FIFA standards will be built in Sambalpur: ସମ୍ବଲପୁରରେ ହେବ ଫିଫା ମାନର ଅତ୍ୟାଧୁନିକ ଫୁଟ୍ବଲ୍ ପଡ଼ିଆ: ରାଜ୍ୟ ସରକାର ଦେଲେ ୧୫ କୋଟି
"ସମ୍ବଲପୁର: ସମ୍ବଲପୁର ଫୁଟ୍ବଲ୍ ଏକାଡେମୀର ଯାତ୍ରାକୁ ବ୍ୟାପକ ତଥା ବିଶ୍ୱସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭିତ୍ତିଭୂମିର ବିକାଶ ଏବଂ ଆଧୁନିକୀକରଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।
୧୫ କୋଟି ଟଙ୍କାରେ ଏକାଡେମୀ ପରିସରରେ ଅନ୍ତର୍ଜାତୀୟ ସ୍ତରର ୩ଟି ଫିଫା ମାନର ପୂର୍ଣ୍ଣ ଆକାରର ଫୁଟ୍ବଲ୍ ପଡ଼ିଆ ଓ ୨ଟି ଅତ୍ୟାଧୁନିକ ଫୁଟ୍ସାଲ ଗ୍ରାଉଣ୍ଡ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ମାଣ ହେବାକୁ ଥିବା ଫୁଟବଲ୍ ପଡ଼ିଆରେ ପୂଜାର୍ଚ୍ଚନା କରିବା ସହ ଗ୍ରାଉଣ୍ଡ ମରାମତି ପାଇଁ ଉଦ୍ଦିଷ୍ଟ ଗାଡ଼ିକୁ ନିଜେ ଚଳାଇଥିଲେ।Advertisment ରାଜ୍ୟ ସରକାର ଦେଲେ ୧୫ କୋଟି୧୪ ବର୍ଷରୁ କମ୍ ୩୦ ପ୍ରତିଭାଙ୍କୁ ମିଳିବ ମାଗଣା ତାଲିମ ଓ ଶିକ୍ଷା: ମୁଖ୍ୟମନ୍ତ୍ରୀ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସମଲେଶ୍ୱରୀ ସ୍ପୋର୍ଟିଂ କ୍ଲବ୍ର ଏକ ଶାଖା ଭାବେ ୨୦୦୭ ମସିହାରୁ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଏହି ଏକାଡେମୀ ଆଜି ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କୁ ଜାତୀୟ ସ୍ତରରେ ପରିଚୟ ଦେବାରେ ସବୁଠୁ ବଡ଼ ମାଧ୍ୟମ ସାଜିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ବିଗତ ୧୯ ବର୍ଷ ମଧ୍ୟରେ ଏହି ଏକାଡେମୀରୁ ଶହଶହ ପ୍ରତିଭାବାନ୍ ଫୁଟ୍ବଲ୍ ଖେଳାଳି ସୃଷ୍ଟି ହୋଇଛନ୍ତି।
ସେମାନେ ବିଭିନ୍ନ ବୟସ ବର୍ଗରେ ଜାତୀୟ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ପ୍ରତିନିଧିତ୍ୱ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।
ଏଣିକି ପ୍ରତିବର୍ଷ ଆୟୋଜିତ ହେଉଥିବା ସିଏମ୍ କପ୍ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟରୁ ତୃଣମୂଳ ସ୍ତରରେ ମନୋନୀତ ହେଉଥିବା ୧୪ ବର୍ଷରୁ କମ୍ ବୟସର ୩୦ ଜଣ ପ୍ରତିଭାବାନ ପିଲାଙ୍କୁ ଉଚ୍ଚକୋଟୀର ଆବାସିକ ତାଲିମ ଦେବାର ଦାୟିତ୍ୱ ଏହି ଏକାଡେମୀକୁ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ଓ ଉପଯୁକ୍ତ ପ୍ରଶିକ୍ଷଣ ଜରିଆରେ ସମ୍ବଲପୁର ଫୁଟ୍ବଲ୍ ଏକାଡେମୀ ଆଗାମୀ ଦିନରେ ଓଡ଼ିଶା ପାଇଁ କ୍ରୀଡ଼ା କ୍ଷେତ୍ରରେ ଆହୁରି ଅନେକ ଗୌରବ ଓ ସଫଳତା ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ପ୍ରକାଶ କରିଛନ୍ତି।
Cricket: ଯଦୁପୁର କ୍ରିକେଟ୍ ଏକାଡେମୀର ସହଜ ବିଜୟ: ସିଦ୍ଧାନ୍ତ ସ୍ମାରକୀ ପାରାମାଉଣ୍ଟ୍ କପ୍ ଆରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ, ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପ୍ରମୁଖ ଉପସ୍ଥିତ ଥିଲେ।
ସକାଳୁ ଝାରସୁଗୁଡ଼ା ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବଗାତ ସମ୍ବର୍ଦ୍ଧନା ପ୍ରଦାନ କରିବା ପରେ ସେ ସଡ଼କ ପଥରେ ସମ୍ବଲପୁର ଜମାଦାରପାଲିସ୍ଥିତ ଫୁଟ୍ବଲ୍ ପଡ଼ିଆରେ ପହଞ୍ଚିଥିଲେ।
ଏହି କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ବିଦ୍ୟା ବିକାଶ ଇଣ୍ଟରନ୍ୟାସନାଲ୍ ସ୍କୁଲ ପଡ଼ିଆରେ ଆୟୋଜିତ ଆର୍ଏସ୍ଏସ୍ର ସମାରୋପ ଉତ୍ସବ ଓ ସମ୍ବଲପୁର ଗଙ୍ଗାଧର ମଣ୍ଡପରେ ଚାଲିଥିବା ସର୍ବଭାରତୀୟ ସମ୍ବଲପୁର କପ୍ କବାଡ଼ି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସାମିଲ ହୋଇଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।