Family death: ନିର୍ଯାତନା, ବ୍ଲାକ୍‌ମେଲ୍‌ ଓ ଧର୍ମାନ୍ତରୀକରଣ ଅଭିଯୋଗରେ ରାଇଫଲ୍‌ କୋଚ୍‌ ଗିରଫ

Aug 25, 2026 - 22:58
Family death: ନିର୍ଯାତନା, ବ୍ଲାକ୍‌ମେଲ୍‌ ଓ ଧର୍ମାନ୍ତରୀକରଣ ଅଭିଯୋଗରେ ରାଇଫଲ୍‌ କୋଚ୍‌ ଗିରଫ

"ଅମରାବତୀ: ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରବରମ୍ ନିକଟରେ ଗତ ୧୬ ତାରିଖରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ନେଇଛି।

ପ୍ରଥମେ ଏହାକୁ ପରିବାରର ଆତ୍ମହତ୍ୟା ଘଟଣା ବୋଲି ପୁଲିସ ତଦନ୍ତ କରୁଥିଲା।

ତେବେ ପରେ ମିଳିଥିବା ଦୁଇଟି ସୁଇସାଇଡ୍‌ ନୋଟ୍‌ ଆଧାରରେ ମାମଲାରେ ହତ୍ୟା, ନିର୍ଯାତନା, ବ୍ଲାକ୍‌ମେଲ୍‌, ଦାଦାବଟି ଆଦାୟ ଓ ବଳପୂର୍ବକ ଧର୍ମାନ୍ତରୀକରଣ ଅଭିଯୋଗ ସାମ୍ନାକୁ ଆସିଛି।Advertisment ଅଗଷ୍ଟ ୧୬ରେ ପଞ୍ଚାୟତିରାଜ ବିଭାଗର ସହକାରୀ ଯନ୍ତ୍ରୀ କେ.

ନୁକାରାଜୁ, ତାଙ୍କ ପତ୍ନୀ ମୀନା, ଝିଅ ସୌଜନ୍ୟା ଓ ସୌଜନ୍ୟାଙ୍କ ୧୦ ବର୍ଷର ପୁଅ ରେୟାଂଶ ଏକ ଘଟଣାରେ ଗୁରୁତର ପ୍ରଭାବିତ ହୋଇଥିଲେ।

ନୁକାରାଜୁ, ମୀନା ଓ ସୌଜନ୍ୟାଙ୍କ ମୃତ୍ୟୁ ହୋଇଥିବାବେଳେ ରେୟାଂଶ ବଞ୍ଚିଯାଇଥିଲେ।

ପ୍ରଥମେ ରାଜମହେନ୍ଦ୍ରବରମ୍ ଦ୍ୱିତୀୟ ଟାଉନ୍‌ ଥାନାରେ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ମାମଲା ହୋଇଥିଲା।

ପରେ ସୌଜନ୍ୟାଙ୍କ ନାମରେ ଥିବା ଆଉ ଏକ ଚିଠି ମିଳିଥିଲା।

ଉଭୟ ଚିଠିରେ ରାଇଫଲ୍‌ ସୁଟିଂ କୋଚ୍‌ ଶେଖ୍‌ ସାଦିକ ଖାନ୍‌ଙ୍କ ନାମ ଥିବା ପୁଲିସ କହିଛି।

ସୌଜନ୍ୟାଙ୍କ ଚିଠିରେ ଖାନ୍‌ ତାଙ୍କୁ ନିର୍ଯାତନା ଦେବା, ଧମକ ଦେବା ଓ ବ୍ଲାକ୍‌ମେଲ୍‌ କରିବା ସହ ଇସଲାମ ଧର୍ମ ଗ୍ରହଣ ପାଇଁ ଚାପ ପକାଇଥିବା ଅଭିଯୋଗ ରହିଛି।

ତାଙ୍କ ପରିବାରର ସମ୍ପତ୍ତି, ମୋବାଇଲ୍‌ ଫୋନ୍‌, ଏସ୍‌ବିଆଇ ଲକର୍‌ ଓ ଜମିଜମା ସମ୍ପର୍କିତ କାଗଜପତ୍ର ଉପରେ ମଧ୍ୟ ଖାନ୍‌ ନିୟନ୍ତ୍ରଣ ରଖିଥିବା ଅଭିଯୋଗ ହୋଇଛି।

