fertilizer companies: ଅଠା, ସାର କମ୍ପାନି ସହ ଆଲୋଚନା

Aug 26, 2026 - 20:27
fertilizer companies: ଅଠା, ସାର କମ୍ପାନି ସହ ଆଲୋଚନା

"ଭୁବନେଶ୍ବର: ରସାୟନ କ୍ଷେତ୍ରର ଏକ ଗ୍ଲୋବାଲ୍‌ ସିଇଓ ରାଉଣ୍ଡଟେବୁଲ୍‌ରେ ଯୋଗଦେବାକୁ ନୂଆଦିଲ୍ଲୀ ଯାଇଥିବା ରାଜ୍ୟର ଏକ ପ୍ରତିନିଧି ଦଳ ଟାଇଟାନିୟମ୍‌ ପିଗ୍‌ମେଣ୍ଟ୍‌, ଅଠା, ବିଓପିପି ଫିଲ୍ମ ଓ ସାର କ୍ଷେତ୍ରର କମ୍ପାନିମାନଙ୍କ ସହ ସମ୍ଭାବ୍ୟ ନିବେଶ ସମ୍ପର୍କରେ ଆଲୋଚନା କରିଥିଲେ।

ପ୍ରକଳ୍ପ ପାଇଁ ଉପଯୁକ୍ତ ସ୍ଥାନ, ଭିତ୍ତିଭୂମି, ପ୍ରୋତ୍ସାହନ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଯାଇଥିଲା।

Advertisment ଆହୁରି ପଢନ୍ତୁ :IIT Delhi : ଆଇଆଇଟି ଦିଲ୍ଲୀରେ ଛାତ୍ର ମୃତ୍ୟୁକୁ ନେଇ ଆନ୍ଦୋଳନ ତୀବ୍ର ଏହି ଅବସରରେ ଅନୁଷ୍ଠିତ ରାଉଣ୍ଡ୍‌ଟେବୁଲ୍‌ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେ ପି ନଡ୍ଡା କହିଥିଲେ ଯେ ଗୋପାଳପୁର ଓ ପାରାଦୀପରେ ରସାୟନ ଓ ପେଟ୍ରୋରସାୟନ ଶିଳ୍ପ ବିକାଶ ପାଇଁ କେନ୍ଦ୍ର ସରକାର ସହଯୋଗ ପ୍ରଦାନ କରୁଛନ୍ତି।

କାର୍ଯ୍ୟକ୍ରମରେ ରାଜ୍ୟ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ରାଜ୍ୟର ରସାୟନ, ପେଟ୍ରୋରସାୟନ, ପ୍ଲାଷ୍ଟିକ୍ ଓ ଆନୁଷଙ୍ଗିକ ଶିଳ୍ପରେ ରହିଥିବା ସମ୍ଭାବନା ଉପରେ ଆଲୋକପାତ କରିଥିଲେ।

ଆହୁରି ପଢନ୍ତୁ :Bihar: ବିହାରରେ ମନ୍ଦିର ନିକଟରେ ଭକ୍ତଙ୍କ ଉପରେ କାର୍‌ ଚଢ଼ିଗଲା: ୫ ମୃତ; ଜଣେ ଆହତ  ରାଜ୍ୟର ବୃହତ୍‌ ବେଳାଭୂମି, ପ୍ରମୁଖ ବନ୍ଦର, ବଡ଼ ଶିଳ୍ପ ଜମି, କଞ୍ଚାମାଲ ଉପଳବ୍ଧତା ବିଷୟରେ ସେ କହିଥିଲେ।

ପାରାଦୀପ, ଗୋପାଳପୁର ଓ ଧାମରା ଅଞ୍ଚଳରେ ବନ୍ଦରଭିତ୍ତିକ ଶିଳ୍ପ ବିକାଶ ଉପରେ ଧ୍ୟାନ ଦିଆଯାଉଛି।

ଓଡ଼ିଶା ଶିଳ୍ପ ନୀତି ସଂକଳ୍ପ ୨୦୨୨ରେ ରସାୟନ, ପେଟ୍ରୋରସାୟନ, ଟେକ୍ନିକାଲ୍‌ ଟେକ୍ସଟାଇଲ୍‌କୁ ପ୍ରାଥମିକତା କ୍ଷେତ୍ର ଭାବେ ଗ୍ରହଣ କରାଯାଇଛି ଓ ତାହା ଉପରେ ସର୍ବାଧିକ ପ୍ରୋତ୍ସାହନ ଦିଆଯାଉଥିବା ସେ କହିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)