Family Bonds: ପାରିବାରିକ ବନ୍ଧନ ପାଇଁ ଚାରି ସୂତ୍ର

Sep 16, 2026 - 04:20
Family Bonds: ପାରିବାରିକ ବନ୍ଧନ ପାଇଁ ଚାରି ସୂତ୍ର

"ପର୍ବପର୍ବାଣି ଋତୁରେ ପରିବାର ସହିତ ସମୟ ବିତାଇବା ଏକ ବଡ଼ ଆନନ୍ଦର କଥା।

ଆଜିର ବ୍ୟସ୍ତବହୁଳ ଦିନଚର୍ଯ୍ୟା ଭିତରେ ପରିବାରର ସମସ୍ତ ସଦସ୍ୟ ଏକାଠି ହେବା ସବୁବେଳେ ସହଜ ହୋଇ ନଥାଏ।

କିନ୍ତୁ ଛୋଟ ଛୋଟ ପ୍ରୟାସ ଓ ଆଲୋଚନା ମାଧ୍ୟମରେ ଆପଣ ନିଜ ପରିବାର ସହିତ ସମ୍ପର୍କକୁ ଆହୁରି ମଜଭୁତ କରିପାରିବେ।

ଆସନ୍ତୁ ଜାଣିବା ପାରିବାରିକ ସମ୍ପର୍କକୁ ନିବିଡ଼ କରିବାର ଚାରିଟି ସହଜ ସୂତ୍ର:Advertisment Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ "ପଦ୍ଧତି" l ନିଜସ୍ୱ ଶୈଳୀ ଆପଣାନ୍ତୁ- ଛୋଟ ଛୋଟ କଥା ପରିବାରରେ ନୂତନ ଉତ୍ସାହ ଭରିଦେଇଥାଏ।

ସପ୍ତାହରେ ଗୋଟିଏ ଦିନ ଏକାଠି ଚଳଚ୍ଚିତ୍ର ଦେଖିବା, ରବିବାର ଦିନ ସକାଳେ ବାହାରକୁ ବୁଲିବାକୁ ଯିବା ଓ ମିଳିମିଶି ରୋଷେଇ କରିବା ଏହାର କେତେକ ଉଦାହରଣ।

ଏସବୁ ପରସ୍ପର ସହିତ ସମୟ ବିତାଇବାର ଅବସର ସୃଷ୍ଟି କରେ। l ଏକାଠି ଭୋଜନ କରନ୍ତୁ- ଦିନସାରାର କାର୍ଯ୍ୟବ୍ୟସ୍ତତା ପରେ ଏକାଠି ଖାଇବା ପରିବାରର ସଦସ୍ୟଙ୍କ ମଧ୍ୟରେ ଦୂରତା କମାଇଥାଏ।

ସପ୍ତାହରେ ନିର୍ଦ୍ଦିଷ୍ଟ ଦିନ ସ୍ଥିର କରନ୍ତୁ, ଯେଉଁଦିନ ସମସ୍ତେ ଏକାଠି ବସି ଖାଇବେ ଏବଂ ଦିନଯାକର ମଜାଳିଆ କଥା ଗପସପ କରି ସମୟକୁ ଆନନ୍ଦଦାୟକ କରିବେ।

ଝିଟିପିଟିମାନଙ୍କର ବିଷ ଅଛି କି? l ଫୋନ୍‌ରୁ ଦୂରେଇ ରୁହନ୍ତୁ- ଆଜିକାଲି ପାରସ୍ପରିକ ଭାବ ବିନିମୟରେ ବାଧକ ସାଜିଛି ଫୋନ୍‌।

ପରିବାରରେ ଭଲ ଯୋଗାଯୋଗ ପାଇଁ ସଦସ୍ୟମାନଙ୍କ କଥାକୁ ଧ୍ୟାନ ଦେଇ ଶୁଣିବା ଅତ୍ୟନ୍ତ ଜରୁରି।

ଏଥିପାଇଁ ପରସ୍ପର ସହ କଥା ହେବା ‌ବେଳେ ଫୋନ୍‌ ଧରନ୍ତୁ ନାହିଁ।

ଭାବନା ଉପରେ ଧ୍ୟାନ ଦିଅନ୍ତୁ। l ମିଳିମିଶି କାର୍ଯ୍ୟ କରନ୍ତୁ- ସମସ୍ତେ ସବୁ ସମୟରେ ଏକାଠି ହେବା ସମ୍ଭବ ହୋଇ ନଥାଏ।

ତେଣୁ ଦୈନଦିନ ଜୀବନର ଛୋଟଛୋଟ କାମ ଯଥା ପନିପରିବା କିଣିବା, ବଗିଚା ଓ ଘର ସଫା ଆଦି ମିଳିମିଶି କରିବା ପରିବାରକୁ ଏକାଠି ରଖିବାରେ ସାହାଯ୍ୟ କରିଥାଏ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)