାଇପାରିବେ ନାହିଁ ଏହି କୋର୍ଟଗୁଡ଼ିକ ଅତିରିକ୍ତ ଜିଲ୍ଳା ଓ ସେସନ୍ସ ଜଜ୍ ତଥା ସ୍ବତନ୍ତ୍ର କୋର୍ଟ ଭାବେ କାର୍ଯ୍ୟ କରିବ।
ଏହାଦ୍ବାରା କୋର୍ଟଗୁଡ଼ିକରେ ଅଟକି ରହିଥିବା ଅନେକ ମାମଲାଗୁଡ଼ିକର ତ୍ବରିତ ବିଚାର ହୋଇପାରିବ।
ନୂଆ ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ସର୍ବାଙ୍ଗୀନ ଉନ୍ନତି ଲାଗି କାର୍ଯ୍ୟ କରୁଛି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିଜ୍ଞପ୍ତି ପରେ ୬ଟି ସ୍ବତନ୍ତ୍ର କୋର୍ଟ ନିମନ୍ତେ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ଙ୍କୁ ଅଧ୍ୟକ୍ଷ ଅଧିକାରୀ ଭାବେ ଔପଚାରିକ ନିଯୁକ୍ତି ଦେବା ପାଇଁ ଉଚ୍ଚନ୍ୟାୟାଳୟକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି।
ଏହାସହ ଅନ୍ୟ ଜିଲ୍ଲାଗୁଡ଼ିକ ନିମନ୍ତେ ମଧ୍ୟ ଅତିରିକ୍ତ ସ୍ବତନ୍ତ୍ର କୋର୍ଟ ଓ ସ୍ବତନ୍ତ୍ର ସରକାରୀ ଓକିଲଙ୍କ ନିଯୁକ୍ତି ନିମନ୍ତେ ରାଜ୍ୟ ସରକାର ସକ୍ରିୟ ଭାବେ ସ୍ଥିତିର ସମୀକ୍ଷା କରୁଛନ୍ତି ବୋଲି ଆଜି ଗୃହ ବିଭାଗ ପକ୍ଷରୁ ଜାରି ପ୍ରେସ୍ ବାର୍ତ୍ତାରେ ସୂଚନା ଦିଆଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।