Farmers: ରାସ୍ତାକଡ଼ରେ ବିପଦଶଙ୍କୁଳ ଅବସ୍ଥାରେ ବସି ପରିବା ବିକ୍ରି କରୁଛନ୍ତି ଚାଷୀ

Jul 19, 2026 - 01:02
Farmers: ରାସ୍ତାକଡ଼ରେ ବିପଦଶଙ୍କୁଳ ଅବସ୍ଥାରେ ବସି ପରିବା ବିକ୍ରି କରୁଛନ୍ତି ଚାଷୀ

"ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ରାଜ୍ୟ ଏବଂ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ମାଳମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି।

ହେଲେ ପ୍ରକୃତରେ ଚାଷୀ ସରକାରଙ୍କ ଯୋଜନାରୁ କେତେ ଉପକୃତ ହେଉଛି ତାହା ସ୍ୱଚକ୍ଷରେ ନ ଦେଖିଲେ କେହିବି ବିଶ୍ୱାସ କରିବେ ନାହିଁ।

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ପ୍ରାୟତଃ ଅଧିବାସୀ ଚାଷ ଉପରେ ନିର୍ଭରଶୀଳ।କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଅଞ୍ଚଳରେ ବିନସ, ଫୁଲକୋବି, ବନ୍ଧାକୋବି, ଟମାଟୋ, ବାଇଗଣ, ଫୁଲକୋବି, ମୂଳା, ମଟର, ଖୋସଡ଼ା ଶାଗ ଭଳି ବହୁ କିସମର ପରିବା ଚାଷ କରି ଉତ୍ପାଦିତ ପରିବାକୁ ବଜାରରେ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି।Advertisment ନିଜ ଉତ୍ପାଦିତ ପରିବାକୁ କୌଣସି ବ୍ୟବସାୟୀଙ୍କୁ କମ ମୂଲ୍ୟରେ ନ ଦେଇ ସିଧାସଳଖ ବଜାରକୁ ଆଣି ଗ୍ରାହକଙ୍କୁ ବିକ୍ରି କରିଥାନ୍ତି।

ହେଲେ ବଜାରକୁ ଆଣି ବିକ୍ରି କରିବା ନିମନ୍ତେ ବହୁ କଷ୍ଟ ସହିବାକୁ ପଡୁଛି।

ଖରା, ବର୍ଷା, ଥଣ୍ଡା କାକରରେ ଖୋଲା ଆକାଶ ତଳେ ପୁଣି ରାଜ୍ୟ ରାଜପଥ ର ରାସ୍ତା କଡରେ ବିପଦଶଙ୍କୁଳ ଅବସ୍ଥାରେ ବସି ପରିବା ବିକ୍ରି କରିବାକୁ ପଡୁଛି।

ପେଟ ଚାଖଣ୍ଡେ ପାଇଁ ଚାଲିଛି ନାଟ।

ମୁଣ୍ଡର ଝାଳକୁ ତୁଣ୍ଡରେ ମାରି ହାଡ଼ ଭଙ୍ଗା ପରିଶ୍ରମ କରି ଚାଷୀ ଫସଲ ଉତ୍ପାଦନ କରୁଛି।ହେଲେ ବିକ୍ରି ପାଇଁ ବଜାର ନଥିବା ଏବଂ ଉପଯୁକ୍ତ ଦର ନମିଳିବା ଯୋଗୁଁ ଚାଷୀ ଏବେ ରାସ୍ତା କଡରେ ନିଜ ଉତ୍ପାଦିତ ପରିବା ଧରି ଲୋକଙ୍କୁ ବିକ୍ରି କରୁଥିବା ଦେଖିବାକୁ ମିଳିଛି ଘୁ.ଉଦୟଗିରି ସହରର ମୁଖ୍ୟ ସଡ଼କରେ।ପରିବା ବିକ୍ରି କରିବା ନିମନ୍ତେ ସ୍ୱତନ୍ତ୍ର ବଜାର ନଥିବା ହେତୁ ଚାଷୀ ବାଧ୍ୟ ହୋଇ ସହରର ରାଜ ରାସ୍ତାକୁ ନିଜ ବ୍ୟବସାୟର ପେଣ୍ଠସ୍ଥଳି ଭାବେ ଧରିନେଇ ଦୈନିକ ନିଜ ପରିବା ଆଣି ବିକ୍ରିକରିବା ନିମନ୍ତେ  ବାଧ୍ୟ ହେଉଛି ବିପଦ ସଂକୁଳ ରାସ୍ତାରେ ବସିବାକୁ।

