family dispute ପାରିବାରିକ କଳହରୁ ପତ୍ନୀଙ୍କୁ ଛୁରା ମାଡ଼, ବଞ୍ଚାଇବାକୁ ଯାଇ ବୋହୂ ଗୁରୁତର

Jul 09, 2026 - 21:55
family dispute ପାରିବାରିକ କଳହରୁ ପତ୍ନୀଙ୍କୁ ଛୁରା ମାଡ଼, ବଞ୍ଚାଇବାକୁ ଯାଇ ବୋହୂ ଗୁରୁତର

"ଘୁ.

ଉଦୟଗିରି (ସମୀର ପାଢ଼ୀ): ପତି-ପତ୍ନୀ, ଭାଇ-ଭଉଣୀ, ଭାଇ-ଭାଇ, ବାପା-ପୁଅ ମଧ୍ୟରେ ମନାନ୍ତର, ମତାନ୍ତର ସ୍ବାଭାବିକ।

ପୁଣି କିଛି ସମୟ ମଧ୍ୟରେ ଏହାକୁ ଭୁଲି ହସିଖେଳନ୍ତି, ଏକଜୁଟ ହୋଇ ବିପଦର ସାମ୍ନା କରନ୍ତି।

ଏହାହିଁ ପରିବାର ଅଟେ।

କିନ୍ତୁ ସାମାନ୍ୟ ମତାନ୍ତରରେ ବିବାଦ ଘଟି ନିଜ ପତ୍ନୀ ଓ ବୋହୂଙ୍କୁ ଛୁରାମାଡ଼ କରିବା ଭଳି ଉଦ୍‌ବେଗଜନକ ଘଟଣା ଘୁମୁସର ଉଦୟଗିରି ପୌରାଞ୍ଚଳରେ ଘଟିଛି।

Advertisment Family Dispute: ପାରିବାରିକ କଳହର କରୁଣ ପରିଣତି: ଜଳିଗଲେ ଦଂପତି, ସ୍ତ୍ରୀଙ୍କ ମୃତ୍ୟୁ; ସ୍ୱାମୀ ଗୁରୁତର ପୌରାଞ୍ଚଳର ୪ ନମ୍ବର ୱାର୍ଡ ଅନ୍ତର୍ଗତ ଶ୍ରୀରାମପଦା ସ୍ଥିତ ଜେଲ୍‌ ନିକଟରେ ରବୀନ୍ଦ୍ର ବିଶ୍ବାଳଙ୍କ ପରିବାର ରହନ୍ତି।

ଆଜି କୌଣସି କାରଣକୁ ନେଇ ରବୀନ୍ଦ୍ର ଓ ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀଙ୍କ ମଧ୍ୟରେ ବିବାଦ ହୋଇଥିଲା।

ବିଜୟ ଘରେ ଥିବା ଏକ ଛୁରୀରେ ବିଜୟଲକ୍ଷ୍ମୀଙ୍କୁ ଆକ୍ରମଣ କରିଥିଲେ।

ବିଜୟଲକ୍ଷ୍ମୀଙ୍କୁ ବଞ୍ଚାଇବାକୁ ବୋହୂ ସ୍ବପ୍ନା ଶତପଥୀ ଆଗେଇ ଆସିଥିଲେ।

ତେବେ ସେ ମଧ୍ୟ ରବୀନ୍ଦ୍ରଙ୍କ ଛୁରାମାଡ଼ର ଶିକାର ହୋଇ ଲହୁଲୁହାଣ ହୋଇଥିଲେ।

ସେମାନଙ୍କ ଚିତ୍କାର ଶୁଣି ପାଖପଡ଼ୋଶୀ ରବୀନ୍ଦ୍ରଙ୍କୁ ଅଟକାଇବା ସହ ବିଜୟଲକ୍ଷ୍ମୀ ଓ ସ୍ବପ୍ନାଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

Family dispute: ବାପା-ଝିଅ ମତଭେଦ: ଟିଭିଏସ୍‌ ପରିବାରରେ ସାମନାକୁ ଆସିଲା କ୍ଷମତା ଲଢ଼େଇ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଘଟଣା ସମ୍ପର୍କରେ ସ୍ଥାନୀୟ ଥାନାକୁ ସୂଚନା ଦେଇଥିଲେ।

ଖବର ପାଇ ଏଏସ୍‌ଆଇ ବଣ୍ଟି ଦଣ୍ଡିଆ ମେଡ଼ିକାଲରେ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ କରିଥିଲେ।

ପରେ ଦୁଇ ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଥିଲା।

ଏହାପରେ ପୁଲିସ ଶ୍ରୀରାମପଦା ସ୍ଥିତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ରବୀନ୍ଦ୍ର ବିଶ୍ୱାଳଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହ ଆକ୍ରମଣରେ ବ୍ୟବହୃତ ଛୁରୀକୁ ଜବତ କରିଛି।

ଘଟଣା ପରେ ରବୀନ୍ଦ୍ର ବିଶ୍ୱାଳ ନିଜ ହାତକୁ ମଧ୍ୟ ଆଘାତ କରିଥିବା ଜଣାପଡ଼ିଛି।

ପୋଲିସ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଇଛି।

ଖବର ଲେଖାଯିବା ସୁଦ୍ଧା ପରିବାର ପକ୍ଷରୁ ଥାନାରେ କୌଣସି ଏତଲା ଦାଖଲ ହୋଇନଥିବା ଏଏସ୍‌ଆଇ ବୁଲୁ ବେହେରା ସୂଚନା ଦେଇଛନ୍ତି।

ତେବେ ଅଭିଯୋଗ ଆଧାରରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।