ସୌଜନ୍ୟାଙ୍କ ଶ୍ୱଶୁର ଭାସ୍କର ରେଡ୍ଡୀଙ୍କ ଅଭିଯୋଗ ଆଧାରରେ ସର୍ପାଭରମ୍ ଥାନାରେ ହତ୍ୟା, ଦାଦାବଟି ଆଦାୟ, ଭୁଲ୍‌ ଭାବେ ଅଟକ ରଖିବା, ଧମକ ଓ ବଳପୂର୍ବକ ଧର୍ମାନ୍ତରୀକରଣ ସମ୍ପର୍କିତ ମାମଲା ରୁଜୁ ହୋଇଛି।

ସୌଜନ୍ୟାଙ୍କ ସ୍ୱାମୀ କୋଭ୍‌ଭୁରୀ ଜଗଦୀଶ ରେଡ୍ଡୀଙ୍କ ଜୁଲାଇ ୨ରେ ହୋଇଥିବା ମୃତ୍ୟୁ ମଧ୍ୟ ଏବେ ତଦନ୍ତ ପରିସରକୁ ଆସିଛି।

ସୌଜନ୍ୟାଙ୍କ ଚିଠିରେ ଖାନ୍‌ ତାଙ୍କ ସ୍ୱାମୀଙ୍କୁ ବିଷ ଦେଇଥିବା ଅଭିଯୋଗ ରହିଛି।

ତେବେ ଏହି ଅଭିଯୋଗର ସତ୍ୟତା ପୁଲିସ ଯାଞ୍ଚ କରୁଛି।

ପୁଲିସ ଅନୁଯାୟୀ, ପ୍ରାୟ ଦୁଇ ବର୍ଷ ଧରି ଖାନ୍‌ ଏହି ପରିବାରକୁ ଜାଣିଥିଲେ।

ସୌଜନ୍ୟାଙ୍କ ପୁଅ ରେୟାଂଶ ପଢୁଥିବା ସ୍କୁଲ୍‌ରେ ସେ ରାଇଫଲ୍‌ ସୁଟିଂ କୋଚ୍‌ ଭାବେ ଯୋଗ ଦେଇଥିଲେ।

ଜଗଦୀଶଙ୍କ ମୃତ୍ୟୁ ପରେ ସେ ସୌଜନ୍ୟା ଓ ତାଙ୍କ ପୁଅଙ୍କ ଦାୟିତ୍ୱ ନେବାକୁ ଚାହୁଥିବା ଏବଂ ପରିବାର ଏହାକୁ ବିରୋଧ କରିଥିବା ଅଭିଯୋଗ ମଧ୍ୟ ରହିଛି।

TCS: ଟିସିଏସ୍ ପରେ ଡି-ମାର୍ଟରେ ଧର୍ମାନ୍ତରୀକରଣ ଅଭିଯୋଗ: ଅଶ୍ୱିନରୁ ହେଲେ ମୁସ୍ତାଫା ଘଟଣା ପରେ କାକିନାଡ଼ା ଓ ପୂର୍ବ ଗୋଦାବରୀ ପୁଲିସର ୧୦ରୁ ଅଧିକ ଟିମ୍‌ ପାଞ୍ଚଟି ରାଜ୍ୟରେ ଖାନ୍‌ଙ୍କୁ ଖୋଜିଥିଲେ।

ଶେଷରେ ଅଗଷ୍ଟ ୨୨ରେ ଉତ୍ତରପ୍ରଦେଶର ମିରଟରୁ ତାଙ୍କୁ ଗିରଫ କରାଯାଇଥିଲା।

ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର ପରେ ଟ୍ରାନ୍‌ଜିଟ୍‌ ୱାରେଣ୍ଟ୍‌ରେ ତାଙ୍କୁ ଆନ୍ଧ୍ରପ୍ରଦେଶ ଅଣାଯାଇଛି।

ଏବେ ତାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଯାଇଛି।

ପୁଲିସ କହିଛି ଯେ ମାମଲାର ସମସ୍ତ ଅଭିଯୋଗର ସ୍ୱାଧୀନ ଭାବେ ତଦନ୍ତ ଚାଲିଛି ଏବଂ ଅଭିଯୋଗଗୁଡ଼ିକ ଏଯାଏ ପ୍ରମାଣିତ ହୋଇନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)