ରାଜ୍ୟ ସରକାର ଏବଂ ପ୍ରଶାସନ କୃଷି, କୃଷକ ନିମନ୍ତେ ମାଳ ମାଳ ଯୋଜନା କରୁଛନ୍ତି ହେଲେ ଚାଷୀ ଚାଷ କରିବା ପରେ ନିଜ ଉତ୍ପାଦିତ ଦ୍ରବ୍ୟ କେଉଁଠି ବିକ୍ରି କରିବ ତାଉପରେ କୌଣସି ନଜର ନାହିଁ।ଘୁ.ଉଦୟଗିରି ସହରକୁ ଆଖ ପାଖ ତଥା ଗ୍ରେସିଙ୍ଗିଆ, କତିଙ୍ଗିଆ, ଲିଙ୍ଗାଗଡ଼, ପାବୁରିଆ, ବାକିଙ୍ଗିଆ, ମଣ୍ଡାକିଆ ଆଦି ବହୁ ଗ୍ରାମର ଚାଷୀ ମାନେ ନିଜ ଉତ୍ପାଦିତ ଦ୍ରବ୍ୟ ଯଥା ପରିବା ବିକ୍ରି ନିମନ୍ତେ ନିର୍ଭର କରୁଛନ୍ତି।ନିଜ ଉତ୍ପାଦିତ ସାମଗ୍ରୀର ଉପଯୁକ୍ତ ମୂଲ୍ୟ ମିଳୁନଥିବା ହେତୁ ନିଜେ ଚାଷୀ ବେପାରୀ ପାଲଟି ରାସ୍ତା କଡରେ ବସୁଛନ୍ତି। coldstorage : ଭୂତକୋଠି ପାଲଟିଛି ରାଜ୍ୟର ଦ୍ବିତୀୟ ଶୀତଳଭଣ୍ଡାର: ଝାଳବୁହା ଚାଷର ମିଳୁନି ଉଚିତ ମୂଲ୍ୟ ବିଶେଷ କରି ଏହି ଅଂଚଳର ମହିକାମାନେ ବିଭିନ୍ନ କିସମର ପରିବା ଧରି ରାସ୍ତାକଡ଼ରେ ବିକ୍ରି ପାଇଁ ବସିଥାନ୍ତି।

ସକାଳ ୬ଟାରୁ ସହରର ଭଞ୍ଜମାର୍କେଟ ସମୁଖ ମୁଖ୍ୟ ସଡ଼କ କଡରେ ପରିବା ବିକାଳୀଙ୍କ ପସରା ଲାଗିଥାଏ।

ରାସ୍ତା ଉପରେ ସହ ସହ ଗାଡି ମଟର ଯାତାୟାତ ହେଉଥିବା ବେଳେ ବିପଦ ପୂର୍ଣ୍ଣ ଭାବେ ପରିବା ବିକାଳି ବସିରହିଥିବା ବେଳେ ଗ୍ରାହକ ମଧ୍ୟ ସେଇ ରାସ୍ତାକଡ଼ରେ ବିପଦପୂର୍ଣ୍ଣ ଭାବେ ପରିବା କିଣିଥାନ୍ତି।

ସହରକୁ ଆସି ପରିବା ବିକ୍ରି କରୁଥିବା ଏହି ଗରିବ  ଚାଷୀମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ବଜାର ନିର୍ମାଣ କିମ୍ବା ସ୍ୱତନ୍ତ୍ର ସ୍ଥାନ ଯୋଗେଇଦେବାକୁ ସାଧାରଣରେ ଦାବି ହେଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।