Family Panics as Cobra Enters Home: ଘର ଭିତରୁ ୫ ଫୁଟିଆ ନାଗସାପ ଉଦ୍ଧାର; ମୂଷାକୁ ପିଛା କରି ପଶିଥିଲା

Jul 08, 2026 - 17:01
Family Panics as Cobra Enters Home: ଘର ଭିତରୁ ୫ ଫୁଟିଆ ନାଗସାପ ଉଦ୍ଧାର; ମୂଷାକୁ ପିଛା କରି ପଶିଥିଲା

ଘର ଭିତରୁ ୫ ଫୁଟିଆ ନାଗସାପ ଉଦ୍ଧାର। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଗୌଡ ସାହିର ଜଣଙ୍କ ଘରୁ ସାପ ଉଦ୍ଧାର ହୋଇଛି। ମୂଷାକୁ ପିଛା କରି ସାପଟି ଘରେ ପ୍ରବେଶ କରିଥିଲା। ଘର ଭିତରେ ସାପକୁ ଦେଖି ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ। ପରେ ସ୍ଥାନୀୟ ସାପ ଧରାଳିଙ୍କୁ ଖବର ଦେଇଥିଲେ। ସାପ ଧରାଳି ମାଧବ ଘଟଣାସ୍ଥଳରେ ପହଞ୍ଚି ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ସାପକୁ ଜଙ୍ଗଲରେ ଛଡାଯାଇଥିବା ସୂଚନା।

  • ଘର ଭିତରୁ ୫ ଫୁଟିଆ ନାଗସାପ ଉଦ୍ଧାର
  • ଚିତ୍ରକୋଣ୍ଡା ଗୌଡ ସାହିରୁ ସାପ ଉଦ୍ଧାର
  • ମୂଷାକୁ ପିଛା କରି ଘରେ ପଶିଥିଲା ସାପ
  • ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଲେ ସାପଧରାଳୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।