FIFA World Cup 2026: ଫ୍ରାନ୍ସକୁ ହରାଇ ଇତିହାସ ରଚିଲା ସ୍ପେନ୍, ଏମ୍ବାପେଙ୍କ ସ୍ୱପ୍ନ ଧୂଳିସାତ୍
ହାଇଭୋଲଟେଜ୍ ସେମିଫାଇନାଲରେ ଫେଭରାଇଟ୍ ଫ୍ରାନ୍ସକୁ ମାତ୍ ଦେଇଛି ସ୍ପେନ୍ । ପୂରା ମ୍ୟାଚ୍ରେ ଦେଖିବାକୁ ମିଳିଥିଲା ସ୍ପେନ୍ର ଦବଦବା। ମ୍ୟାଚ୍ର ପ୍ରଥମାର୍ଦ୍ଧରେ ସ୍ପେନ୍କୁ ମିଳିଥିଲା ପେନାଲ୍ଟି । ମିକେଲ୍ ଓୟାରଜାବାଲ୍ ଗୋଲ୍ କରି ଦଳକୁ ୧-୦ରେ ଆଗୁଆ କରିଥିଲେ । ଏହାପରେ ପେଡ୍ରୋ ପୋରୋ ଦ୍ୱିତୀୟ ଗୋଲ୍ ଦେଇ ସ୍ପେନ୍ର ବିଜୟ ସୁନିଶ୍ଚିତ କରିଥିଲେ ।
ଫ୍ରାନ୍ସର ତାରକା ଖେଳାଳି କିଲିଆନ୍ ଏମ୍ବାପେ ସ୍ପେନ୍ ଡିଫେନ୍ସ ଆଗରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲେ । ଓସମାନେ ଡେମ୍ବେଲେ ଏବଂ ମାଇକେଲ୍ ଓଲିସେ ମଧ୍ୟ କୌଣସି ଚମତ୍କାର କରିପାରିନଥିଲେ । ସ୍ପେନ୍ର ମିଡ୍ଫିଲ୍ଡର ରୋଡ୍ରି ଶାନଦାର ଖେଳ ପ୍ରଦର୍ଶନ କରି ଫ୍ରାନ୍ସର ଆଟାକ୍କୁ ରୋକିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ଏହି ପରାଜୟ ସହ ଫ୍ରାନ୍ସର କୋଚ୍ ଦିଦିଅର୍ ଦେଶଚାମ୍ପସଙ୍କ ବିଶ୍ୱକପ୍ ଅଭିଯାନ ନିରାଶଜନକ ଭାବେ ଶେଷ ହୋଇଛି । ୟୁରୋ ଚାମ୍ପିୟନ ସ୍ପେନ୍ ଏବେ ଟ୍ରଫି ଉଠାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
2010 winners, Spain, are through to their second @FIFAWorldCup final in history! 👏🇪🇸 pic.twitter.com/kT7KGJOajX
— FIFA (@FIFAcom) July 14, 2026
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।