Farmer Threat: ହାତରେ ବିଷ ବୋତଲ ଧରି ଆତ୍ମହତ୍ୟା ଧମକ ଦେଲେ ଚାଷୀ
"ବରଗଡ଼: ବରଗଡ଼ ଡିଆରସିଏସ ଅଫିସରେ ଚାଷୀ ଧାରଣା ଚାଲିଥିବା ବେଳେ ଜଣେ ଚାଷୀ ଟୋକନ ପାଇ ନଥିବାରୁ ଜଣେ ଚାଷୀ ବିଷ ବୋତଲ ଧରି ଆତ୍ମହତ୍ୟା ଧମକ ଦେଇଛନ୍ତି ।
ଏହି ସମୟରେ ଜଣେ ଚାଷୀ ବିଷ ପିଇବାକୁ ଧମକ ଦେଇଥିଲେ।Advertisment ଧାନ ବିକ୍ରି ହୋଇପାରିନାହିଁ ଧାନ ବିକ୍ରିରୁ ବଞ୍ଚିତ ହୋଇଥିବାରୁ ବିଷ ପିଇବାକୁ ନିଷ୍ପତ୍ତି ନେଇଥିବା କହିଥିଲେ ଚାଷୀ।
ସେ କହିଥିଲେ, ଧାର କରଜ କରି ଚାଷ କରିଥିଲେ।
ହେଲେ ଏପର୍ଯ୍ୟନ୍ତ ଧାନ ବିକ୍ରି ହୋଇପାରିନାହିଁ।
କରଜ ଟଙ୍କା ଘରକୁ ମାଗିବାକୁ ଆସୁଛନ୍ତି ଲୋକେ, ହେଲେ ତାଙ୍କ ପାଖରେ ପଇସା ନାହିଁ।
ଏଥିପାଇଁ ବିଷ ବୋତଲ ସାଙ୍ଗରେ ନେଇ ଆସିଥିଲେ ଚାଷୀ।
ପୁଲିସ ଚାଷୀଙ୍କଠାରୁ ବିଷ ବୋତଲ ଛଡ଼ାଇ ନେଇଥିବା ଦେଖିବାକୁ ମିଳିଛି।
Chandrika Death Case: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ମାମଲା: ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ଭୀମସେନ୍ ଟୁଡୁ ଚାକିରିରୁ ବହିଷ୍କୃତ "